Home ଜିଲ୍ଲା ପରିକ୍ରମା ଧାମନଗରରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ

ଧାମନଗରରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ

46

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଦୁର୍ଗା ମଣ୍ଡପରେ ଆଜିଠାରୁ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି । ଆଜି ମା’ଙ୍କ ମହା ସପ୍ତମି ପୂଜା ଆରମ୍ଭ ହୋଇଥିବାରୁ ବିଭିନ୍ନ ପୂଜା ମଣ୍ଡପରେ ଘଟସ୍ଥାପନ କରାଯିବାପରେ ଯଥା ରିତୀନୀତିରେ ମା’ଙ୍କ ପୂଜା ଆରମ୍ଭ ହୋଇଛି । ଧାମନଗର ସ୍ଥିତ ମେଡ଼ିକାଲ ବଜାର, ଦକ୍ଷିଣବାଡ଼, ସୋହଡ଼ା, କରଦା, ଖଙ୍ଗରା, ଖରାଖାଇ, ଇଛଦା, କଲ୍ୟାଣୀ, ମାଙ୍କିଡ଼ିଆ, ବରମପୁର, ଦୋବଲ, ଅଲ୍ଲୀନଗର, ରାମେଶ୍ୱରପୁର, ଆନନ୍ଦପୁର ଆଦି ସ୍ଥାନ ମାନଙ୍କରେ ମା’ଙ୍କ ମୃଣ୍ମୟୀ ମୁର୍ତ୍ତି ନିର୍ମାଣ କରାଯାଇ ପୂଜା ଅର୍ଚ୍ଚନା ଆରମ୍ଭ ହୋଇଛି । ୪ଦିନଧରି ମା’ଙ୍କ ମଣ୍ଡପ ଗୁଡ଼ିକରେ ପୂଜାର୍ଚ୍ଚନା କରାଯିବ । ଗତବର୍ଷ ପରି ଚଳିତବର୍ଷ କରୋନା କଟକଣା ତଥା କୋଭିଡ଼ ଗାଇଡ଼ଲାଇନ୍‌କୁ ମାନି ନିରାଡ଼ମ୍ବର ଭାବରେ ପୂଜାର୍ଚ୍ଚନା କରାଯାଉଛି । କୌଣସି ପୂଜାମଣ୍ଡପରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉନାହିଁ । ଏ ନେଇ ବିଭିନ୍ନ ପୂଜା ମଣ୍ଡପରେ ମଧ୍ୟ ପୋଲିସ ପହରା ଦେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.