Home ଜିଲ୍ଲା ପରିକ୍ରମା ବାଂଶଡା ଥାନାରେ ବରିଷ୍ଠ ନାଗରିକଙ୍କ ବୈଠକ

ବାଂଶଡା ଥାନାରେ ବରିଷ୍ଠ ନାଗରିକଙ୍କ ବୈଠକ

13

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ ବାଂଶଡା ଥାନାରେ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଠାରେ ସୁଚନାଯୋଗ୍ୟ ବାଂଶଡା ଥାନାରେ ନୂତନ ଥାନାଧିକାରୀ ଭାବେ ଦେବରାଜ ଜେନା ଯୋଗ ଦେଇଥିବା ପରିପ୍ରେକ୍ଷୀରେ ଅଂଚଳର ବରିଷ୍ଠ ନାଗରିକ ମାନେ ଉପସ୍ଥିତ ରହି ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବନ୍ଧିତ କରିଥିଲେ । ପରେ ଥାନାଧିକାରୀ ସମସ୍ତଙ୍କ ମଙ୍ଗଳକାମନା କରିବା ସହ ଉପସ୍ଥିତ ଥିବା ସମସ୍ତ ବରିଷ୍ଠ ନାଗରିକଙ୍କ ସହ ସମସ୍ତ ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିଥିଲେ । ଆଗାମୀ ଦିନରେ ଅଂଚଳର ବରିଷ୍ଠ ନାଗରିକ କିଛି ଅସୁବିଧାର ସମ୍ମୁଖୀନ ହେଲେ ତୁରନ୍ତ ତାଙ୍କୁ ଯୋଗାଯୋଗ କରିବା ପାଇଁ କହିବା ସହ ସେମାନଙ୍କର ଉତରତୋର କାମନା କରିଥିଲେ । ଆଜି ଏହି ବୈଠକରେ ଅତୁଲ ଚନ୍ଦ୍ର ପରିଡା, ଟୁକୁ ପଟନାୟକ, ସନ୍ୟାସୀ ବିଶ୍ୱାଳ, ବୀରବର ପାତ୍ର, ସୁରେନ୍ଦ୍ର ପଲାଇ, ଜିତେନ ମହାନ୍ତି, ବାଦଲ ଦାସ, ବାବାଜି ରାଉତ, ତ୍ରିଲୋଚନ ବେହେରା, ଭାଗିରଥି ବେହେରା, ଅକ୍ଷୟ ବେହେରା,କୃଷ୍ନଚନ୍ଦ୍ର ପଲେଇ, ରବିନ୍ଦ୍ର ମାହୁନ୍ତ, ବିଷ୍ଣୁ ସ୍ୱାଇଁ,କ୍ଷେତ୍ରବାସୀ ବାରିକ ପ୍ରମୁଖ ଉପସ୍ଥିତ ରହିବା ସହ ନୂତନ ଥାନାଧିକାରୀଙ୍କ ସହଯୋଗ ରହିଲେ ଆଗାମୀ ଦିନରେ ଅଂଚଳରେ ଥିବା ବରିଷ୍ଠ ନାଗରିକ ମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ମତ ପ୍ରକାଶ ପାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.