Home Coronavirus Outbreak ପ୍ରକୃତିର ତାଣ୍ଡବ ଲୀଳା

ପ୍ରକୃତିର ତାଣ୍ଡବ ଲୀଳା

1363

ଆଶୁତୋଷ ନାୟକ

ସୃଷ୍ଟିର ଆରମ୍ଭରୁ ଏହା ପ୍ରମାଣିତ ଯେ ପ୍ରକୃତି ବିଜ୍ଞାନ ଠାରୁ ବଳଶାଳୀ। ମଣିଷ ନିଜର ସମସ୍ତ ସାମର୍ଥ୍ୟ ପ୍ରୟୋଗ କରି ମଧ୍ୟ ପ୍ରକୃତି ଉପରେ ନିଜର ଆଧିପତ୍ୟ ବିସ୍ତାର କରିବା ଅସମ୍ଭବ। ଯେଉଁ ମନୁଷ୍ୟ ମାନେ ଭଗବାନଙ୍କର ଅସ୍ତିତ୍ୱ ଉପରେ ସର୍ବଦା ପ୍ରଶ୍ନବାଚୀ ସୃଷ୍ଟି କରନ୍ତି ସେମାନେ ଜାଗିରଖିବା ଉଚିତ୍ ପ୍ରକୃତିର ଆବିର୍ଭାବ ବିଜ୍ଞାନର ଅନ୍ତରୁ ହିଁ ଆରମ୍ଭ ହୋଇଥାଏ। ନିଜର ଧନ, ବଳ, କ୍ଷମତା ଓ ରୂପ ଆଦିକୁ ନେଇ ଗର୍ବ କରିଆସୁଥିବା ମନୁଷ୍ୟ ଆଜି କିନ୍ତୁ ନିଜର ଅନ୍ତିତ୍ୱ ବଜାୟ ରଖିବାପାଇଁ ପ୍ରତିମୁହୂର୍ତ୍ତରେ ମୃତ୍ୟୁ ସହିତ ସଂଗ୍ରାମ କରୁଛି।

ଈଶ୍ୱରଙ୍କ ସୁନ୍ଦର ସୃଷ୍ଟିର ସବୁଠୁ ବୁଦ୍ଧିମାନ ଜୀବ ହେଉଛି ମଣିଷ। ସବୁଠୁ ଶ୍ରେଷ୍ଠ ଜୀବ ହେଉଛି ମନୁଷ୍ୟ କାରଣ ତା’ର ବୁଦ୍ଧି ଓ ବିବେକ ଅଛି। ଯାହାକି ଅନ୍ୟ ଜୀବଜନ୍ତୁ ପାଖରେ ଦେଖାଯାଇନଥାଏ। କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଏହା ଯେ ମନୁଷ୍ୟ ନିଜର ବୁଦ୍ଧି ଅସତ୍ ଉପାୟରେ ପରିଚାଳିତ କରି ପ୍ରକୃତି ୁପରେ ଅନବରତ ଅତ୍ୟାଚାର କରିଚାଲିଛି ଏବଂ ନିଜର ଅର୍ଥବଳ, ବାହୁବଳ ପ୍ରୟୋଗକରି ଦୁର୍ବଳ ୁପରେ ଅତ୍ୟାଚାର କରିଚାଲିଛି। ନିଜର ସ୍ୱାର୍ଥସାଧନପାଇଁ ମନୁଷ୍ୟ ଜଙ୍ଗଲ ବନ୍ୟାପ୍ରାଣୀଙ୍କୁ ଧ୍ୱଂସ କରିଚାଲିଛି। ଈଶ୍ୱରଙ୍କର ସୁନ୍ଦର ସୃଷ୍ଟିକୁ ଅନବରତ ଧ୍ୱଂସ କରିଚାଲିଛି।

