Home Coronavirus Outbreak ଜରୁରିକାଳୀନ ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଓ ରିଲିଫ ପାଣ୍ଠି (ପିଏମ କେୟାର୍ସ ପାଣ୍ଠି)ରେ ମୁକ୍ତହସ୍ତରେ...

ଜରୁରିକାଳୀନ ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଓ ରିଲିଫ ପାଣ୍ଠି (ପିଏମ କେୟାର୍ସ ପାଣ୍ଠି)ରେ ମୁକ୍ତହସ୍ତରେ ଦାନ କରିବା ନିମନ୍ତେ ନିବେଦନ

520

ନୂଆ ଦିଲ୍ଲୀ ୩୦-୩ (ଓଡ଼ିଆ ପୁଅ) କୋଭିଡ-୧୯ ମହାମାରୀ ସାରା ବିଶ୍ୱ ପାଇଁ ଗମ୍ଭୀର ଆହ୍ୱାନ ସୃଷ୍ଟି କରିଛି ଏବଂ ସାରାବିଶ୍ୱର ଲୋକମାନଙ୍କ ସ୍ୱାସ୍ଥ୍ୟ ଓ ଆର୍ଥିକ ନିରାପତା ବିପନ୍ନ ହୋଇଛି। ଭାରତରେ ମଧ୍ୟ କରୋନା ଭୂତାଣୁ ସଂକ୍ରମଣର ସତର୍କ ଘଂଟି ବାଜିସାରିଲାଣି। ଏହା ଆମ ଦେଶ ପାଇଁ ଗୁରୁତର ସ୍ୱାସ୍ଥ୍ୟ ଓ ଅର୍ଥନୈତିକ ସମସ୍ୟା ସୃଷ୍ଟି କରିଛି। ଏଭଳି ଜରୁରିକାଳୀନ ସ୍ଥିତିରେ ସରକାରଙ୍କୁ ସହାୟତା କରିବା ଲାଗି ଉଦାରତା ପୂର୍ବକ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସଂଖ୍ୟାଧିକ ସ୍ୱତଃପ୍ରବୃତ ଅନୁରୋଧ ପ୍ରାପ୍ତ ହେଉଛି।

ପ୍ରାକୃତିକ କିମ୍ବା କୃତ୍ରିମ ବିପର୍ଯ୍ୟୟ ସ୍ଥିତିରେ, ପ୍ରଭାବିତଙ୍କ କଷ୍ଟ ଲାଘବ କରିବା ଲାଗି ତ୍ୱରିତ ଓ ସମ୍ମିଳିତ ପ୍ରୟାସର ଆବଶ୍ୟକତା ରହିଥାଏ। ଭିତିଭୂମି ଓ ସାମର୍ଥ୍ୟ ଆଦି ପ୍ରତି ପହଁଚିଥିବା କ୍ଷତି ଭରଣା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଜରୁରି ହୋଇଥାଏ। ତେଣୁ ଜରୁରିକାଳୀନ ସ୍ଥିତିରେ ତୁରନ୍ତ ସହାୟତା ଯୋଗାଇ ଦେବା ଏବଂ ଭିତିଭୂମି ଓ ସଂସ୍ଥାଗତ ସାମର୍ଥ୍ୟ ପୁନଃନିର୍ମାଣ ଏବଂ ସମ୍ପ୍ରସାରଣ ଜରିଆରେ ପ୍ରଭାବୀ ସାମୁଦାୟିକ ସୁରକ୍ଷା ମଧ୍ୟ କରିବାକୁ ହୋଇଥାଏ। ନୂତନ ପ୍ରଯୁକ୍ତିର ପ୍ରୟୋଗ ଏବଂ ଅତ୍ୟାଧୁନିକ ଗବେଷଣାର ଫଳାଫଳ ମଧ୍ୟ ଏଭଳି ଏକନିଷ୍ଠ ପଦକ୍ଷେପ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ।

