Home ଓଡ଼ିଶା ଜୁଆ ଆଡ୍ଡା ଉପରେ ଚଢାଉ, ୫ ଗିରଫ

ଜୁଆ ଆଡ୍ଡା ଉପରେ ଚଢାଉ, ୫ ଗିରଫ

115

ନୟାଗଡ଼, ୧୦ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ସହର ରାଜାବଗିଚାର ସିଦ୍ଦେଶ୍ୱର ମନ୍ଦିର ଛାତ ଉପରେ ଜୁଆ ଖେଳ ହେଉଥିବା ସମୟରେ ପୁଲିସ ୫ଜଣ ଜୁଆଡ଼ିକୁ ଗିରଫ କରି କୋଟ୍ର ଚାଲାଣ କରିଥିବା ଜଣାପଡ଼ିଛି। ରବିବାର ଅପରାହ୍ନରେ ସିଦ୍ଦେଶ୍ୱର ମନ୍ଦିର ଛାତ ଉପରେ ଜୁଆ ଖେଳ ଚାଲିଥିବା ସମୟରେ ପୁଲିସ ଖବର ପାଇ ଅଚାନକ ଚଢାଉ କରିଥିଲା। ଟାଉନ ଥାନା ଅଧିକାରୀ ରଶ୍ମି ରଂଜନ ପଟ୍ଟନାୟକ ସଦଳବଳେ ମନ୍ଦିର ଚାରିପଟେ ଘେରାଉ କରି ଜୁଆ ଆଡ୍ଡା ଉପରେ ଚଢାଉ କରଥିଲା।। ଚଢାଉବେଳେ କେତେକ ଖସି ପଳାଇଥିବାବେଳେ ଆଉ ୫ଜଣଙ୍କୁ ପୁଲିସ ମାଡ଼ି ବସିଥିଲେ। ଜୁଆଡିମାନେ ହେଲେ କଇଥଗାଡ଼ିଆ ଗ୍ରାମର ଜଗନ୍ନାଥ ମହାନ୍ତି(୩୦) କାଳୁଚରଣ ଦାସ(୩୪), ରବିନ୍ଦ୍ର ମଲ୍ଲିକ(୩୬), ନୟାଗଡ଼ ପୁରୁଣା ସହରର ବାଙ୍କନିଧି ମହାନ୍ତି(୬୬) ଓ ନୟାଗଡ଼ ତ୍ରିନାଥଛକର ବୁଲା ଦାସ(୫୫)। ସେମାନଙ୍କଠାରୁ ୬ହଜାର ୨୭୦ ଟଙ୍କା, ୩ଟି ମୋବାଇଲ ଓ ୨ମୁଠା ତାସ ପୁଲିସ ଜବତ କରିଛି। ପୁଲିସ ୧୩୧/୧୮ରେ ଏକ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରଶ୍ୱି ରଂଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.