Home ଓଡ଼ିଶା ନଦୀ ସୁରକ୍ଷା ସମିତି ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର କମ୍ପାନୀ ଓ ସରକାରଙ୍କ ମିଲିଭଗତ, ସଂକଟରେ ସବୁ...

ନଦୀ ସୁରକ୍ଷା ସମିତି ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର କମ୍ପାନୀ ଓ ସରକାରଙ୍କ ମିଲିଭଗତ, ସଂକଟରେ ସବୁ ନଦୀ : ମହେଶ୍ୱର ସାହୁ

28

ଅପାରଗ ରାଜ୍ୟ ସରକାରଙ୍କ ପାଇଁ ଓଡ଼ିଶାର ନଦୀ ଶୁଷ୍କ ଏବଂ ପ୍ରଦ୍ୟୁଷିତହସ୍ତକ୍ଷେପ ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ
ଭୁବନେଶ୍ୱର ୦୧/୦୮ (ଓଡ଼ିଆ ପୁଅ) : ନଦୀ ଉପରେ ମାନବ ସଭ୍ୟତା ସର୍ବଦା ନିର୍ଭରଶୀଳ। ଓଡ଼ିଶାର ପ୍ରାୟ ସାଢ଼େ ଚାରିକୋଟି ଲୋକେ ତାଙ୍କ ଦୈନଦିନ ଜୀବନରେ ନଦୀ ଉପରେ ନିର୍ଭର କରିବା ସହ କୃଷି, ପଶୁପାଳନ ପାଇଁ ସର୍ବଦା ନିର୍ଭର କରିଥାନ୍ତି। ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୂଲ୍ୟା ଇନ୍ଦ୍ରାବତୀ, ନାଗାବଳୀ ଓ ତେଲ ନଦୀ ଓଡ଼ିଶାରେ ପ୍ରବାହିତ ହେଉଛି କିନ୍ତୁ ଅପାରଗ ରାଜ୍ୟ ସରକାରଙ୍କ ଲାଗି ଓଡ଼ିଶାର ନଦୀ ଶୁଷ୍କ ଓ ପ୍ରଦ୍ୟୁଷିତ ହୋଇଗଲାଣି। ବିଭିନ୍ନ କଳ କାରଖାନା ଓ ଶିଳ୍ପଗୁଡିକ ନଦୀରୁ ମାତ୍ରାଧିକ ଜଳ ଶୋଷି ନେଉଛନ୍ତି କିନ୍ତୁ ଅକ୍ଷ୍ୟମ ଓ ଅପରାଗ ରାଜ୍ୟ ସରକାର ଜାଣିଶୁଣି ଚୁପ୍ ରହୁଛନ୍ତି।

ନଦୀକୁ ସୁରକ୍ଷା ଦେବା ଲାଗି ଭାରତୀୟ ଜନତା ପାର୍ଟିର ନଦୀ ସୁରକ୍ଷା ସମୀତିର ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ମହାମହିମ ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ୍‌ଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି। କେନ୍ଦୁଝର ଜିଲ୍ଲାର ଏସାର(ମିତଲ) କାରଖାନା ବୈତରଣୀ ଓ କାରୋ ନଦୀରୁ ଜଳ ଶୋଷଣ କରୁଛନ୍ତି। ଟାଟା କମ୍ପାନୀ ମୁର୍ଗା ଓ ସୋନନଦୀ ଜିନ୍ଦଲ ବୈତରଣୀ ନଦୀ ଜଗନ୍ନାଥ ଷ୍ଟିଲ, ପଂଚବଟୀ ଷ୍ଟିଲ, ଆରିଆଷ୍ଟିଲ, ରୁଙ୍ଗଟା ଷ୍ଟିଲ କାରୋନଦୀ, ଏମ୍‌ଏସପି, ବ୍ରାଣ୍ଡ ଓଏସଆଇଏଲ ବ୍ରାଣ୍ଡ ଅରଡେଇ ନଦୀରୁ ଜଳ ନେଇ କାରଖାନାରେ ବ୍ୟବହାର କରୁଛନ୍ତି। ସେହିପରି ରାୟଗଡା ଜିଲ୍ଲାରେ ଜେକେ ପେପରମିଲ ନାଗାବଳୀ ନଦୀରୁ ଜଳ ନେଉଛି। ସୁନ୍ଦରଗଡ଼ ଜିଲ୍ଲା କୋଇଡାଠାରେ ରୁଙ୍ଗଟା କମ୍ପାନୀ ଦ୍ୱାରା ପ୍ରତିଷ୍ଠିତ ଲୁହା କାରଖାନା କାରୋ ନଦୀରୁ ମଧ୍ୟ ପାଣି ନେଉଛି।

