Home ଜିଲ୍ଲା ପରିକ୍ରମା ଦୁର୍ଗାବାହିନୀ, ମାତୃଶକ୍ତିର ପ୍ରତିଷ୍ଠା ଦିବସ ଓ ଶସ୍ତ୍ର ପୂଜନ

ଦୁର୍ଗାବାହିନୀ, ମାତୃଶକ୍ତିର ପ୍ରତିଷ୍ଠା ଦିବସ ଓ ଶସ୍ତ୍ର ପୂଜନ

31

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନାରୀ ଅବଳା କି ଦୁର୍ବଳା ନୁହଁ ସେ ସବଳା । ଭାରତୀୟ ସଂସ୍କୃତି ଓ ପରମ୍ପରା କ୍ଷେତ୍ରରେ ମାତୃଶକ୍ତିର ଅଭୂତପୂର୍ବ ଅବଦାନ ରହି ଆସିଛି । ସ୍ୱାଧୀନତା ସଂଗ୍ରାମଠୁ ଆରମ୍ଭ କରି ଧର୍ମ ରକ୍ଷା ପର୍ଯ୍ୟନ୍ତ ସେ ନିଜର ଜୀବନ ଓ ଯୌବନକୁ ତିଳମାତ୍ର ଭ୍ରୁକ୍ଷେପ ନକରି ସଦା ଆଗକୁ ଆସିଛି ବୋଲି ଆଜି ଦୁର୍ଗାବାହିନୀ, ବିଶ୍ୱ ହିନ୍ଦୁ ପରିଷଦ ଭଦ୍ରକ ନଗର ପକ୍ଷରୁ ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ମଞ୍ଚାସିନ ଅତିଥିମାନେ ମତ ପ୍ରକାଶ କରିଥିଲେ । ନାରୀ ଜାଗ୍ରତ ହେଲେ, ରାଷ୍ଟ୍ର ଧର୍ମ ସୁରକ୍ଷିତ ରହିବ ବୋଲି ଉପସ୍ଥିତ ଶତାଧିକ ମହିଳା କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦିଆଯାଇଥିଲା । ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ଦାସ, ସମ୍ମାନିତ ଅତିଥି ଦୁର୍ଗାବାହିନୀର ପୂର୍ବତନ ଜିଲ୍ଲା ସଂଯୋଜିକା ତଥା ହରିକଥାର ପୂର୍ବତନ ପୂର୍ଣ୍ଣର୍କାଳିକ କମଳା ଦାସ, ଅନ୍ୟତମ ଅତିଥି ଭାବେ ମାତୃଶକ୍ତିର ପୂର୍ବତନ ଜିଲ୍ଲା ସଂଯୋଜିକା ବରିଷ୍ଠ କାର୍ଯ୍ୟକର୍ତ୍ତା ବାସନ୍ତୀ ମହାପାତ୍ର ଏବଂ ଭଦ୍ରକ ଜିଲ୍ଲାର ବିଶିଷ୍ଟ ମହିଳା କ୍ରୀଡ଼ାବିତ ସୁ ସଙ୍ଗଠିକା ରାଜଲକ୍ଷ୍ମୀ ଡାକୁଆ ଉପସ୍ଥିତ ରହିଥିଲେ ।

ବୌଦ୍ଧିକ କାର୍ଯ୍ୟକ୍ରମ ପୂର୍ବରୁ ମାଆ ଦୁର୍ଗାଙ୍କୁ ସୁମାରି କରି ଶସ୍ତ୍ର ପୂଜନ କରାଯାଇଥିଲା । ଶସ୍ତ୍ର ପୂଜନ ସମୟରେ ଛାତ୍ରୀ ରାଶେଶ୍ୱରୀ ଦାସ ଏବଂ ଦେବଜାନୀ ସାହୁ ଦୁର୍ଗା ସ୍ତୋତ୍ର ଗାନ କରିଥିଲେ । କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତ ସତସଙ୍ଗ ସହ- ପ୍ରମୁଖ ଗୋବିନ୍ଦ ରାଉତ, ଜିଲ୍ଲା ଉପ ସଭାପତି ନିରଞ୍ଜନ ସାହୁ, ବରିଷ୍ଠ ଉପଦେଷ୍ଟା କୈଳାସ ଦାସ, ଯୁଗ୍ମ ସମ୍ପାଦକ ଶ୍ରୀକାନ୍ତ ଲେଙ୍କା, ବଜରଙ୍ଗ ଦଳର ପୂର୍ବତନ ବାଲେଶ୍ୱର ବିଭାଗ ସଂଯୋଜକ ସ୍ୱାଧୀନ ସୁନ୍ଦର ଦାସ, ମହିଳା କାର୍ଯ୍ୟକର୍ତ୍ତା ଜ୍ୟୋତିର୍ମୟୀ ରାଉତ, ପରିଷଦର ନଗର ସଭାପତି ପୁନିଲ ସାମନ୍ତ, କାର୍ଯ୍ୟକାରୀ ସଭାପତି ଶଙ୍କର୍ଷଣ ଦାସ, ଉପ ସଭାପତି ମହେଶ୍ୱର ବେହେରା, ସମ୍ପାଦକ ଜ୍ୟୋତି ସାହୁ, ସହ ସମ୍ପାଦକ ସନ୍ତୋଷ ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଶିବ ଶଙ୍କର ଦାସ, ସଞ୍ଜୁଲତା ସାମନ୍ତ, ବଜରଙ୍ଗ ଦଳର ଅନୀଲ ବେହେରା, ପ୍ରଶାନ୍ତ ମଲ୍ଲିକ, ସୀତାଂଶୁ ସେଠୀ, ଗିରିଜା ପଣ୍ଡା, ରିତିକା ରାୟ, ପ୍ରିୟଙ୍କା ଦାଶ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.