Home ଜିଲ୍ଲା ପରିକ୍ରମା ଜୁଆଆଡ୍ଡାରେ ଚଢଉ:୭ଗିରଫ ୬ଟି ବାଇକସହ ୯୬ହଜାର୫୦୦ଟଙ୍କା ଜବତ

ଜୁଆଆଡ୍ଡାରେ ଚଢଉ:୭ଗିରଫ ୬ଟି ବାଇକସହ ୯୬ହଜାର୫୦୦ଟଙ୍କା ଜବତ

71

ମାଲକାନଗିରି,୧୪ା୧୦(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମା ଥାନା ପୁଲିସକୁ ମିଳିଛି ସଫଳତା ,ଏକ ଜୁଆ ଆଡ୍ଡାଉପରେ ଚଢଉ କରି ୭ଜଣଙ୍କୁ ଗିରଫ କରିବାସହ ୬ଟି ବାଇକ ଓ ନଗଦ ୯୬ହଜାର୫୦୦ଚଙ୍କା ,ତାସ ପାଲି ଜବତ କରିଛନ୍ତି । ଗତ କାଲି ଥିଲା କୁମାର ପୂର୍ଣ୍ଣିମା ସେଥି ଉପଲକ୍ଷେ ମାଲକାନଗିରି ଥାନାସ୍ଥ ତଳସାହି ମଶାଣୀ ପଦାରେ ଗତ କାଲି ରାତ୍ରରେ ବେଆଇନ ଭାବେ କିଛି ଲୋକ ଜୁଆଖେଳୁଥିବାର ଏସପି ଙ୍କ ନିକଟରେ ଖବର ପହଁଚି ଥିଲା । ଏସପି ରିଶିକେଶ ଖିଲାରୀ ଡି ଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ରାତ୍ରରେ ମାଲକାନଗିରି ଥାନା ଆଇଆଇସି ରାମପ୍ରସାଦ ନାଗ ଙ୍କ ନେତୃତ୍ୱରେ ସବଇନସ୍ପେକ୍ଟର ରୁଦ୍ରମାଧବ ମୁଦୁଲି ଓ ପୁଲିସ ସଦଳବଳ ତଳସାହି ମଶାଣୀ ପଦାରେ ପହଁଚି ୭ ଜଣ ଜୁଆଡି ଙ୍କୁ ଧରିବାରେ ସଫଳ ହୋଇଛନ୍ତି । ସେଠାରୁ ନଗଦ ୯୬ହଜାର୫୦୦ଟଙ୍କା, ୬ଟି ମଟୋର ସାଇକେଲ,ତାସ୍ ମୁଠା, ପୁଲିସ ଜବତ କରିଛନ୍ତି । ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ପଡୋଶିରାଜ୍ୟ ଛତିଶଗଡ ସୁକୁମା ଜିଲ୍ଲା ଓ ମାଲକାନଗିରି ଜିଲ୍ଲାର କିଛି ବ୍ୟବସାୟୀ ଓ ଠିକାଦାର ଅଛନ୍ତି । ଫେରାର ହୋଇ ଯାଇଥିବା ଅନ୍ୟବ୍ୟକ୍ତି ମାନଙ୍କୁ ବିଭିନ୍ନ ସ୍ଥାନରେ ପୁଲିସ ଖୋଜା ଚଳାଇଛନ୍ତି । ମାଲକାନଗିରି ଥାନା କେସ ନମ୍ବର୨୬୪ /୧୯ ଭାରତୀୟ ପିଙ୍ଗଳ କୋର୍ଡ ୩ ଓପିଜି ଆକ୍ଟ ଅନୁସାରେ ଗିରଫ କରାଯାଇଥିବା ୭ଜଣଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି ବୋଲି ପୁଲିସ ସୁଚନା ଦେଇଛନ୍ତି । କୁମାର ପୁର୍ଣ୍ଣିମା ଓ କାଳିପୂଜା ଉତ୍ସବ ଉପଲକ୍ଷେ ବିଭିନ୍ନ ସ୍ଥାନରେ ତାସପାଲି, ଲୁଡୁ ଖେଳ ହୋଇଥାଏ । କେଉଁଠି ଖୁସିରେ ପରିବାର ମଧ୍ୟରେ ଖେଳ ଚାଲିଥାଏ ତ ଆଉ କେଉଁଠି ବ୍ୟବସାୟିକ ଭିତିରେ କମ ପରିଶ୍ରମରେ ଅଧିକ ଅର୍ଥ ରୋଜଗାର କରିବା ଉଦେଶ୍ୟରେ ଜୁଆଖେଳ ହୋଇଥାଏ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.