Home ଜିଲ୍ଲା ପରିକ୍ରମା ଜଳହରି ଶନିମନ୍ଦିରରୁ ଚୋରି

ଜଳହରି ଶନିମନ୍ଦିରରୁ ଚୋରି

38

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମାଳଦା ପଞ୍ଚାୟତର ଜଳହରୀ ଶନିମନ୍ଦିରରୁ ଗତକାଲି ରାତ୍ରରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ମନ୍ଦିର ପୂଜକ ରାଧାଶ୍ୟାମ ପାଣିଗ୍ରାହୀ ଗତକାଲି ସନ୍ଧ୍ୟା ଆଳତୀ ସାରି ମନ୍ଦିର ଗେଟରେ ତାଲା ପକାଇଥିଲେ । ଆଜି ସକାଳେ ଗ୍ରାମବାସୀ ସୋମନାଥ ପଲାଇ ମନ୍ଦିର ତାଲା ଭଙ୍ଗାଯାଇଥିବା ଦେଖି ଗ୍ରାମ ଲୋକଙ୍କୁ ଜଣାଇଥିଲେ । ଗ୍ରାମବାସୀ ସରୋଜ କୁମାର ପରିଡା ଏଥିନେଇ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି । ମନ୍ଦିର ତାଲା ଭଙ୍ଗାଯାଇ ଠାକୁରଙ୍କ ରୂପା ମୁକୁଟ, ରୂପା ଆଖି, ପିତ୍ତଳ ଘଣ୍ଟ, ଘଣ୍ଟି ଓ ଅନ୍ୟାନ୍ୟ ବାସନ ସହ ଦାନବାକ୍ସରେ ଥିବା ଅର୍ଥ ଚୋରି ଯାଇଛି ବୋଲି ଅଭିଯୋଗରେ ଦର୍ଶାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.