Home ଓଡ଼ିଶା ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ କରୋନା ଟିକା ନେବା ପାଇଁ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଆଗ୍ରହ,୨୦ଟି...

ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ କରୋନା ଟିକା ନେବା ପାଇଁ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଆଗ୍ରହ,୨୦ଟି ସ୍ଥାନରେ ଟିକାକରଣ

79

ମାଲକାନଗିରି,୧୬ା୩ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଗତ ୧ତାରିଖ ଠାରୁ ତୃତୀୟପର୍ଯ୍ୟାୟ କୋଭିଡ ଟିକାକରଣ ଆରମ୍ଭ ହୋଇ ଆଜି ସୁଦ୍ଧା ୯ହଜାର୧୧୪ଜଣ ବ୍ୟକ୍ତି କରୋନା ଟିକାନେଇ ସାରିଛନ୍ତି । ସେମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ୮ହଜାର ୩ଜଣ,ବହୁବିଧ ଜଟିଳ ରୋଗୀ ୧ହଜାର ୧୧୧ ଜଣଙ୍କୁ ଟିକା ଦିଆସରିଛି । ଏହି କରୋନା ଟିକାନେବା ପାଇଁ ବିଭିନ୍ନ ଟିକାକରଣ କେନ୍ଦ୍ର ଗୁଡିକୁ ଆଦିବାସୀ ବୃଦ୍ଧ, ବୃଦ୍ଧା ସହ ବରିଷ୍ଠନାଗରିକ ଓ ବହୁବିଧ ଜଟିଳ ରୋଗୀ ଆଗ୍ରହ ସହକାରେ ଆସି ଧାଡି ବାନ୍ଧି ଟିକା ନେଉଥିବାର ଦେଖିବାକୁ ମିଳିଛି । ଜିଲ୍ଲାସଦର ମହକୁମା ହସପିଟାଲ ସହିତ ସାତଟି ବ୍ଲକରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ,ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ୨୦ଟି ସ୍ଥାନରେ କୋଭିଡ ଟିକା କେନ୍ଦ୍ର ଖୋଲା ଯାଇ ଟିକାକରଣ କରାଯାଉଛି । ଏହି ତୃତୀୟ ପର୍ଯ୍ୟାୟରେ ଜିଲ୍ଲାରେ ପ୍ରାୟ୬୦ହଜାରରୁ ଉର୍ଦ୍ଦ ଜଣ ବରିଷ୍ଟ ନାଗରିକ ଓ ୪୫ବର୍ଷରୁ ଉର୍ଧ ବହୁବିଦ ଜଟିଳ ରୋଗୀ ଙ୍କୁ ଟିକାକରଣ କରାଯିବା ପାଇଁ ନିସ୍ପତି ନିଆ ଯାଇଛି । ଜିଲ୍ଲାସଦର ମହକୁମା ହସପିଟାଲ ୫ମହଲା ରେ ସ୍ୱତନ୍ତ୍ର ଭାବେ ଖୋଲାଯାଇଥିବା କୋଭିଡ ଟିକାକରଣ କୋଠରୀରେ ଆଜି କରୋନା ଟିକା ନେବାପାଇଁ ଆଦିବାସୀ ବୃଦ୍ଦା ବୃଦ୍ଧ ଓ ବରିଷ୍ଠ ନାଗରିକ ଙ୍କ ସହ ୪୫ବର୍ଷରୁ ଉର୍ଦ୍ଦବୟସ୍କ ବହୁବିଧ ଜଟିଳ ରୋଗୀଙ୍କର ଟିକାନେବା ପାଇଁ ଆଗ୍ରହ ପ୍ରକାଶ ପାଇବା ସହ ସେମାନଙ୍କର ପ୍ରବଳ ଭିଡ ଲାଗିଯାଇଥିଲା । ଗତକାଲି ୧୫୦୦ରୁ ଉର୍ଦ୍ଦ ଓ ଆଜି ଗୋଟିଏ ଦିନରେ ବିଭିନ୍ନ କେନ୍ଦ୍ରରେ ୧୪୮୨ଜଣ ଟିକା ନେଇଥିବାର ଜଣାପଡିଛି । ଟିକାନେବାକୁ ସମସ୍ତେ ଆଗ୍ରହ ସହକାରେ ଧାଡି ବନ୍ଧି ଟିକାକରଣ କେନ୍ଦ୍ରକୁ ଆସୁଥିବାର ଦେଖିବାକୁ ମିଳିଥିଲା । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୪ହଜାର୬୯୧ଜଣ ଡାକ୍ତର,ସ୍ୱାସ୍ଥ୍ୟକର୍ମୀ ଓ ହସପିଟାଲ କର୍ମଚାରୀ,ଦ୍ୱିତୀପର୍ଯ୍ୟାୟରେ ୬ହଜାର୯୮୬ଜଣ ପୁଲିସ ଓ ଆଗଧାଡିର କରୋନା ଯୋଦ୍ଧାଙ୍କୁ କରୋନା ଟିକା ପ୍ରଦାନ କରାଯାଇଛି । ତୃତୀୟ ପର୍ଯ୍ୟାୟରେ ଆଜି ସୁଦ୍ଦା ବରିଷ୍ଟ ନାଗରିକ ୮ହଜାର୩ଜଣ ଓ ବହୁବିଧ ଜଟିଳ ରୋଗି ୧ହଜାର୧୧୧ଜଣ ଙ୍କୁ ଟିକାକରଣ କରାଯାଇଛି । ଜିଲ୍ଲାର ସମସ୍ତ କୋଭିଡ ଟିକାକରଣ କେନ୍ଦ୍ରଗୁଡିକରେ ଶାନ୍ତିଶୃଙ୍ଖଳାର ସହିତ ଟିକାପ୍ରଦାନ କରାଯାଉଛି । କୋଭିଡ ଟିକା ନେଇଥିବା କୌଣସି ବ୍ୟକ୍ତଙ୍କର ଏପର୍ଯ୍ୟନ୍ତ କିଛି ପାଶ୍ୱର୍ପ୍ରତିକ୍ରୀୟା ଦେଖାଯାଇ ନଥିବାର ଜଣାପଡିଛି । ଇତି ମଧ୍ୟରେ ଜିଲ୍ଲାରେ କରୋନା ସକ୍ରିୟ ରୋଗୀ ଶୂନ ହୋଇଛି ,ହସପିଟାଲରେ ଜଣେ ବି କରୋନା ରୋଗୀ ନାହାନ୍ତି, ଏହା ସ୍ୱତ୍ୱେ କରୋନା କଟକଣା ନ ଉଠିବା ପର୍ଯ୍ୟନ୍ତ ମାସ୍କ ପିନ୍ଧିବା,ସାମାଜିକ ଦୂରତା ଅବଲମ୍ବନକରିବା,ଜନଗହଳି ନକିରବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଜନସଚେତନତା କରାଯାଉଛି ,ଜିଲ୍ଲାରେ ଥିବା ବରିଷ୍ଠ ନାଗରିକ ଓ ବହୁବିଧ ଜଟିଳ ରୋଗୀ ମାନେ ନିକଟସ୍ଥ କରୋନା ଟିକାକରଣ କେନ୍ଦ୍ରକୁ ଯାଇ ଟିକାନେଇ କୋଭିଡ ମୁକ୍ତ ମାଲକାନଗିରି ଜିଲ୍ଲା ସ୍ୱପ୍ନକୁ ସାକାର କରନ୍ତୁ ବୋଲି ଜିଲ୍ଲାପାଳ ଡ.ୟେଦୁଲା ବିଜୟ ଓ ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଫୁଲ କୁମାର ନନ୍ଦ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.