Home ଜିଲ୍ଲା ପରିକ୍ରମା ଗ୍ରୀଷ୍ମପ୍ରବାହ ଓ ଅଶୁଂଘାତ ରୋକିବା ପାଇଁ ମାଲକାନଗିରି ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ।

ଗ୍ରୀଷ୍ମପ୍ରବାହ ଓ ଅଶୁଂଘାତ ରୋକିବା ପାଇଁ ମାଲକାନଗିରି ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ।

11

ମାଲକାନଗିରି,୯ା ୩(ଓଡିଆ ପୁଅ ) ଗ୍ରୀଷ୍ମପ୍ରବାହ ଓ ଅଶୁଂଘାତ ରୋକିବା ପାଇଁ ମାଲକାରନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଡିଆରଡିଏ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲପାଳ ବୀରସେନ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି । ମାଲକାନଗିରି ଜିଲ୍ଲାରେ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ତାପମାତ୍ରା ବୃଦ୍ଧିପାଉଛି । ଏହାକୁ ଆଖି ଆଗରେ ରଖି ଗ୍ରୀଷ୍ମପ୍ରବାହ ଓ ଅଶୁଂଘାତକୁ କିପରି ମୁକାବିଲା କରାଯିବ ସେନେଇ ଆଗତୁରା ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇ ସାତଟି ଯାକବ୍ଲକ ୧୧୧ଟି ଗ୍ରାମ ପଚାଂୟତରେ ପାନୀୟ ଜଳ ଯୋଗାଣବ୍ୟସ୍ଥା , ଜଳ ଛତ୍ର,ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଜରୁରୀକାଳିନ ଔଷଧ ବଟଂନ,ଗ୍ରାମ୍ୟଜଳ ଯୋଗାଣ ବିଭାଗ ପକ୍ଷରୁ ଗ୍ରାମାଚଂଳରେ ପାନୀୟ ଜଳ ଯୋଗାଣ,ହସପିଟାଲ ଗୁଡିକରେ ଅଶୁଂଘାତ ପ୍ରକୋଷ୍ଠ ଖୋଲା ଯିବ,ବିଦ୍ୟୁତ କାଟ ରୋକିବା ସହିତ ପାନୀୟଜଳ ଯୋଗାଣ ପାଇଁ ସାତଟି ଯାକ ବ୍ଲକରେ ନୂତନ ବିଦ୍ୟୁତ ଟ୍ରାନ୍ସଫରମୋର ଗଛିତ ରଖାଯିବାର ବ୍ୟବସ୍ଥା ସହିତ ସାତଟି ଯାକ ବ୍ଲକ,ବାଲିମେଳା ଏନଏସି ,ମାଲକାନଗିରି ପୌରପରିଷଦ ରେ ସ୍ୱତନ୍ତ୍ର ଭାବେ ପାଣିଟ୍ୟାଙ୍କରରେ ପାନୀୟଜଳ ଯୋଗଣ ବ୍ୟବସ୍ଥା କରାଯିବ, କୋଭିଡ ନିୟମ ମାନି ମାସ୍କ ବ୍ୟବହାର କରିବା ସହ ସମାଜିକ ଦୂରତା ଅବଲମ୍ବନ କରିବା ପାଇଁ ସହର ବଜାର ଗୁଡିକକେ ଡାକବାଜି ଯନ୍ତ୍ରରେ ପ୍ରଚାର କରିବା, ଶ୍ରମିକ ମାନେ ଦିନ୧୨ଟା ପରେ କାର୍ଯ୍ୟବନ୍ଦ ରଖିବେ, ଏହି ଗ୍ରୀଷ୍ମପ୍ରବାହ ତାତିରେ କୌଣସି ବ୍ୟକ୍ତିର କିଛି କ୍ଷତି ନଘଟିବ ସେଥିପ୍ରତି ଜିଲ୍ଲାପ୍ରଶସନ ସଜାଗ ରହିବା ପାଇଁ ସମସ୍ଥ ଅଧିକାରି ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ କହିଥଲେ । ଜଙ୍ଗଲରେ ଲାଗୁଥିବା ନିଆଁକୁ ଜିପିଆରଏସ ମାଧ୍ୟମରେ ଠାବକରାଯାଇ ରୋକାଯିବା ପାଇଁ ସମସ୍ତ ବନବିଭାଗ ରେଜଂକୁ ପରାମର୍ଶ ଦିଆଯାଇଛି । ଏହି ବୌଠକରେ ଅନ୍ୟାନ ମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି,ଡିଆରଡିଏ ପିଡି ବାଳମୁକୁନ୍ଦ ଭୂୟାଁ,ତହସିଲଦାର ଗୁଣନିଧିନାୟକ,ଜିଲ୍ଲାଜରୁରୀ କାଳିନ ଅଧିକାରୀ ଦୁର୍ଗାପ୍ରସାଦ ଦୋରା,ପ୍ରାକୃତିକ ପ୍ରଶସମନ ବିଭାଗ ପ୍ରକଳ୍ପ ଅଧିକାରୀ ସୁଧାସୁଂ ଶେଖର ପୃଷ୍ଟି, ସହକାରୀ ଯନ୍ତ୍ରୀ ସହରାଚଂଳ ଓ ଗ୍ରାମାଚଂଳ ଜଳ ଯୋଗାଣ ବିଭାଗ,ବିଦ୍ୟୁତ ବିଭାଗ,ଅଗ୍ନିଶମ ଅଧିକାରୀ,ସ୍ୱାସ୍ଥ୍ୟାବିଭାଗ ଅଧିକାରୀ ଙ୍କ ସହିତ ମାଲାକନଗିରି, କାଲିମେଳା, ପଡିଆ, କୋରକୁଣ୍ଡା, ଚିତ୍ରକୋଣ୍ଡା, ଖଇରପୁଟ, ମାଥିଲି, ସାତଟି ଯାକ ବ୍ଲକର ବିଡିଓ ଓ ତହସିଲଦାର ଙ୍କ ସହିତ ଅନ୍ୟାନ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.