Home Top News ଆଠ ୱିକେଟରେ ଜିତିଲା ଇଂଲଣ୍ଡ – ବଟଲର ୮୩ ଅପରାଜିତ

ଆଠ ୱିକେଟରେ ଜିତିଲା ଇଂଲଣ୍ଡ – ବଟଲର ୮୩ ଅପରାଜିତ

347

Live ୯:୫୪ ଇଲଣ୍ଡକୁ ଦ୍ୱିତୀୟ ଝଟକା, ଡେଭିଡ୍‌ ମଲାନ୍ (୧୮) ଆଉଟ୍, ଇଲଣ୍ଡ ୮୧/୨

ଇଲଣ୍ଡକୁ ଦ୍ୱିତୀୟ ଝଟକା, ଡେଭିଡ୍‌ ମଲାନ୍ (୧୮) ଆଉଟ୍, ୱାଶିଂଟନ୍ ସୁନ୍ଦରଙ୍କ ବଲରେ ଋଷଭ ପନ୍ତ ଦ୍ୱାରା ଷ୍ଟମ୍ପ ଆଉଟ୍‌, ୮୧/୨

Live ୯:୪୬ ଜୋସ୍ ବଟଲର୍ ଙ୍କ ଅର୍ଦ୍ଧ ଶତକ – ଇଲଣ୍ଡ ୯ ଓଭରରେ ୭୮/୧
ବର୍ତ୍ତମାନ ଜୋସ୍ ବଟଲର୍ ଏବଂ ଡେଭିଡ୍ ମାଲାନ୍ ଖେଳୁଛନ୍ତି।
ଜୋସ୍ ବଟଲର୍ ୨୫ ଟି ବଲ୍‌ଖେଳି ୫୦ ରନ୍‌କରିଛନ୍ତି ଏଥିରେ ୪ଟି ଚୌକା ଏବଂ ୩ଟି ଛକ୍କା ସାମିଲ୍‌ଅଛି।
ଡେଭିଡ୍ ମାଲାନ୍ ୧୫ ଟି ବଲ୍‌ଖେଳି ୧୭ ରନ୍‌ କରିଛନ୍ତି ଏଥିରେ ଗୋଟିଏ ଛକ୍କା ସାମିଲ୍‌ଅଛି।

Live ୯:୪୦ ଜୋସ୍ ବଟଲର୍ ଙ୍କ ଧୁଆଁଧାର ବ୍ୟାଟିଂ – ଇଲଣ୍ଡ ୮ ଓଭରରେ ୬୮/୧
୮ ଓଭରରେ
ବର୍ତ୍ତମାନ ଜୋସ୍ ବଟଲର୍ ଏବଂ ଡେଭିଡ୍ ମାଲାନ୍ ଖେଳୁଛନ୍ତି।
ଜୋସ୍ ବଟଲର୍ ୨୪ ଟି ବଲ୍‌ଖେଳି ୪୮ ରନ୍‌କରିଛନ୍ତି ଏଥିରେ ୪ଟି ଚୌକା ଏବଂ ୩ଟି ଛକ୍କା ସାମିଲ୍‌ଅଛି।
ଡେଭିଡ୍ ମାଲାନ୍ ୧୧ ଟି ବଲ୍‌ଖେଳି ୯ ରନ୍‌କରିଛନ୍ତି।

Live ୯:୩୬ ଜୋସ୍ ବଟଲର୍ ଙ୍କ ଧୁଆଁଧାର ବ୍ୟାଟିଂ – ଇଲଣ୍ଡ ୬ ଓଭରରେ ୫୭/୧
୬ ଓଭରରେ ୯.୫୦ କରେଣ୍ଟ ରନ୍ ରେଟ୍।
ବର୍ତ୍ତମାନ ଜୋସ୍ ବଟଲର୍ ଏବଂ ଡେଭିଡ୍ ମାଲାନ୍ ଖେଳୁଛନ୍ତି।
ଜୋସ୍ ବଟଲର୍ ୧୭ ଟି ବଲ୍‌ଖେଳି ୪୩ ରନ୍‌କରିଛନ୍ତି ଏଥିରେ ୪ଟି ଚୌକା ଏବଂ ୩ଟି ଛକ୍କା ସାମିଲ୍‌ଅଛି।
ଡେଭିଡ୍ ମାଲାନ୍ ୬ ଟି ବଲ୍‌ଖେଳି ୪ ରନ୍‌କରିଛନ୍ତି।

ଇଲଣ୍ଡକୁ ପ୍ରଥମ ଝଟକା – ଜେସନ ରୟ (୯)) ଆଉଟ୍ ଇଲଣ୍ଡ ୪ ଓଭର ପରେ ୩୦/୧
Live ୯:୨୧ ଇଲଣ୍ଡକୁ ପ୍ରଥମ ଝଟକା ଲାଗିଛି। ଜେସନ ରୟ (୯) ରନ୍‌ କରି ଆଉଟ୍ ହୋଇଛନ୍ତି। ଇଲଣ୍ଡ ୪ ଓଭର ପରେ ୩୦/୧। ୟୁଜଭେନ୍ଦ୍ର ଚହଲଙ୍କ ବଲରେ ରୋହିତ ଶର୍ମା କ୍ୟାଚ ନେଇଥିଲେ।

