Home ଓଡ଼ିଶା ରଣପୁର ବିଧାୟକ ଓ ଖୋର୍ଦ୍ଧା ବନଖଣ୍ଡ ଅଧିକାରିଣୀ ଙ୍କ ପ୍ରାକୃତିକ ଅମ୍ଲଜାନ ପାଇଁ ବୃକ୍ଷ ରୋପଣ

ରଣପୁର ବିଧାୟକ ଓ ଖୋର୍ଦ୍ଧା ବନଖଣ୍ଡ ଅଧିକାରିଣୀ ଙ୍କ ପ୍ରାକୃତିକ ଅମ୍ଲଜାନ ପାଇଁ ବୃକ୍ଷ ରୋପଣ

48

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୫/୦୭- ସାରା ରାଜ୍ୟ ରେ କରୋନା ମହାମାରୀ ଦ୍ୱିତୀୟ ଲହର ରେ ଅମ୍ଲଜାନ ଅଭାବ ଯୋଗୁଁ ଶହ ଶହ ଜୀବନ ଅକାଳ ରେ ଚାଲିଗଲା । ଅମ୍ଲଜାନ ଅଭାବର ପୁରଣ ପାଇଁ ସରକାର କୃତ୍ରିମ ଅମ୍ଲଜାନ ସୃଷ୍ଟି ପାଇଁ ବିଭିନ୍ନ ଜାଗା ରେ ପ୍ରକଳ୍ପ ମାନ ବସାଉଛନ୍ତି । କିନ୍ତୁ ଦିନ କୁ ଦିନ କଙ୍କ୍ରିଟ ଜଙ୍ଗଲ ବଢି ଚାଲିଥିବା ବେଳେ ପ୍ରାକୃତିକ ଜଙ୍ଗଲ କମି କମି ଯାଉଛି । ଜଳବାୟୁ ରେ ବୃକ୍ଷ ଲତା ହିଁ ଅମ୍ଲଜାନ ସ୍ତର କୁ ସମାନ ରଖିଥାଏ । ୭୨ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସର ରେ ରାଜ୍ୟ ଜଙ୍ଗଲ  , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରାକୃତିକ ଜଙ୍ଗଲ ସୃଷ୍ଟି ପାଇଁ ପଦକ୍ଷେପ ନେଇଅଛି । ତେଣୁ ଖୋର୍ଦ୍ଧା ବନଖଣ୍ଡ ଅଧିନରେ ଥିବା ରଣପୁର ବନାଂଚଳ ର ଚମ୍ପାଗଡ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅଡେଇ ହେକ୍ଟର ଜାଗା ରେ ପ୍ରାକୃତିକ ଜଙ୍ଗଲ ସୃଷ୍ଟି ପାଇଁ ଚାରା ରୋପଣ କରାଯାଉଅଛି ।

ଚମ୍ପାଗଡ ଠାରେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ ଓ ଖୋର୍ଦ୍ଧା ବନଖଣ୍ଡ ଅଧିକାରିଣୀ ପୁର୍ଣ୍ଣିମା ପି. ପ୍ରମୁଖ ପୂଜା ପାଠ କରାଇ ବର ଓ ଅଶ୍ୱସ୍ତ ବୃକ୍ଷ ନିଜ ହାତରେ ଲଗାଇ ଶୁଭାରମ୍ଭ କରିଥିବା ଜଣାପଡିଛି । ଏହି ଅଂଚଳ ରେ କେବଳ ପ୍ରାକୃତିକ ଜଙ୍ଗଲ ସୃଷ୍ଟି କରାଯିବ । ବୃକ୍ଷ ରୋପଣ  ଓ ତାହାର ରକ୍ଷଣା ବେକ୍ଷଣ ପାଇଁ ଚମ୍ପାଗଡ ସୋପ୍ନେଶ୍ୱର ଦେବ ମନ୍ଦିର ପରିସର ରେ କୋଭିଡ୍ କଟକଣା ଭିତରେ ଏକ ସଚେତନତା ସଭା କରାଯାଇଥିଲା । ଏଥିରେ ବିଧାୟକ, ବନଖଣ୍ଡ ଅଧିକାରିଣୀ,ଗ୍ରାମ ବନ ସଂରକ୍ଷଣ ସମିତି ର ସଭାପତି,ଚାନ୍ଦପୁର ଜିଲ୍ଲା ପରିଷଦ ସଭ୍ୟ ବିଜୟ କେତନ ସାହୁ,ସ୍ଥାନୀୟ ସରପଞ୍ଚା  ଙ୍କ ପ୍ରତିନିଧି ଛବିନ ପରିଡା ପ୍ରମୁଖ ବହୁ ମହିଳା ପୁରୁଷ ଯୋଗଦାନ କରିଥିଲେ । ରଣପୁର ବନାଂଚଳ ର ଚକଡାଦାର ଶରତ କୁମାର ଶତପଥି ସମସ୍ତ ବୃକ୍ଷ ରୋପଣ କାର୍ଯ୍ୟ ଆୟୋଜନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.