Home ଓଡ଼ିଶା କୋରାପୁଟ ଜିଲ୍ଲାରେ କି ବିଚିତ୍ର ଶିକ୍ଷାବ୍ୟବସ୍ଥା- ବାରଣ୍ଡା ଓ କନାଆଢୁଆଳରେ ଚାଲିଛି ପାଠପଢା

କୋରାପୁଟ ଜିଲ୍ଲାରେ କି ବିଚିତ୍ର ଶିକ୍ଷାବ୍ୟବସ୍ଥା- ବାରଣ୍ଡା ଓ କନାଆଢୁଆଳରେ ଚାଲିଛି ପାଠପଢା

113

କୋରାପୁଟ ୨୫-୦୭ (ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ବିଚିତ୍ର ଥିବା ନଜର କରାଯାଇଛି।ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମଇନାମାଳ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଅବ୍ୟବସ୍ଥା ମଧ୍ୟରେ ରହିଥିବା ଜଣାପଡିଛି।ଏହି ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ରହିଥିବା ବେଳେ ୧୨ ଜଣ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ନେଇ ସମୁଦାୟ ୩୯୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି।ପ୍ରଥମରେ ୩୧ ଜଣ ପାଠପଢୁଥିବା ବେଳେ ୨ୟରେ ୨୩, ୩ୟରେ ୩୨, ୪ର୍ତରେ ୩୧, ୫ମରେ ୩୦, ଷଷ୍ଠରେ ୫୨, ସପ୍ତମରେ ୪୬, ଅଷ୍ଟମରେ ୪୮, ନବମରେ ୬୩ ଓ ଦଶମରେ ୩୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି ବୋଲି ପ୍ରଧାନଶିକ୍ଷକ ସୁରେନ୍ଦ୍ର ନାଥ ଷଡଙ୍ଗୀ ସୂଚନା ଦିଅନ୍ତି।୧୦ ଟି ଶ୍ରେଣୀ ପାଇଁ ମାତ୍ର ୫ ଟି ଗୃହ ଥିବାରୁ ୧ମ, ୪ର୍ଥ ଓ ୫ମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବାରଣ୍ଡାରେ ରଖାଯାଇ ଶିକ୍ଷା ପ୍ରଦାନ କରାଯାଉଛି।ଏପରିକି ୬ଷ୍ଠ ଓ ୭ମ ପିଲାମାନଙ୍କୁ ଗୋଟିଏ ଗୃହକୁ କନାଆଢୁଆଳରେ ଭାଗ କରାଯାଇ ୨ଜଣ ଶିକ୍ଷକ ପାଠ ପଢାଉଥିବା ନଜର କରାଯାଇଥିଲା।୨ ଜଣ ଶିକ୍ଷକ ୨ଟି ଶ୍ରେଣୀର ପାଠ ପଢାଉଥିବାରୁ ଓ ପିଲାମାନଙ୍କ ପାଟିତୁଣ୍ଡରୁ ଆମ୍ଭେମାନେ ଶିକ୍ଷକ କଣ ପଢାଉଛନ୍ତି ତାହା ବୁଝିପାରିବା କଷ୍ଟକର ହେଉଥିବା ଛାତ୍ର ଗଣପତି ଓ ଧନପତି ଗୈାଡ ପ୍ରକାଶ କରିଛନ୍ତି।୩ ଟି ଶ୍ରେଣୀର ୯୨ ଜଣ ଛାତ୍ରଛାତ୍ରୀ ବାରଣ୍ଡାରେ ପାଠପଠନ୍ତି ଯେଉଁଦିନ ବର୍ଷା ହୁଏ ସେ ଦିନ ପାଠପଢାରେ ଅସୁବିଧା ହୋଇଥାଏ ବୋଲି ଛାତ୍ରମାନେ ପ୍ରକାଶ କରିଥିଲେ।ସ୍କୁଲରେ ମଧ୍ୟାହ୍ନ ଭୋଜନ ନିମନ୍ତେ ରୋଷେଇଶାଳଟିଏ ନ ଥିବାରୁ ବାରଣ୍ଡାରେ ରୋଷେଇ କରାଯାଉଥିବା ନଜର କରାଯାଇଥିଲା।ସ୍କଲ ବାହାରେ ଗୋଟିଏ ନଳକୂପ ରହିଛି ତାହା ଏତେ ପିଲାଙ୍କ ନିମନ୍ତେ ପାଣି ଯୋଗାଇପାରୁ ନ ଥିବା ଛାତ୍ରମାନେ ପ୍ରକାଶ କରିଥିଲେ।

