Home ଜିଲ୍ଲା ପରିକ୍ରମା ତିହିଡି – ପ୍ରାଥମିକ ଶିକ୍ଷକଙ୍କ ପ୍ରତୀକ ଧାରଣା ଓ ପ୍ରତିବାଦ ସଭା

ତିହିଡି – ପ୍ରାଥମିକ ଶିକ୍ଷକଙ୍କ ପ୍ରତୀକ ଧାରଣା ଓ ପ୍ରତିବାଦ ସଭା

24

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଆହ୍ୱାନ କ୍ରମେ ଭଦ୍ରକ ଜିଲା ତିହିଡି ବ୍ଲକରେ କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ଶୁକ୍ରବାର ବ୍ଲକ ଗୋଷ୍ଠି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ୩ଦଫା ଦାବି ନେଇ ପ୍ରତୀକ ଧାରଣା ଦେଇଛନ୍ତି । ଏହି ଉପଲକ୍ଷେ ଅନୁଷ୍ଠିତ ପ୍ରତିବାଦ ସଭାରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ମାୟାଧର ସାହୁ ପୌରୋହିତ୍ୟ କରିଥିଲେ । ଦାବି ପୂରଣ ନହେଲେ ସମସ୍ତ ସ୍କୁଲରେ ତାଲା ପଡିବ ବୋଲି ମୁଖପାତ୍ର ସନ୍ତୋଷ ପାଣିଗ୍ରାହୀଙ୍କ ସମେତ ସଂଘର କର୍ମକର୍ତ୍ତା ଚେତାବନୀ ଦେଇଥିଲେ । ସଂଘର ସମ୍ପାଦକ ରମାକାନ୍ତ ଦାସ, ସଙ୍ଗଠନ ସମ୍ପାଦକ ଶ୍ରୀନାଥ ମଳିକ, ରୂପେଶ ସାହୁ, ଗିରିଧାରୀ ଚାନ୍ଦ, ପ୍ରଭାସ ପଣ୍ଡା, ଆନନ୍ଦ ଦାସ, ପରମେଶ୍ୱର ମଲ୍ଲିକ, ନାରାୟଣ ଦାସ ପ୍ରମୁଖ ନେତୃବୃନ୍ଦ ବକ୍ତବ୍ୟ ଦେଇଥିଲେ । ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ, କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା, ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନ୍ୟାସନାଲ ଇନ୍‌କ୍ରିମେଣ୍ଟ ପ୍ରଦାନ କରିବା ସହିତ ଚାକିରୀରେ ଗଣନା କରିବା, ଏକ୍ସ କ୍ୟାଡର ଶିକ୍ଷକ, କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ପ୍ରଦାନ କରିବା, ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ମୂଳ ବେତନ ଲେଭଲ-୯ ଗ୍ରେଡ ପେ ୪,୨୦୦ ଅନୁଯାୟୀ ପ୍ରଦାନ, ନୂତନ ପେନସନ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନସନ ପୁନଃ ପ୍ରଚଳନ ଇତ୍ୟାଦି ଦାବି ନେଇ ଏହି ଧାରଣା ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଅହଲ୍ୟା ମଲିକ, ସସ୍ମିତା ମଞ୍ଜରି ନାୟକ, ରେବତୀ ପଲେଇ, ମୂରଲୀଧର ଦାସ, ବଂଶୀଧର ଦାସ, ଚନ୍ଦ୍ରଶେଖର ମୁଦୁଲି, ପ୍ରାଣକୃଷ୍ଣ ରାଉଳ, ସୁକୁଲ ମୁର୍ମୁ, ଦାମୋଦର ମଲିକ, ସରୋଜ ଓଝା, ମନ୍ମଥ ଦାସ, ଦେବାନନ୍ଦ ବିଶ୍ୱାଳ, ଗଙ୍ଗାଧର ନାୟକ, ସଂଜୟ ମହାଳିକ, ଚନ୍ଦନ କୁମାର ପାତ୍ର, ଦେବବ୍ରତ ଶତପଥି, ନିରୋଦ କୁମାର ମଲିକ ପ୍ରମୁଖଙ୍କ ସହିତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରତିକ ଧାରଣାରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.