Home ଜିଲ୍ଲା ପରିକ୍ରମା ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଶହୀଦ କିଷାନମାନଙ୍କୁ ଭଦ୍ରକରେ ଶ୍ରଦ୍ଧାଞ୍ଜଳି

ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଶହୀଦ କିଷାନମାନଙ୍କୁ ଭଦ୍ରକରେ ଶ୍ରଦ୍ଧାଞ୍ଜଳି

51

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଉତ୍ତରପ୍ରଦେଶ ଲକ୍ଷ୍ମୀପୁରରେ ଶହୀଦ ହୋଇଥିବା କିଷାନମାନଙ୍କୁ କ୍ୟାଣ୍ଡେଲ ଜଳାଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । କଳା କୃଷି ଆଇନ୍ ପ୍ରତ୍ୟାହାର ଦାବି କରି ଦୀର୍ଘ ୧୧ ମାସ ଧରି ଦିଲ୍ଲୀ ଠାରେ ଚାଲିଥିବା ଅନ୍ନଦାତାଙ୍କ ଆନ୍ଦୋଳନର ୮ ଜଣ ଚାଷୀ ଓ ଜଣେ ସାମ୍ବାଦିକଙ୍କୁ ଗାଡି ଚଢାଇ ମାରିଥିବା କେନ୍ଦ୍ରମନ୍ତ୍ରୀଙ୍କ ପୁତ୍ରଙ୍କ ବିରୁଦ୍ଧରେ ନାରାବାଜି ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ଶ୍ରଦ୍ଧାଞ୍ଜଳି ଓ ପ୍ରତିବାଦ ସଭାରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ନେତା ଦିବ୍ୟସିଂହ ନାୟକ, ରାଧା ଦାସ, ବିନୋଦ ସାହୁ, ସେକ୍ କାଲୁ, ମଣ୍ଟୁ ମୁଣ୍ଡା, ଆସୁ ଖାଁ ପ୍ରମୁଖ ସାମିଲ ଥିଲେ । ଏବଂ କେନ୍ଦ୍ର ଓ ରାଜ୍ୟ ସରକାର କୃଷି କ୍ଷେତ୍ର ଓ ରାଷ୍ଟ୍ରୀୟ ସଂପତ୍ତି ବିକ୍ରି କରି, ଦରଦାମ ବୃଦ୍ଧି କରି ଦେଶବାସୀଙ୍କୁ କାଙ୍ଗାଳ କରିଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତିର ପ୍ରତିବାଦ କରିବା ପାଇଁ ବକ୍ତାମାନେ ଭଦ୍ରକବାସୀଙ୍କୁ ଆହ୍ୱାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.