ନିଜର କୁତ୍ସିତ ଜିହ୍ୱା ଲାଳସାକୁ ଚରିତାର୍ଥ କରିବାପାଇଁ ଲକ୍ଷ ଲକ୍ଷ ପଶୁପକ୍ଷୀ ମାନଙ୍କୁ ହତ୍ୟା କରୁଛି। ସୃଷ୍ଟିର ଶ୍ରେଷ୍ଟ ଜୀବ ବୋଲାଉଥିବା ମନୁଷ୍ୟ ଛୋଟ ଛୋଟ କୀଟପତଙ୍ଗ ପାଖରୁ ଆରମ୍ଭକରି ବଡ଼ ଜୀବ ଡଲଫିନ୍ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜର ଭୋଜନରେ ଗ୍ରହଣ କରୁଛି।

ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଚୀନ୍। ସେଠାକାର ଜନସାଧାରଣ ପ୍ରାୟ ସମସ୍ତ କୀଟପତଙ୍ଗ ବାଦୁଡ଼ିରୁ ଆରମ୍ଭ କରି ସାପ ପର୍ଯ୍ୟନ୍ତ ନିଜର ଭୋଜନରେ ଗ୍ରହଣ କରନ୍ତି। ଅନ୍ୟ ଦେଶ ଉପରେ ନିଜର ଆଧିପତ୍ୟ ବିସ୍ତାର କରିବାପାଇଁ ଦେଶ ଦେଶ ମଧ୍ୟରେ ଏବେ ତୀବ୍ର ପ୍ରତିଯୋଗିତା ଚାଲିଛି। ଏଥିପାଇଁ ବିଭିନ୍ନ ପ୍ରକାର ଆଣବିକ ଅସ୍ତ୍ର, ରକେଟ୍‌, କ୍ଷେପଣାସ୍ତ୍ରର ବିପୁଳ ପ୍ରୟୋଗ କରାଯାଉଛି ଯାହାକି ଆମ ପୃଥିବୀର ଜଳ, ସ୍ଥଳ, ଆକାଶର ସମସ୍ତ ପରିବେଶକୁ ବିଷାକ୍ତ ଓ ଧ୍ୱଂସ କରୁଛି।

ନିଜକୁ ଶ୍ରେଷ୍ଠ ପ୍ରତିପାଦିତ କରିବାପାଇଁ ଦେଶ ଦେଶମାନଙ୍କ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଓ ସଂଘର୍ଷ ଚାଲୁ ରହିଛି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଚୀନ, ଋୁଷିଆ, ଆମେରିକା ଇତ୍ୟାଦି। ପ୍ରକୃତିର ସୁନ୍ଦର ସୃଷ୍ଟି ବୃକ୍ଷ, ଜଙ୍ଗଲ ଜୀବଜନ୍ତୁ ଇତ୍ୟାଦି। ଏମାନଙ୍କ ଯୋଗୁଁ ପୃଥିବୀର ସନ୍ତୁଳନ ବଜାୟ ରହେ।