ଗ୍ରାମଭିତରେ ସ୍କୁଲଟି ଚାଲୁଥିଲା ଓ ହାଇସ୍କୁଲ ନିମନ୍ତେ ଗୃହ ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲୁଥିଲା।ଏହି ସମୟ ମଧ୍ୟରେ ସ୍କୁଲଟିର ଗୃହଗୁଡିକ ଅସୁରକ୍ଷିତ ଅବସ୍ଥାରେ ରହିଥିବା କାରଣରୁ ଛାତ୍ରଛାତ୍ରୀଙ୍କୁ ସେଠାରେ ରଖି ପାଠ ପଢେଇବା ସମ୍ବବପର ହୋଇ ନ ଥିଲା।୨୦୧୫ ମସିହାରେ ହାଇସ୍କୁଲ ଗୃହ କାର୍ଯ୍ୟ ସରିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇ ସମସ୍ତ ଛାତ୍ରଛାତ୍ରୀ ଏଠାକୁ ଅଣାଯାଇଥିଲା ବୋଲି ପ୍ରଧାନଶିକ୍ଷକ ସୁରେନ୍ଦ୍ରନାଥ ଷଡଙ୍ଗୀ ପ୍ରକାଶ କରିଥିଲେ।ଏହି ସ୍କୁଲକୁ ପୂର୍ବତନ ଜିଲ୍ଲା ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ଆସିଥିଲେ ଓ ସମସ୍ୟା ସଂପର୍କରେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ ବୋଲି ସେ ପ୍ରକାଶ କରିଥିଲେ।ଏହି ସ୍କୁଲ ଚାଲିବା ନିମନ୍ତେ ୭ ଟି ଅତିରିକ୍ତ ଶ୍ରେଣୀ ଗୃହର ଆବଶ୍ୟକତା ରହିଛି ବୋଲି ସେ ସୂଚନା ଦେଇଥିଲେ।ଶ୍ରେଣୀଗୃହର ଅଭାବ ଯୋଗୁଁ ଶିକ୍ଷାଦାନ ପରିଚାଳନାରେ ଅସୁବିଧା ଦେଖାଦେଉଥିବା ସହକାରୀ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି।ରୋଷେଇଘର ନ ଥିବାରୁ ବାରଣ୍ଡାରେ ରୋଷେଇ କରାଯାଉଥିବା ସେ ସୂଚନା ଦେଇଥିଲେ। ଏ ସଂପର୍କରେ ଦଶମନ୍ତପୁର ବ୍ଲକ ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନଙ୍କୁ ପଚାରିବାରେ ଉକ୍ତ ହାଇସ୍କୁଲରେ କେବଳ ୯ ମ ଓ ୧୦ ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ନିର୍ମାଣ କରାଯାଇଥିଲା।ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଠାରେ ରହି ଶିକ୍ଷାଦାନ କରୁଥିବାରୁ ଶ୍ରେଣୀଗୃହ ଅଭାବରୁ ପିଲାମାନେ ବାରଣ୍ଡାରେ ପଢୁଥିବା ସୂଚନା ଦେଇଥିଲେ। ଏ ବିଷୟରେ ପଚାୟତରାଜ ବିଭାଗକୁ ଜଣାଇ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ।ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ସ୍ଥାନୀୟ ବିଡିଓଙ୍କୁ ଅବଗତ କରାଯାଇ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଥିଲେ।

୩ ବର୍ଷ ହେଲାଣି ଏଠାରେ ପ୍ରାୟ ୪୦୦ ଜଣ ଛାତ୍ରଛାତ୍ରୀ ପାଠପଢୁଛନ୍ତି ଏହା କଣ ସିଆରସିସି, ବିଆରସିସି, ବିଇଓ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନଜରରେ ଆସି ଥିଲା କି ନାହିଁ ଯଦି ଆସିଥିଲା ତେବେ କାହିଁକି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ କରାଗଲା ନାହିଁ ଓ କେଉଁସ୍ତରରେ ଏହା ଅଟକି ରହିଛି ତାହା ଏବେ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।ପାଚେରୀଟିଏ ନାହିଁ କିନ୍ତୁ ବାରଣ୍ଡାରେ ରୋଷେଇ ଚାଳିଛି ଅବାଧରେ କୁକୁର ପ୍ରବେଶକୁ ଏଡାଇଦିଆଯାଇ ନ ପାରେ ବୋଲି ଆଲୋଚ୍ୟର ବିଷୟ ହୋଇପଡିଛି।ଛୋଟ ଛୋଟ ପିଲାମାନେ ବାରଣ୍ଡାରେ ବସି ଶିକ୍ଷା ଗ୍ରହଣ କରୁଛନ୍ତି।ଯେତେବେଳ ବର୍ଷାହୁଏ ସେହି ସମୟରେ ଶିକ୍ଷାଦାନରେ ବାଧାପ୍ରାପ୍ତ ହୁଏ।ଜିଲ୍ଲା ସର୍ବଶିକ୍ଷା ଅଭିଯାନ ତରଫରୁ ଗତଦିନ ମାନଙ୍କରେ କୋଟି କୋଟି ଅର୍ଥ ଖର୍ଚ୍ଚ କରାଯାଇ ଅତିରିକ୍ତ ଶ୍ରେଣୀଗୃହ ଓ ନୂତନ ସ୍କୁଲ ଗୃହ ନିର୍ମାଣ କରାଯାଇଥିଲା।ଏବେ ୧୦ରୁ କମ ଥିବା ୯୨ ଟି ସ୍କୁଲ ବନ୍ଦ କରିଦିଆଗଲା ସେହି ସ୍କୁଲର ଗୃହଗୁଡିକ ଏବେ କିଏ ବ୍ୟବହାର କରିବା ନା ନଷ୍ଟ ହୋଇଯିବା ତାହାକୁ ନେଇ ଅନେକ କଥା ଆଲୋଚନା ହେଉଥିବା ବେଳେ ଯେଉଁଠି ଅଧିକା ସଂଖ୍ୟାରେ ପିଲାଆସି ପାଠପଢୁଛନ୍ତି ସେଠାରେ ଶ୍ରେଣୀ ଗୃହ ଅଭାବ ରହିବା ଜିଲ୍ଲା ଶିକ୍ଷା ପ୍ରଶାସନର ଅପରାଗତାକୁ ସାଧାରଣରେ ଦାୟୀ କରାଯାଇଛି।ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେଇ ବର୍ଷାଦିନ ପରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.