Home ଅପରାଧ ମୋତେ ଯିଏ ଜଳେଇ ଦେଇଛନ୍ତି, ସେମାନଙ୍କୁ ଛାଡ଼ିବ ନାହିଁ ଭାଇ ! ମୋ’ ସହିତ କ’ଣ...

ମୋତେ ଯିଏ ଜଳେଇ ଦେଇଛନ୍ତି, ସେମାନଙ୍କୁ ଛାଡ଼ିବ ନାହିଁ ଭାଇ ! ମୋ’ ସହିତ କ’ଣ ହୋଇଥିଲା …

1377

ନୂଆ ଦିଲ୍ଲୀ ୭-୧୨ (ଓଡ଼ିଆ ପୁଅ) ମୁଁ ତ ବଞ୍ଚିଯିବି। କିନ୍ତୁ, ଭାଇ ! କିନ୍ତୁ ମୋତେ ଯିଏ ଜଳେଇ ଦେଇଛନ୍ତି, ସେମାନଙ୍କୁ ଛାଡ଼ିବ ନାହିଁ। ଏହା ଥିଲା ଉନ୍ନାବ ଗଣ ଦୁଷ୍କର୍ମ ପୀଡ଼ିତାର ତା’ ଭାଇକୁ ଶେଷ ନିବେଦନ। ଉନ୍ନାବ ଗଣ ଦୁଷ୍କର୍ମ ପୀଡ଼ିତା ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ଗତକାଲି ବିଳମ୍ବିତରାତିରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛି। ଡାକ୍ତରମାନେ କହିଥିଲେ କି ପୀଡ଼ିତା ୯୫ପ୍ରତିଶତ ପର୍ଯ୍ୟନ୍ତ ଜଳି ଯାଇଥିଲେ, ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରାଯାଉଥିଲା, କିନ୍ତୁ ଗତକାଲି ବିଳମ୍ବିତ ରାତିରେ ତାଙ୍କୁ କାର୍ଡିଆକ ଆରେଷ୍ଟ ଆସିଥିଲା, ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ପୀଡ଼ିତାଙ୍କୁ ଗୁରୁବାରଦିନ ରାତିରେ ଏୟାରଲିଫ୍ଟ କରି ଲକ୍ଷ୍ନୌରୁ ଦିଲ୍ଲୀ ଅଣାଯାଇଥି୍ଲା। ତାଙ୍କର ଚିକିତ୍ସା କରିଥିବା ସଫଦରଜଙ୍ଗ ହସ୍ପିଟାଲର ବର୍ଣ୍ଣ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀ ଡିପାର୍ଟମେଣ୍ଟର ହେଡ ଡ. ଶଲଭ କୁମାର କହିଛନ୍ତି କି ସେ ୯୫ ପ୍ରତିଶତ ପର୍ଯ୍ୟନ୍ତ ଜଳିବା ଅବସ୍ଥାରେ ଆସିଥିଲେ ପୀଡ଼ିତା। ସେ କହିଛନ୍ତି ଶୁକ୍ରବାର ସଂଧ୍ୟାରେ ତାଙ୍କର ଅବସ୍ଥା ଅଧିକ ସଙ୍କଟାପର୍ଣ୍ଣ ହେବାକୁ ଆରମ୍ଭ କଲା, କିନ୍ତୁ ଆମର ସର୍ବୋତ୍କୃଷ୍ଟ ପ୍ରୟାସ କରିବା ସତ୍ତ୍ୱେ ପୀଡ଼ିତାଙ୍କୁ ବଞ୍ଚାଯାଇ ପାରିଲା ନାହିଁ। ରାତିରେ ପ୍ରାୟତଃ ୧୧.୧୦ ବେଳେ ତାଙ୍କୁ କାର୍ଡିୟାକ ଆରେଷ୍ଟ ଆସିଥିଲା ଏବଂ ପ୍ରାୟତଃ ୧୧.୪୦ ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ସଂକ୍ରମଣ ରୋକିବାକୁ ବହୁ ଚେଷ୍ଟା କରିଥିଲେ ଡାକ୍ତର

ଡାକ୍ତରମାନଙ୍କ ପାଇଁ ସବୁଠାରୁ ବଡ଼ ଡର ଥିଲା ସଂକ୍ରମଣ ପ୍ରସାରିତ ହେବା। ଡର ମଧ୍ୟ ସତ ପ୍ରମାଣିତ ହେଲା। ପୀଡ଼ିତାର ଶରୀରରେ କ୍ଷୀପ୍ରବେଗରେ ସଂକ୍ରମଣ ହେଲା ଯାହାକୁ ରୋକିବା ସମ୍ଭବ ହୋଇନଥିଲା। ଡାକ୍ତରମାନେ ଏହାର ସୂଚନା ପୂର୍ବରୁ ହିଁ ଦେଇଥିଲେ। ଯଦି ପୀଡ଼ିତା ଶରୀରରେ ସଂକ୍ରମଣ ପ୍ରସାରିତ ହୁଏ ତେବେ ତାକୁ କଣ୍ଟ୍ରୋଲ କରିବା ବହୁତ କଷ୍ଟ ହେବ। କୁହାଯାଉଛିଯେ, ବର୍ଣ୍ଣ କେସରେ ଅଧିକତମ ରୋଗୀଙ୍କର ମୃତ୍ୟୁ ସଂକ୍ରମଣ ପ୍ରସାରିତ ହେବାରୁ ହୋଇଥାଏ।

ପୋଲିସ ମାମଲା ରୁଜୁ କରିନଥିଲା

ପୀଡ଼ିତାଙ୍କର ଅଭିଯୋଗ ସତ୍ତ୍ୱେ ପୋଲିସ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରିନଥିଲା। ତାଙ୍କୁ ପ୍ରତ୍ୟହ ଥାନାର ଚକ୍କର କାଟିବାକୁ ପଡ଼ୁଥିଲା। ଶେଷରେ ଯେତେବେଳେ ପୋଲିସରୁ ନ୍ୟାୟ ମିଳିଲା ନାହିଁ ସେତେବେଳେ ପୀଡ଼ିତା କୋର୍ଟ ଜରିଆରେ ଅଭିଯୁକ୍ତମାନଙ୍କୁ କାରାଗାର ପଛକୁ ପହଁଚାଇବାରେ ସକ୍ଷମ ହୋଇଥିଲା। ଚଳିତ ବର୍ଷ ମାର୍ଚ୍ଚରେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବା ପରେ ପରିବାରକୁ କ୍ରମାଗତଭାବେ ଧମକ ଦିଆଯାଉଥିଲା ଏବଂ କେସ ଫେରାଇ ନେବା ପାଇଁ ଚାପ ପକାଯାଉଥିଲା। ପୀଡ଼ିତା କ୍ରମାଗତଭାବେ ପୋଲିସ ପାଖରେ ସହାୟତା ମାଗିବାକୁ ପ୍ରାର୍ଥନା କରିଚାଲିଥିଲା। କିନ୍ତୁ କେହି ଶୁଣି ନଥିଲେ। ଶେଷରେ ସେଇୟା ହେଲା ଯାହାର ଡର ଥିଲା। ୫ ଡିସେମ୍ବର ସକାଳେ ଯେତେବେଳେ ପୀଡ଼ିତା କେସ ବିଷୟରେ ରାୟବରେଲୀ କୋର୍ଟ ଯିବା ପାଇଁ ବାହାରିଥିଲା ସେତେବେଳେ ଜେଲରୁ ବାହାରିଥିବା ଅଭିଯୁକ୍ତମାନେ ତାକୁ ଜୀଅନ୍ତା ଜଳେଇ ଦେଇଥିଲେ।

ସମସ୍ତ ପାଞ୍ଚଜଣ ଅଭିଯୁକ୍ତ ଏବେ ପୋଲିସ ଗିରଫରେ

ପୀଡ଼ିତାଙ୍କର ମୃତ୍ୟୁ ପରେ ଏବେ ପରିବାର ଅଭିଯୁକ୍ତମାନଙ୍କୁ ପାଶୀ ଦଣ୍ଡ ଦେବା ପାଇଁ ଦାବି କରୁଛି। ସମସ୍ତ ପାଞ୍ଚଜଣ ଅଭିଯୁକ୍ତ ପୂର୍ବରୁ ପୋଲିସ ଧରିଛି। ଏସଆଇଟି ଜାଞ୍ଚ ମଧ୍ୟ ଚାଲିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶିଘ୍ର ରୁ ଶିଘ୍ର ନ୍ୟାୟ ଦେବା ପାଇଁ ଭରୋସା ମଧ୍ୟ ଦେଇଛନ୍ତି।

ପ୍ରେମ ଏବଂ ଧୋକା ଜାଲରେ ଫସାଇ ଦିଆଗଲା

ଉନ୍ନାବର ଝିଅକୁ ପ୍ରେମ ଏବଂ ଧୋକାର ଜାଲରେ ଫସାଇ ଦିଆଯାଇଥିଲା। ଜୀବନର ସାଥି ହେବାର ପ୍ରତିଶୃତି ଦିଆଯାଇଥିଲା ପୀଡ଼ିତାଙ୍କୁ। ପୋଲିସ ପାଖରେ ରୁଜୁ କରାଯାଇଥିବା ବୟାନ ମୁତାବିକ, ନିଜ ଗ୍ରାମ ଶିବମ ତ୍ରିବେଦୀ ନାମକ ଜଣେ ବ୍ୟକ୍ତି ବିବାହ କରିବାକୁ ପ୍ରତିଶୃତି ଦେଇ ପ୍ରଥମେ ଦୁଷ୍କର୍ମ କରିଥିଲା ଏବଂ ତାହାର ଭିଡ଼ିଓ ବନାଇଥିଲା। ସେହି ଭିଡ଼ିଓକୁ ଭାଇରାଲ୍ କରିବାପାଇଁ ଧମକ ଦେଇ ତା’ର ସାଥିରେ ବାରମ୍ବାର ରେପ କରିଥିଲା। ଏହାପରେ ଶିବମ ସହିତ ତା’ର ସାଙ୍ଗମାନେ ମଧ୍ୟ ରେପ୍ କରିଥିଲେ। ଡିସେମ୍ବର ୨୦୧୮ରେ ଦୁଷ୍କର୍ମ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.