ଖାଦ୍ୟ, ବସ୍ତ୍ର, ବାସଗୃହ ପାଇଁ ମନୁଷ୍ୟ ସର୍ବଦା ଉଦ୍ଭିଦ ଉପରେ ନିର୍ଭରଶୀଳ। କିନ୍ତୁ ସ୍ୱାର୍ଥପର ମନୁଷ୍ୟ ନିଜର ସ୍ୱାର୍ଥ ସାଧିତ ହେଲାପରେ ଇଶ୍ୱରଙ୍କର ସୁନ୍ଦର ସୃଷ୍ଟି ଉଦ୍ଭିଦ ଓ ଜଙ୍ଗଲକୁ ନଷ୍ଟ କରି ଚାଲିଛି। ସର୍ବଂସହା ଧରିତ୍ରୀ ମାତା ଉପରେ ଅକଥନୀୟ ଅତ୍ୟାଚାର କରିଚାଲିଛି। ମୃର୍ତ୍ତିକା ଖନନ, ଗିରି ଖନନ ଏହାର ଜ୍ୱଳନ୍ତ ଉଦାହରଣ। ବିଭିନ୍ନ କଳକାରଖାନାରୁ ବାହାରୁଥିବା ବିଷାକ୍ତ ଗ୍ୟାସ, ଆବର୍ଜନା, ପଲିଥିନ, ପ୍ଲାଷ୍ଟିକ ଇତ୍ୟାଦି ନଦୀ, ନାଳ, ପୁଷ୍କରିଣୀ, ସମୁଦ୍ରକୁ ପ୍ରତି ମୂହୁର୍ତ୍ତରେ ପ୍ରଦୂଷିତ କରିଚାଲିଛି। ମନୁଷ୍ୟ ନିଜର ଅତ୍ୟାବଶ୍ୟକୀୟ ସାମଗ୍ରୀର ଚାହିଦା ମେଣ୍ଟାଇବା ପାଇଁ ବିଭିନ୍ନ ଗୃହପାଳିତ ପଶୁ ଯଥା ଓଟ, ଗୋମାତା, ଛେଳି, ମେଣ୍ଢା, ମଇଁଷି, କୁକୁଡ଼ା, ବଳଦ, କୁକୁର, ବିଲେଇ ଇତ୍ୟାଦି ଲାଳନ ପାଳନ କରୁଛି, କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହା ଯେ ସ୍ୱାର୍ଥପର ମନୁଷ୍ୟ ନିଜର ସ୍ୱାର୍ଥ ସାଧିତ ହେଲାପରେ ପଶୁପକ୍ଷୀ ମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଛି ଓ ସେମାନଙ୍କୁ ହତ୍ୟା କରି ନିଜର କୁତ୍ସିତ ଜିହ୍ୱା ଲାଳସା ଚରିତାର୍ଥ କରୁଛି। ଏହା ହିଁ ମାନବ ଜାତି ପାଇଁ ନିକୃଷ୍ଟତାର ବଳିଷ୍ଠ ପ୍ରମାଣ। ନୃସଂସତା ଓ ନିର୍ଦ୍ଦୟତାର ସବୁ ସୀମା ଉଲଘଂନ କରିସାରିଛି ଆଜିର ମନୁଷ୍ୟ।

ଏହାର ଜ୍ୱଳନ୍ତ ଉଦାହରଣ ଅଷ୍ଟେଲିଆରେ ୨୦୨୦ ମସିହା ଜାନୁୟାରୀ ୮ ତାରିଖରେ ଘଟିଥିବା ଘଟଣା ସାରା ମାନବଜାତି ପାଇଁ କଳଙ୍କ। ଅଷ୍ଟେଲିଆ ଦେଶର ପ୍ରଶାସନ ଦ୍ୱାରା ହେଲିକପ୍ଟଟର ସହାୟତାରେ ୧୦୦୦୦ରୁ ଉର୍ଦ୍ଧ୍ୱ ଓଟମାନଙ୍କୁ ମାରିଦିଆଯାଇଥିଲା।

ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ଓ ନରସଂହାର ଜାରିରଖିଥିବା ପ୍ରାଣଘାତୀ ମାରାତ୍ମକ କରୋନା ଭୂତାଣୁ ବିଶ୍ୱର ସମସ୍ତ ଶକ୍ତିଶାଳୀ ଓ ବିକଶିତ ବୋଲାଉଥିବା ରାଷ୍ଟ୍ର ଯଥା ଚୀନ୍‌, ଇଟାଲୀ, ଫ୍ରାନ୍ସ, ଜର୍ମାନ, ଋୁଷିଆ, ଜାପାନ, ସ୍ୱେନ୍‌, ଏବଂ ସୁପର ପାୱାର ଆମେରିକା ଗୋଟିଏ ଭୂତାଣୁ “କରୋନା” ପାଖରେ ନତମସ୍ତକ ରୂପେ ଦଣ୍ଡାୟମାନ। ସମସ୍ତ ଆଧୁନିକ ସୂଚନା ପ୍ରଯୁକ୍ତି ବିଦ୍ୟା, ଆଧୁନିକ ଯନ୍ତ୍ରପାତି, ଉନ୍ନତ ଜ୍ଞାନକୌଶଳ, ଉନ୍ନତମାନର ମେଡ଼ିକାଲ ଉପକରଣ ଓ ବୈଜ୍ଞାନିକ ଜ୍ଞାନକୌଶଳରେ ନିର୍ମିତ ସ୍ୱୟଂ ଚାଳିତ ମେସିନ ଦ୍ୱାରା ରୋଗୀ ସେବା କରାଯିବାର ବ୍ୟବସ୍ଥା ଉପଲବ୍ଧ ଥିବା ସତ୍ତ୍ୱେ ନିଜର ଜନସାଧାରଣଙ୍କୁ ପ୍ରତିମୁହୁର୍ତ୍ତରେ ମୃତ୍ୟୁର ତାଣ୍ଡବ ରଚୁଥିବା କରୋନା ଭୂତାଣୁ କବଳରୁ ମୁକ୍ତ କରିବା ସେମାନଙ୍କ ପକ୍ଷେରେ ଅସମ୍ବବ ପରିଲକ୍ଷିତ ହେଉଛି।

