Home ଅପରାଧ ଜାଗାବାଡ଼ିକୁ କେନ୍ଦ୍ରକରି ଗାଁ ଦାଣ୍ଡରେ ମୁଣ୍ଡ ଗଡ଼ିଲା

ଜାଗାବାଡ଼ିକୁ କେନ୍ଦ୍ରକରି ଗାଁ ଦାଣ୍ଡରେ ମୁଣ୍ଡ ଗଡ଼ିଲା

125

ନୟାଗଡ଼, ୯ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ବ୍ଳକ ଇଟାମାଟି ଥାନା ଅନ୍ତର୍ଗତ ବାଉଁଶିଆପଡ଼ା ମାଳିସାହିରେ ଦେବୋତ୍ତର ଜାଗାବାଡ଼ିକୁ କେନ୍ଦ୍ରକରି ଗାଁ ଦାଣ୍ଡରେ ମୁଣ୍ଡ ଗଡ଼ିଛି। ଯାହାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି କ୍ଷେତ୍ର ମହାପାତ୍ର। ବହୁଦିନରୁ ଜାଗା ବାଡ଼ିକୁ ନେଇ ଗଣ୍ଡଗୋଳ ଲାଗି ରହିଥିବାବେଳେ କ୍ଷେତ୍ରକୁ ଗାଁ ଦାଣ୍ଡରେ ଗୋଡ଼େଇ ଗୋଡେଇ ହତ୍ୟା କରାଯାଇଛି। ଶବ ପାଖରେ ଏକ ଧାରୁଆ ଖଣ୍ଡା ପଡ଼ିଥିବାବେଳେ ଇଟାମାଟି ଥାନା ଓ ନୟାଗଡ଼ ଟାଉନଥାନା ପୁଲିସ ପହଂଚି ଶବ ଜବତ କରିବା ସହିତ ତଦନ୍ତ ଚଳାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.