Home ଜିଲ୍ଲା ପରିକ୍ରମା ପୁରୁଣା ମାମଲାରେ ଫେରାର ଥିବା ୫ ଅଭିଯୁକ୍ତ ଗିରଫ

ପୁରୁଣା ମାମଲାରେ ଫେରାର ଥିବା ୫ ଅଭିଯୁକ୍ତ ଗିରଫ

16

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଓ ଧୂଷୁରୀ ଥାନା ଅଂଚଳରେ ବିଭିନ୍ନ ମାମଲାରେ ଜଡିତ ଥାଇ ଦୀର୍ଘ ବର୍ଷ ଧରି ଫେରାର ଥିବା ୫ଜଣ ଅଭିଯୁକ୍ତକୁ ଆଜି ପୁଲିସ ଗିରଫ କରିଛି । ଚିଙ୍ଗିଡିପୁର ମଙ୍ଗଳିଆସାହି ଗ୍ରାମର ଗଣେଶ ବେହେରା (୬୧) ଓ ଗୌରାଙ୍ଗ ସାହୁ (୫୧), ଗୋପାଳପୁରର ମିରହସନପୁର ଗ୍ରାମର ଗୟାଧର ଜେନା (୫୦), ଦୁର୍ଗାପୁର ଗ୍ରାମର ପ୍ରେମାନନ୍ଦ ଦାସ (୪୮) ଏମାନେ ୧୯୯୫ ମସିହାରେ ଫୌଜଦାରୀ ମାମଲାରେ ଜଡିତ ଥାଇ ଫେରାର ଥିବାରୁ ସେମାନଙ୍କ ନାମରେ ଜିଆର କେଶ ନଂ-୧୪୭୭/୯୫ରେ ମାମଲା ଥିଲା । ଗତକାଲି ରାତିରେ ଥାନାଧିକାରୀ ରତିକାନ୍ତ ଗିରି, ଏସଆଇ ନିତାଇ ମହାନ୍ତି, ଏଏସଆଇ ହୃଷିକେଶ ବିଶ୍ୱାଳ ଓ ପ୍ରଦୀପ ଦାସ ସେମାନଙ୍କ ଘରେ ଚଢଉ କରି ସଂପୃକ୍ତ ୪ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ସେହିପରି ଧୂଷୁରୀ ପୁଲିସ ନଦୀଗାଁ ଗ୍ରାମର କରୁଣାକର ସେଠୀଙ୍କ ପୁଅ ସୁନନ୍ଦ ସେଠୀ (ଧୁନ୍ଦୁରା) ଏକ ପୁରୁଣା ମାମଲାରେ ଫେରାର ଥିବା ବେଳେ ଥାନାଧିକାରୀ ପ୍ରଫୁଲ୍ଲ ସିଂ, ଏସଆଇ ମହାପ୍ରସାଦ ନାୟକ ଓ ଏଏସଆଇ ଧ୍ରୁତରାଷ୍ଟ ମଲିକ ଗତକାଲି ରାତିରେ ଚଢଉ କରି ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.