ଆଜି ସୁଦ୍ଧା ସାରା ବିଶ୍ୱରେ କରୋନା ମହାମାରୀ କାରଣରୁ ୧, ୬୫, ୦୯୪ ଜଣ ମୃତ୍ୟୁର ଦ୍ୱାର ଦେଶରେ ପହଞ୍ଚିସାରିଲେଣି। ସୁପରପାୱାର ଆମେରିକାରେ ଏହି ଭୂତାଣୁ ସର୍ବାଧିକ ମ୍‌ୃତ୍‌ୁ୍ୟର ତାଣ୍ଡବ ରଚିଥିବା ବେଳେ ଆଜିସୁଦ୍ଧା ସେଠାରେ ୪୦, ୫୬୫ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଇଟାଲୀ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଥିବା ରାଷ୍ଟ୍ର ହୋଇଥିବା ସତ୍ତ୍ୱେ ସେଠାରେ ୨୩, ୬୬୦ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ସେହିଭଳି ସ୍ପେନ୍ ଓ ଫ୍ରାନସ୍‌ରେ ଯଥାକ୍ରମେ ୨୦, ୪୫୩ ଏବଂ ୧୯, ୭୧୮ ଜଣଙ୍କର ମ୍‌ୃତ୍ୟୁ ହୋଇସାରିଲାଣି।

ଆମେରିକାର ରାଷ୍ଟ୍ରପତି “ଟ୍ରମ୍ପ” ମତରେ ଏହି ମାରାତ୍ମକ ଭୂତାଣୁର ପ୍ରଭାବ ଅଗଷ୍ଟମାସ ଯାଏ ଜାରି ରହିବ। ବ୍ରିଟିଶ ଗବେଷକଙ୍କ ମତରେ ଏହା ୧୮ ମାସ ଯାଏ ଉତ୍ପାତ କରିବ। ଜର୍ମାନର ବିଭିନ୍ନ ଗବେଷକଙ୍କ ମତରେ ଏହାର ପ୍ରଭାବ ୨ ବର୍ଷ ଯାଏଁ ଜାରି ରହିବ। ବର୍ତ୍ତମାନ ସାରା ବିଶ୍ୱରେ ୨୧୦ରୁ ଅଧିକ ରାଷ୍ଟ୍ରରେ ଏହି ମାରାତ୍ମକ କରୋନା ଭୂତାଣୁ ନିଜର କାୟା ବିସ୍ତାର କରିସାରିଲାଣି।

କରୋନା ଭୂତାଣୁ ଉତ୍ପତ୍ତି କେଉଁସ୍ଥାନରୁ ହୋଇଛି ତାହା ଏବେ ବି ସାରା ବିଶ୍ୱବାସୀଙ୍କ ପାଇଁ ରହସ୍ୟମୟ ହୋଇରହିଛି। ଏହି ଭୂତାଣୁ କିପରି କାହା ପାଖରୁ ସଂକ୍ରମିତ ହୋଇଛି ତାହାର କୌଣସି ନିଦ୍ଦିଷ୍ଟ ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ।

