Home ଜିଲ୍ଲା ପରିକ୍ରମା ନାଆମୀ ସରପଞ୍ଚ ଓ ମହିଳା ନେତ୍ରୀଙ୍କ ପକ୍ଷରୁ ଅଭିଯୋଗ, ୨ ମାମଲା ଋଜୁ

ନାଆମୀ ସରପଞ୍ଚ ଓ ମହିଳା ନେତ୍ରୀଙ୍କ ପକ୍ଷରୁ ଅଭିଯୋଗ, ୨ ମାମଲା ଋଜୁ

113

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ନାଆମୀ ସରପଞ୍ଚ ତଥା ବିଜେଡି ନେତା ସଦାଶିବ ଦାସ ଓ ଦଳର ବ୍ଲକ ମହିଳା ସଭାନେତ୍ରୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ରଶ୍ମିତା ପାଢୀ ପରସ୍ପର ବିରୋଧରେ ଥାନାରେ ଗତ ଗୁରୁବାର ଅଭିଯୋଗ କରିଥିବା ଜଣାଯାଇଛି । ଗତ ଗୁରୁବାର ବ୍ଲକ ପରିସରରେ ଶ୍ରୀ ଦାସଙ୍କୁ ଭିଡାଓଟରା କରିଥିବା ଘଟଣାରେ ସଦାଶିବଙ୍କ ଭାଇ ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ସୋଲାପୁର ଗ୍ରାମର ଗୋପାଳ ଦାସଙ୍କ ଅଭିଯୋଗ କ୍ରମେ ଥାନାରେ ୩୬୫/୨୧ନଂ ମାମଲା ଋଜୁ ହୋଇଛି । ମହିଳା ସଭାନେତ୍ରୀ ରଶ୍ମିତାଙ୍କ ସ୍ୱାମୀ ଅରବିନ୍ଦ ଓ ଲଲାଟେନ୍ଦୁ ଜେନା ଓରଫ ବାବୁନୁ ସଦାଶିବଙ୍କୁ ବ୍ଲକ ପରିସରରେ କଲର ଧରି ଟାଣିବା ସହ ମରଣାନ୍ତକ ଆକ୍ରମଣ କରିବା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଅର୍ଥ ଛଡାଇନେଇଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି । ଅନ୍ୟ ପକ୍ଷରେ ବ୍ଲକ ସମ୍ମୁଖରେ ସରପଞ୍ଚ ସଦାଶିବଙ୍କ ସହ ପ୍ରକଳ୍ପ ବିଷୟରେ ଆଲୋଚନା କରୁଥିବା ସମୟରେ ସଦାଶିବ ରଶ୍ମିତାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ବୋଲି ରଶ୍ମିତା ଥାନାରେ ଅଭିଯୋଗ କରିଥିଲେ । ଏଥିନେଇ ଥାନାରେ ୩୬୬/୨୧ ନଂ ମାମଲା ଋଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.