Home ଜିଲ୍ଲା ପରିକ୍ରମା ଚାରିଥର ନିଆଁ ଲିଭାଇବା ପରେ ମଧ୍ୟ ପୁରଣା ବରଗଛ ରେ ଲାଗୁଛି ନିଆଁ

ଚାରିଥର ନିଆଁ ଲିଭାଇବା ପରେ ମଧ୍ୟ ପୁରଣା ବରଗଛ ରେ ଲାଗୁଛି ନିଆଁ

179

ମାଲକାନଗିରି,୧୬ା୩ (ଓଡିଆ ପୁଅ ) ଗତ ସାତଦିନହେଲା ଜଳୁଛି ଏକ ପୁରଣା ବରଗଛ,ଚାରି ଚାରି ଥର ଦମକଳ ବାହିନି ନିଆଁ ଲାଭାଇବା ପରେ ମଧ୍ୟ ପୁଣି ରାତ୍ରରେ ବରଗଛ ଗଣ୍ଡିରୁ ନିଆଁ ଧୁ ଧୁ ହୋଇ ଉପରକୁ ଉଠୁଛି । ଏପରି ଅଲୌକିକ ଘଟଣା ଜିଲ୍ଲାସଦର ମହକୁମାସ୍ଥ କୋଭିଡ ହସପିଟାଲ ନିକଟ ଶିବମନ୍ଦିର ପରିସରରେ ଥିବା ଶହ ଶହ ବର୍ଷର ବହୁପୁରାତନ ବରଗଛରେ ଗତ ସପ୍ତାହକ ତଳେ ହଟାତ ନିଆଁ ଲାଗି ପୋଡି ଯିବା ଦେଖି ନିକଟସ୍ଥ ବସ୍ତି ବାସିନ୍ଦା ଛାନିଆ ହୋଇପଡିଥିଲେ । ଜିଲ୍ଲାସଦରମହକୁମା ପୁରଣା ହସପିଟାଲ ତଥା ଏବର କୋଭିଡ ହସପିଟାଲ ନିକଟରେ ଥିବା ଶିବମନ୍ଦିର ପରିସରରେ ଶହଶହ ବର୍ଷର ଏକ ପୁରୁଣା ବରଗଛ ମୁଳରେ କେହି ଲୋକ ନିଆଁଲଗାଇ ଦେଇଥିବାରୁ ବରଗଛରେ ନିଆଁ ଲାଗି ପୋଡିଯିବା ଦେଖି ଅଗ୍ନିଶମ ବିଭାଗକୁ ଫୋନକରିଥିଲେ । ଘଟଣାସ୍ଥଳରେ ଦମକଳବାହନି ପହଁଚି ନିଆଁକୁ ଆୟତ କରିବାରୁ ବରଗଛଟି ପୋଡି ଯିବାରୁ ରକ୍ଷା ପାଇଥିଲା । ନିଆଁ ଆୟତ ହେବାପରେ ପୁଣି ଗୋଟିଏ ଦିନପରେ ନିଆଁ ଲାଗି ବାରୁ ଅଗ୍ନିଶମବିଭାଗ ଆସି ନିଆଁ ଲାଭାଇଥିଲେ । ଦିନରେ ଅଗ୍ନିଶମ ବିଭାଗ ଗଛରେ ପାଣି ପକାଇ ନିଆଁ କୁ ଆୟୋତ କରୁଥିବା ବେଳେ ସେହି ଗଛରେ ରାତ୍ରରେ ନିଆଁ ଲାଗି ଯାଉଥିବାରୁ ନିକଟସ୍ଥ ବସ୍ତି ବାସିନ୍ଦା ଛାନିଆ ହୋଇପଡିଛନ୍ତି । ଗତ କାଲି ରାତ୍ରରେ ଆଉଥରେ ନିଆଁ ଲାଗିବାରୁ ଅଗ୍ନିଶମବିଭାଗ କର୍ମଚାରୀ ମାନେ ସେଠାରେ ପହଁଚି ନିଆଁକୁ ଆୟୋତ କରିଛନ୍ତି । ଚାରି ଥର ଦମକଳବାହନି ବରଗଛରେ ଲାଗିଥିବା ନିଆଁକୁ ଲିଭାଇ ପଳାଇଗଲପାରେ ପୁଣି ରାତ୍ରରେ ନିଆଁଲାଗି ଯାଉଛି । କେହି କେହି ଏହା ଠାକୁରଙ୍କ ଅଲୌକିକ ଶକ୍ତି ତ ଆଉ କିଏ କହୁଛନ୍ତି କେହି ବଦମାସ ଜାଣି ଶୁଣି ଏହି ଗଛ କୋରଡରେ ନିଆଁଲଗାଇ ଦେଉଥିବାରୁ ଏପରି ହେଉଛି । ସେ ଯାହେୁ ନା କାହିଁକି ଏଥି ପ୍ରତି ଜିଲ୍ଲାପ୍ରଶାସନ ଓ ପୌରପରିଷ ଗୁରୁତ୍ୱଦେଇ ସେହି ବହୁପୁରତାନ ବର ଗଛଟିକୁ ନିଆଁ ଦାଉରୁ ସୁରକ୍ଷିତ ରଖିବା ଜରୁରୀ ହୋଇପଡିଛି । ଏହି ବରଗଛରେ ହଜାର ହଜାର ସଂଖ୍ୟାରେ ବଗ ଓ ନାନାପ୍ରକାର ପକ୍ଷୀ ବସା ବାନ୍ଧିରହିଛନ୍ତି । ନିଆଁ ପ୍ରକୋପରେ ସେମାନେ ଭୟରେ ଅନ୍ୟତ୍ର ଉଡିଯାଇଥିବାର ଜଣାପଡିଛି । ଏହି ଗଛ ପାଖ ବସ୍ତି ନିକଟରେ କୋର୍ଟର ଜଜ,ବନଖଣ୍ଡୀୟ ଅଧିକାରୀ ,ଡାକ୍ତର ମାନଙ୍କ ବାସଭବନ ସହ କୋଭିଡ ହସପିଟାଲ,ଓ ବସ୍ତି , ଅନ୍ୟାନ ସରକାରି କର୍ମଚାରୀ ମାନଙ୍କ ବାସଗୃହ ରହିଛି । ବରଗଛଟି ପାଇଁ ଶିବ ମନ୍ଦିର ଚର୍ତୁପାଶ୍ୱର୍ ସୁରକ୍ଷିତ ରହିପାରୁଥିଲା । ଗଛଟି ବହୁପୁରଣା ହୋଇଥିବାରୁ ତାର ଗଣ୍ଡି କୋରଡ ମଧ୍ୟରେ ନିଆଁ ରହି ଯାଉଥିବାରୁ ଓ ଜିଲ୍ଲାରେ ପ୍ରବଳ ଖରା ସାଙ୍ଗକୁ ଗରମ ହେଉଥିବାରୁ ସେହି କୋରଡରୁ ବାରମ୍ବାରା ନିଆଁ ଉପରକୁ ଉଠିଯାଉ ଥିବାର ସନ୍ଦେହ କରାଯାଉଛି । ଏହି ଗଛଟିର କୋରଡ ସହିତ ଅନ୍ୟାନ ସ୍ଥାନରେ ଭଲଭାବେରେ ପାଣିପକାଇଲେ ଗଛ ଗଣ୍ଡିରେ ରହିଯାଇ ଥିବା ନିଆଁ ଲିଭି ଯାଇପାରନ୍ତା ବୋଲି କିଛି ବୁଦ୍ଧି ଜୀବି କହିଛନ୍ତି । ନିକଟସ୍ଥ ବସ୍ତିବାସିନ୍ଦା ଏହି ପୁରୁଣା ବରଗଛରେ ବାରମ୍ବାର ନିଆଁ ଲାଗିବା ଘଟଣାଦେଖି ଏହା ବସ୍ତିଉପରକୁ କୌଣସି ବିପଦ ଆସୁଛି ବୋଲି ଆଶଙ୍କା କରି ଶିବଙ୍କନିକଟରେ ପୁଜା ଅର୍ଚନାଚଳାଇ ଥିବାର ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.