ପ୍ରସିଦ୍ଧ ଆମେରିକାର ସମ୍ବାଦପତ୍ର ୱସିଂଙ୍ଗଟନ୍ ପୋଷ୍ଟ ଏବଂ ବିଭିନ୍ନ ଜାତୀୟ ଅନ୍ତଜାତୀୟ ଗଣମାଦ୍ଦମ ମାନଙ୍କର ରିର୍ପୋର ଅନୁସାରେ ଚୀନ୍‌ର “ୱୁହାନ” ସହରରେ ଅବସ୍ଥିତ ଏକ ଜୈବିକ ଅସ୍ତ୍ର ପ୍ରସ୍ତୁତ କରୁଥିବା “ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲିଜି” ଲାବ୍‌ରୁ ଏହି କରୋନା ଭାଇରସ୍ ଲିକ୍ ହୋଇଛି ଏବଂ ଚୀନ୍‌ର ଜ୍ଞାତସାରରେ ଏହା କରାଯାଇଛି। ଚୀନ୍ ଏହି ସଂକ୍ରାନ୍ତୀୟ ସମସ୍ତ ପ୍ରମାଣ ଓ କାଗଜପତ୍ରକୁ ନଷ୍ଟ କରିଦେଇଛି।

ଚୀନ୍‌ର ପୁରୁଣା ଇତିହାସକୁ ଅବଲୋକନ କଲେ ନିଜର ଏକଛତ୍ରବାଦୀ ଦୋମୁଁହା ନୀତି ପାଇଁ ସାରା ବିଶ୍ୱରେ ପରିଚିତ। ନିଜର କୁସିôତ ମାନସିକତା ଏବଂ ବିଶ୍ୱର ସବୁଠୁ ଶକ୍ତିସାଳୀ ରାଷ୍ଟ୍ର ସୁପରପାୱାର “ଆମେରିକା” ଅର୍ଥନିତିକୁ ଧ୍ୱଂସ କରିବାର ଅଭିଳାଷା ପାଇଁ ଯେକୌଣସି ସ୍ତରକୁ ଖସିବା ଚୀନ ପକ୍ଷେ ଅସମ୍ଭବ ନୁହେଁ। ଚୀନ୍‌ର ଦୀର୍ଘ ଦିନର ନୀରବତା ସମଗ୍ର ବିଶ୍ୱବାସୀଙ୍କର ସନ୍ଦେହକୁ ଆହୁରି ପ୍ରତୀଭୂତ କରିଛି। ବର୍ତ୍ତମାନ ଆମେରିକା ଏହି ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଓ ପ୍ରକୃତ ସତ୍ୟ ସମଗ୍ର ବିଶ୍ୱବାସୀଙ୍କ ପାଖରେ ପହଞ୍ଚିବା ପାଇଁ ଅନସନ୍ଧାନ ଜାରି ରଖିଛି।