କୋଭିଡ-୧୯ ଭଳି ମହାମାରୀ କାରଣରୁ ସୃଷ୍ଟି ହୋଇଥିବା ଜରୁରିକାଳୀନ ଏବଂ ସଙ୍କଟପୂର୍ଣ୍ଣ ପରିସ୍ଥିତିର ମୁକାବିଲା କରିବା ଏବଂ ପ୍ରଭାବିତଙ୍କୁ ସହାୟତା ଯୋଗାଇ ଦେବାର ପ୍ରମୁଖ ଉଦ୍ଦେଶ୍ୟ ନେଇ ଏକ ସମର୍ପିତ ଜାତୀୟ ପାଣ୍ଠି ଗଠନର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ଜରୁରିକାଳୀନ ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଓ ରିଲିଫ ପାଣ୍ଠି (ପିଏମ କେୟାର୍ସ ପାଣ୍ଠି) ଗଠନ କରାଯାଇଛି। ପ୍ରଧାନମନ୍ତ୍ରୀ ଏହି ଟ୍ରଷ୍ଟର ଅଧ୍ୟକ୍ଷ ଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ, ଗୃହ ମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଏହାର ସଦସ୍ୟ ଅଛନ୍ତି।

ଯେକୌଣସି ସମସ୍ୟାର ସମାଧାନ କରିବା ଲାଗି ଜନ ଭାଗିଦାରୀ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ ବିଶ୍ୱାସ କରି ଆସିଛନ୍ତି ଏବଂ ଏହା ତାଙ୍କ କାର୍ଯ୍ୟରେ ପ୍ରତିଫଳିତ ହୋଇଛି। ଏଠାରେ ମଧ୍ୟ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି। ଏହି ପାଣ୍ଠିରେ ଅଳ୍ପ ଅର୍ଥ ଦାନ ମଧ୍ୟ ଗ୍ରହଣ କରାଯିବ। ଯାହାର ଫଳସ୍ୱରୂପ ବହୁସଂଖ୍ୟକ ଲୋକ ଚାହିଁଲେ ଅତି ସ୍ୱଳ୍ପ ପରିମାଣର ଅର୍ଥ ମଧ୍ୟ ଦାନ କରିପାରିବେ।

pmindia.gov.in ୱେବସାଇଟକୁ ଯାଇ ନାଗରିକ ଓ ବିଭିନ୍ନ ସଂଗଠନ ନିମ୍ନୋକ୍ତ ବିବରଣୀକୁ ଉପଯୋଗ କରି ପିଏମ କେୟାର୍ସ ପାଣ୍ଠିରେ ଅର୍ଥଦାନ କରିପାରିବେ।

ଆକାଉଂଟ ନାମ : PM CARES

ଆକାଉଂଟ ନମ୍ବର : 2121PM20202

ଆଇଏଫଏସସି କୋଡ : SBIN0000691

ସ୍ୱିଫ୍ଟ କୋଡ : : SBININBB104

ବ୍ୟାଙ୍କ ନାମ ଓ ଶାଖା : State Bank of India, New Delhi Main Branch

ୟୁପିଆଇ ଆଇଡି : pmcares@sbi

pmindia.gov.in ୱେବସାଇଟରେ ନିମ୍ନୋକ୍ତ ପଦ୍ଧତିରେ ଦାନ ବାବଦରେ ଅର୍ଥ ପଇଠ କରିବାର ସୁବିଧା ରହିଛି –

ଡେବିଟ କାର୍ଡ ଓ କ୍ରେଡିଟ କାର୍ଡ

ଇଂଟରନେଟ ବ୍ୟାଙ୍କିଙ୍ଗ

ୟୁପିଆଇ (ଭିମ, ଫୋନପେ, ଆମାଜନ ପେ, ଗୁଗଲ ପେ, ପେଟିଏମ, ମୋବିକ୍ୱିକ, ଆଦି)

ଆରଟିଜିଏସ/ଏନଇଏଫଟି

ଏହି ପାଣ୍ଠି ପାଇଁ କରାଯାଉଥିବା ଅର୍ଥଦାନ ଆୟକର ଆଇନର ଧାରା ୮୦ (ଜି) ଅନୁଯାୟୀ ଆୟକରମୁକ୍ତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.