Home ଜିଲ୍ଲା ପରିକ୍ରମା ଈଶ୍ୱରପୁର ଗ୍ରାମରେ ପାନୀୟ ଜଳ ସମସ୍ୟା ପ୍ରସଂଗ, ବିଡିଓଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ନିବୃତ୍ତ ହେଲେ...

ଈଶ୍ୱରପୁର ଗ୍ରାମରେ ପାନୀୟ ଜଳ ସମସ୍ୟା ପ୍ରସଂଗ, ବିଡିଓଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ନିବୃତ୍ତ ହେଲେ ଗ୍ରାମବାସୀ

9

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଈଶ୍ୱରପୁର ଗ୍ରାମର ୧ନଂ ୱାର୍ଡରେ ପାନୀୟ ଜଳ ସମସ୍ୟା ଉପୁଜିଥିଲା । ଏହାକୁ ନେଇ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ଶୁକ୍ରବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ନିଷ୍ପତ୍ତି ନେଇଥିଲେ । ମାତ୍ର ଆଗାମୀ ସାତ ଦିନ ମଧ୍ୟରେ ପ୍ରକଳ୍ପରୁ ସ୍ୱତନ୍ତ୍ର ପାଇପ ଯୋଗେ ପାନୀୟ ଜଳ ବ୍ୟବସ୍ଥା କରିଯିବ ବୋଲି ବିଡିଓ ଜ୍ୟୋତିର୍ମୟ କର ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀମାନେ ଧାରଣାରୁ ନିବୃତ୍ତ ହୋଇଥିବା ଜଣାପଡ଼ିଛି । ଏ ନେଇ ବିଡିଓ ଜ୍ୟୋତିର୍ମୟ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜଳ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ଖଗେନ୍ଦ୍ର ପ୍ରସାଦ ବେହେରା, ସରପଞ୍ଚ ପବିତ୍ର ମୋହନ ମଳିକ, ସାମାଜିକ କର୍ମୀ ଶରତ କୁମାର ଦାସ ପ୍ରମୁଖ ସମସ୍ୟା ଉପରେ ଆଲୋଚନା କରିଥିଲେ । ପ୍ରକଳ୍ପର ପାଣିକୁ ଲୋକେ ବାଡି ଓ କ୍ଷେତରେ ମଡାଉଥିବା ବେଳେ ପିଇବାକୁ ନମିଳିବା ଦୁର୍ଭାଗ୍ୟଜନକ ବୋଲି ୱାର୍ଡବାସୀ ଦର୍ଶାଇଥିଲେ । ବିଡିଓ କର ଏଥିରେ ଅସନ୍ତୋଷ ପ୍ରକାଶ କରି ତୁରନ୍ତ ସେମାନେ କିପରି ପାନୀୟ ଜଳ ପାଇପାରିବେ ସେ ଦିଗରେ ପଦକ୍ଷେପ ନେବାକୁ ସହକାରୀ ଯନ୍ତ୍ରୀ ଶ୍ରୀ ବେହେରାଙ୍କୁ ପରାମର୍ଶ ଦେଇଥିଲେ । ସୂଚନାଯୋଗ୍ୟ ଯେ ବର୍ଷେ ହେଲା ଈଶ୍ୱରପୁର ଗ୍ରାମର ୧ନଂ ୱାର୍ଡର ୫ଶହ ଲୋକ ପାନୀୟ ଜଳରୁ ବଞ୍ଚିତ ହେବା ପରେ ଏଥିରେ ଅସନ୍ତୋଷ ପ୍ରକାଶ କରି ବ୍ଲକ କାର୍ଯ୍ୟାଳୟରେ ଗଣଧାରଣା ଦେବେ ବୋଲି ସ୍ଥିର କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭୀମସେନ ମଳିକ,ସୂର୍ଯ୍ୟମଣି ଦାସ, ରମେଶ ଚନ୍ଦ୍ର ମଳିକ, ଦେବେନ୍ଦ୍ର ମଳିକ, ବୈରାଗୀ ମଳିକ, ତରୁଣ ମଳିକ, ଚରଣ ମଳିକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.