ଏହି କରୋନା ଭୂତାଣୁ ସମଗ୍ର ମାନବଜାତିକୁ ଅନେକ ଶିକ୍ଷା ପ୍ରଦାନ କରିଛି। ଈଶ୍ୱରଙ୍କ ସୃଷ୍ଟିରେ ଶ୍ରେଷ୍ଠ ଜୀବ ମନୁଷ୍ୟ ନିଜର ଧନବଳ, କ୍ଷମତା ଓ ରୂପ ଆଦିକୁ ନେଇ ସବୁବେଳେ ଅହଙ୍କାର କରନ୍ତି। ଦୁର୍ବଳ ଅସହାୟ ଉପରେ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ସବୁବେଳେ ଚେଷ୍ଟା କରନ୍ତି। ନିଜର ଦୋଷକୁ ଅନ୍ୟ ଉପରେ ଲଦିଦେଇ ଓ ଅନ୍ୟକୁ ହରାଇବାର ପ୍ରତିଯୋଗିତାରେ ନିଜକୁ ସାମିଲ କରନ୍ତି। ସମସ୍ତ ଅସାଧୁ ଉପାୟ ଅବଲମ୍ବନ କରି ଅର୍ଥ, ପ୍ରାଚୁର୍ଯ୍ୟ, କ୍ଷମତା ହାସଲ କରିବା ପାଇଁ ଯେକୌଣସି ସ୍ତରକୁ ମଧ୍ୟଯିବା ମନୁଷ୍ୟ ପାଇଁ କିଛି ଅସମ୍ଭବ ନୁହେଁ। କିଛି ମନୁଷ୍ୟ ନିଜର ଅଜସ୍ର ଅର୍ଥ, ଧନସମ୍ପତ୍ତି, ବାହୁବଳ, ଉଚ୍ଚପଦବୀ ପାଇଁ ମୋହ ମାୟାରେ ଏମିତି ଅନ୍ଧ ହେଇଯାଇଥାନ୍ତି କି ସେମାନେ ଈଶ୍ୱରଙ୍କର ଅସ୍ତିତ୍ୱକୁ ମଧ୍ୟ ସ୍ୱୀକାର କରିନଥାନ୍ତି।

କିନ୍ତୁ ଆଜି ସମଗ୍ର ମାନବଜାତି ନିଜର ଅସ୍ତିତ୍ୱ ପାଇଁ ନିଜକୁ ଗୃହବନ୍ଦୀ କରିରଖିଛି। ମନୁଷ୍ୟର ଗର୍ବ, ଅହଙ୍କାର ନିମିଷକ ମଧ୍ୟରେ ପାଣିଫୋଟକା ପରି ମିଳେଇ ଯାଇଛି। ସମଗ୍ର ବିଶ୍ୱ ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗିଦେଇଥିବା ଓ ମୃତ୍ୟୁର ତାଣ୍ଡବ ରଚିଥିବା ପ୍ରାଣଘାତୀ ମାରାତ୍ମକ କରୋନା ଭୂତାଣୁ କବଳରୁ ନିଜକୁ ମୁକ୍ତ କରିବାପାଇଁ ସମସ୍ତ ପ୍ରକାରର ଉନ୍ନତ ଓ ବୈଜ୍ଞାନିକ ଜ୍ଞାନକୌଶଳ ଓ ଅତ୍ୟାଧୁନିକ ଯନ୍ତ୍ରପାତି ପ୍ରୟୋଗ କରି ମଧ୍ୟ ଏହାର ନିରାକରଣ ପାଇଁ କୌଣସି ଟୀକା କିବ୍‌ା ମେଡ଼ିସିନ୍ ବାହାର କରିବାକୁ ଆଜିସୁଦ୍ଧା ସକ୍ଷମ ହୋଇପାରିନାହିଁ। ସତେଯେପରି ଗୋଟିଏ ଭୂତାଣୁ ପାଖରେ ସମଗ୍ର ବିଶ୍ୱ ଅସହାୟ ଓ ନିରୁପାୟ ହୋଇପଡ଼ିଛି ଓ ହାର୍ ମାନିବାକୁ ବାଧ୍ୟ ହୋଇଛି।

ନିଜର ମାନ ଅଭିମାନ ରାଗ, ହିଂସା, ଦ୍ୱେଷ, ଘୃଣା ଭାବକୁ ପରିତ୍ୟାଗ କରି “ମଣିଷପଣିଆ” ହିଁ ସର୍ବଶ୍ରେଷ୍ଠ ଏହାକୁ ସମଗ୍ର ବିଶ୍ୱବାସୀଙ୍କୁୁ ଅନୁଭବ କରିବାର ସମୟ ଆସିଛି। ଏ କଥା ବୁଝିବାକୁ ହେବ ଯେ ନିୟତିର ନିଷ୍ପତ୍ତି ନିକଟରେ ସମଗ୍ର ମାନବଜାତିକୁ ହାର୍ ମାନବାକୁ ପଡ଼ିବ।

ଗୋପାଳପୁର, ବାଲେଶ୍ୱର

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.