Home ଜିଲ୍ଲା ପରିକ୍ରମା କରୋନା ସଚେତନତା ପାଇଁ ଆଗକୁ ଆସିଲେ ବକ୍ରେଶ୍ୱର ଯୁବକ ସଙ୍ଗ କର୍ମକର୍ତ୍ତା

କରୋନା ସଚେତନତା ପାଇଁ ଆଗକୁ ଆସିଲେ ବକ୍ରେଶ୍ୱର ଯୁବକ ସଙ୍ଗ କର୍ମକର୍ତ୍ତା

436

ଯାଜପୁର୨୨ା୪(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନା ଲକ୍ ଡାଉନ୍ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ଏହି ମହାମରୀ ଜୀବାଣୁ ସଂକ୍ରମଣ ବୃଦ୍ଧି ନପାଇବାକୁ ବିଭିନ୍ନ ସଚେତନତା କାଯ୍ୟଁକରିବା ଦେଖିବାକୁ ମିଳିଛି। ଏହି ସଚେତନତା କାର୍ଯ୍ୟ କେତେକ ଅଞ୍ଚଳରେ ଅପହଞ୍ଚ ହୋଇଥିବା ବେଳେ ଏପରି ସ୍ଥାନ ମାନଙ୍କରେ କରୋନା ସଚେତନତା ପାଇଁ ବିନା ସ୍ୱାର୍ଥରେ ରାଜ୍ୟର ଅଧିକାଂଶ ସ୍ଥାନରେ ଆଗକୁ ଆସିଛନ୍ତି କିଛି ସ୍ୱେଚ୍ଛାସେବୀ। କୋରେଇ ବ୍ଲକ୍ ରଣପୁର ଗ୍ରାମପଞ୍ଚାୟତର ଗୋପାଳ ପୁର(ତୋରଣ୍ଡା) ବକ୍ରେଶ୍ୱର ଯୁବକ ସଙ୍ଗର କର୍ମକର୍ତ୍ତା ମାନେ ସଞ୍ଜିବ ମହାନ୍ତି(ମିଲୁ) ଙ୍କ ପୋତ୍ସାହରେ ପଞ୍ଚାୟତ ଓ ଆଖପାଖ ଗ୍ରାମରେ ପହଞ୍ଚି ଳୋକମାନଙ୍କୁ ସଚେତନତା କରିବା ଦେଖିବାକୁ ମିଳିଛି। ଏହା ସହ କର୍ମକର୍ତ୍ତା ମାନେ ନିଜ ପକେଟ୍ ମନିରୁ ଲୋକମାନଙ୍କୁ ମାସ୍, ସାନିଟାଇଜେସନ୍ ଓ ପରିବେସକୁ ସଫେଇ କରି ଜନସାଧାରଣଙ୍କୁ ସଂକ୍ରମଣରୁ ରକ୍ଷା କରିବାରେ ସହାୟକ ହେବା ଦେଖିବାକୁ ମିଳିଛି। ବକ୍ରେଶ୍ୱର ଯୁବକ ସଙ୍ଗର ଯୋଗେନ୍ଦ୍ର ବାରିକ୍, ସୁସାନ୍ତ ସେଖର ନାୟକ, ଗୟାଧର ନାୟକ, ପ୍ରସାନ୍ତରାଉତ, ସୁଧାସୁଂଶେଖର ନାୟକ, ବିକାସ ସତପଥି ପ୍ରମୁଖ ଗ୍ରାମପଞ୍ଚାୟତର ଅଧିକାଂଶ ଗ୍ରାମରେ ପହଞ୍ଚି ସଚେତନତା କରିଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାର କରୋନା ସଚେତନତା ପାଇଁ ସମସ୍ତ ପଞ୍ଚାୟତ ମାନଙ୍କୁ ଆର୍ଥିକ ଅନୁଦାନ ଯୋଗାଇ ଦେଉଥିବା ସହ ରାଜ୍ୟ ମୁଖ୍ୟମନ୍ତ୍ରୀ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିବାବେଳେ ଉକ୍ତ ଅଞ୍ଚଳରେ ବକ୍ରେଶ୍ୱର ଯୁବକ ସଙ୍ଗ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଥିବା ଚର୍ଚ୍ଚା ବିଷୟ ପାଲଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.