ଶିଳ୍ପ କାରଖାନା ଜଳ ବ୍ୟବହାର ପରେ ୱାଟର ଟ୍ରିଟମେଂଟ ପ୍ଲାଂଟ ଯୋଗେ ପରିଷ୍କାର କରି ପୁର୍ନବାର ବ୍ୟବହାର କରିବା କଥା ମାତ୍ର କମ୍ପାନୀମାନେ ମଇଳା ଜଳକୁ ସଫା ନକରି ସିଧାସଳଖ ନଦୀକୁ ଛାଡୁଛନ୍ତି ଫଳରେ ନଦୀଜଳ ପ୍ରଦୂଷିତ ହେଉଛି। ଓଡ଼ିଶାର ପ୍ରଦୂଷିତ ଜଳ ପିଇବା ଓ ସ୍ନାନକରିବା ପାଇଁ ଅସ୍ୱାସ୍ଥଅକର ବୋଲି ଶ୍ରୀ ସାହୁ କହିଛନ୍ତି। ସେହିପରି ସହରାଂଚଳ ଥିବା ଡ୍ରେନ୍‌ଜ ଜଳ ବିଶୁଦ୍ଧ କରାନଯାଇ ନଦୀରେ ଛଡାଯାଉଛି। ଫଳରେ ବିଭିନ୍ନ ଚର୍ମ ରୋଗ, ହଇଜା, କଲେରା ଓ ଅନ୍ୟାନ୍ୟ ରୋଗ ବ୍ୟାପୁଥିଲେ ମଧ୍ୟ ରାଜ୍ୟ ସରକାର ଏନେଇ କୌଣସି ପଦକ୍ଷେଦ ନେଉନାହାନ୍ତି। କୋରାପୁଟ ଜିଲ୍ଲାରେ ଝାଡାବାନ୍ତି, ହଇଜା ଯୋଗୁ ସାଧାରଣ ଲୋକେ ରୋଗାକ୍ରାନ୍ତ ହେବା ସହ ଅନେକଙ୍କ ଜୀବନ ଯାଇଛି। ୨୫ବର୍ଷ ଶାସନରେ ରହି ମଧ୍ୟ ରାଜ୍ୟ ସରକାର ପାନୀୟ ଜଳ ଓ ନଳକୂପର ବ୍ୟବସ୍ଥା କରିନାହାନ୍ତି। ଫଳରେ କୋରାପୁଟ ଅଂଚଳର ଲୋକେ ନଦୀ, ନାଳ ଉପରେ ନିର୍ଭର କରୁଛନ୍ତି। କାଶୀପୁରରେ ୧୧ଜଣରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଓ ଅନେକ ରୋଗଗ୍ରସ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଓ ଦଶମନ୍ତପୁର ବ୍ଲକରେ ଝାଡାବାନ୍ତିରେ ଶହଶହ ଲୋକ ଆକ୍ରାନ୍ତ ହେବା ସହ ୨ଜଣଙ୍କ ମୃତ୍ୟୁ ଘଟିଛି ଓ ଝାଡାବାନ୍ତି ବଢ଼ିବାରେ ଲାଗିଛି।

ଅନ୍ୟପକ୍ଷେ ଜାତୀୟ ଗ୍ରିନ ଟ୍ରିବ୍ୟୁନାଲର ନିର୍ଦ୍ଦେଶବଳୀ ଅନୁଯାୟୀ ବର୍ଷାଦିନେ ନଦୀରୁ ବାଲି ଉଠାଇବାକୁ ବାରଣ ଥିବା ସତ୍ୱେ ଏହାକୁ ଉଲଘଂନ କରି ମାଲିମାଫିଆମାନେ ଖୁଲୁମଖୁଲା ନଦୀମାନଙ୍କରୁ ବାଲି ଚାଲାଣ କରୁଛନ୍ତି। ଶାସକ ଦଳର ନେତା, ମନ୍ତ୍ରୀଙ୍କ ଚାପ ଯୋଗୁଁ ଆରଆଇ, ତହସିଲଦାରମାନେ ବାଲିମାଫିଆମାନଙ୍କୁ ନିୟନ୍ତ୍ରଣ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ବାଲିପଟାଦାରମାନଙ୍କୁ ସରକାରୀ ନିୟମକ୍‌ୁ ଉଲଘଂନ କରି ଶାସକ ଦଳର ଚାପରେ ଲାଇସେନ୍ସ ପ୍ରଦାନ କରାଯାଉଛି। କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧା, ଭଦ୍ରକ, ମୟୁରଭଞ୍ଜ, ଢ଼େଙ୍କାନାଳ, ସମ୍ବଲପୁର, ଗଞ୍ଜାମ ଓ ବୌଦ୍ଧ ଜିଲ୍ଲାମାନଙ୍କରେ ଗ୍ରୀନ୍ ଟ୍ୟୁବୁନାଲର ନିୟମକୁ ଉଲଘଂନ କରି ଦିବାଲୋକରେ ବାଲି ଚାଲାଣ କରାଯାଉଛି। ରାଜ୍ୟର ସମ୍ବିଧାନିକ ମୁଖ୍ୟ ଉପରୋକ୍ତ ସମସ୍ୟାର ତୁରନ୍ତ ସମାଧାନ ଲାଗି ପଦକ୍ଷେପ ନେବାକୁ ଶ୍ରୀ ସାହୁ ସ୍ମାରକପତ୍ର ଦେଇଛନ୍ତି।

ଏହି ପ୍ରତିନିଧି ଦଳରେ ଡକ୍ଟର ରବିନ୍ଦ୍ର ନାରାୟଣ ବେହେରା, ଅଜୟ କୁମାର ସାହୁ, ଅଶୋକ କୁମାର ରଥ, ବିକ୍ରମକେଶରୀ ରାଉତରାୟ, ସଞ୍ଜିବ ରଣା, ଶ୍ରୀନିବାସ ପ୍ରଧାନ, ବାସୁଦେବ ପଣ୍ଡା ଓ ସୁଦର୍ଶନ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.