ନୂଆ ଦିଲ୍ଲୀ ୧୬-୩ (ଓଡ଼ିଆ ପୁଅ) ଭାରତ ଇଂଲଣ୍ଡ ମଧ୍ୟରେ ତୃତୀୟ T-20 ମ୍ୟାଚ୍ ଖେଳା ଯାଉଛି। ଭାରତ ୧୫୬/୬ କରି ଇଲଣ୍ଡକୁ ୧୫୭ ରନ୍‌ର ଲକ୍ଷ ଦେଇଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପୁଣି ଟସ୍ ହାରିଯାଇଥିଲେ। ଇଂଲଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳରେ କେବଳ ଗୋଟିଏ ପରିବର୍ତ୍ତନ କରାଯାଇଛି। ଗତ ମ୍ୟାଚ୍ ରେ ଡେବ୍ୟୁ କରିଥିବା ସୂର୍ଯ୍ୟ କୁମାର ଯାଦବ ଏହି ମ୍ୟାଚରେ ଖେଳୁ ନାହାଁନ୍ତି, ତାଙ୍କ ସ୍ଥାନ ରୋହିତ ଶର୍ମାଙ୍କ ଦଳକୁ ଫେରିଛନ୍ତି। ଏବେ ଦେଖିବାକୁ ପଡିବ ଟିମ୍ ଇଣ୍ଡିଆ ତରଫରୁ କିଏ ଓପନିଂ କରିବାକୁ ଆସିଥିଲେ। କେଏଲ ରାହୁଲ ଶୂନରେ ଆଉଟ୍ ହୋଇଯାଇଥିଲେ।ତାଙ୍କ ପରେ ରୋହିତ ଶର୍ମା ମଧ୍ୟ ୧୫ ରନ୍‌ କରି ମାର୍କ ଉଡ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ। ଇଶାନ କିଷନ ମଧ୍ୟ (୪ ରନ୍‌) କରି ଆଉଟ୍, c ଜୋସ୍ ବଟଲର୍ ବି କ୍ରିସ୍ ଜୋର୍ଡାନ୍ ଙ୍କ ଶିକାର ହୋଇଥିଲେ। ଭାରତକୁ ୪ର୍ଥ ଝଟକା ଲାଗିଥିଲା ଯେତେବେଳେ ଋଷଭ ପନ୍ଥ (୨୫ ରନ୍‌ କରି) ଆଉଟ୍‌ ହୋଇଥିଲେ। ଶ୍ରେୟସ୍‌ ଆୟାର (୯ ରନ୍‌) କରି ଆଉଟ୍ ହେବା ପରେ ଭାରତକୁ ପଞ୍ଚମ ଝଟକା ଲାଗିଥିଲା। ତେବେ ଶେଷ ବଲ୍‌ରେ ହାର୍ଦ୍ଦିକ୍ ପାଣ୍ଡ୍ୟା ଆଉଟ୍‌ ହୋଇଛନ୍ତି। ବିରାଟଙ୍କ ଛକ୍କା ଚୌକା ବର୍ଷା ସହିତ ୪୬ଟି ବଲ୍‌ରେ ୭୭ ରନ୍‌ କରିଥିଲେ ଏଥିରେ ସେ ୪ଟି ଛକ୍କା ଏବଂ ୮ଟି ଚୌକା ମାରିଥିଲେ। ଇଲଣ୍ଡର ମାର୍କ ଉଡ୍‌ ୩ଟି ୱିକେଟ୍‌ ନେଇଥିବା ବେଳେ କ୍ରିସ୍‌ ଜୋର୍ଡ଼ାନ ୨ଟି ୱିକେଟ୍‌ ନେଇଥିଲେ।

ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଆଜି ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ତୃତୀୟ ଟି -୨୦ ମ୍ୟାଚ୍ ଜିତି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ରେ ଆଗୁଆ ହେବାକୁ ଚାହୁଁଛି। ପ୍ରଥମ ଟି -୨୦ ମ୍ୟାଚ୍ ରେ ଭାରତ ଆଠଟି ୱିକେଟ୍ ହରାଇଥିଲା କିନ୍ତୁ ରବିବାର ଦ୍ୱିତୀୟ ମ୍ୟାଚ୍ ରେ ସେମାନେ ଇଂଲଣ୍ଡକୁ ସାତ ୱିକେଟ୍ ରେ ପରାସ୍ତ କରିଥିଲେ। ଏହି ମ୍ୟାଚରୁ ଡେବ୍ୟୁ କରିଥିବା ଇଶାନ କିଶନ ଭାରତର ବିଜୟ ରେ ମୁଖ୍ୟ ଭୂମିକା ନେଇଥିଲେ। ୩୨ ଟି ବଲରୁ ଇଶାନ ୫୬ ରନ ସ୍କୋର କରିଥିଲେ, ଏହି ଇନିଂସ ପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ମନୋନୀତ କରାଯାଇଥିଲା। ଇଂଲଣ୍ଡ ଅଧିନାୟକ ଇଏନ୍ ମୋର୍ଗାନଙ୍କ ଅନୁଯାୟୀ, ତୃତୀୟ ମ୍ୟାଚ୍ ରେ ପିଚ୍ ସ୍ପିନ୍ ବୋଲରଙ୍କ ପାଇଁ ସହାୟକ ହୋଇପାରେ। ଭାରତୀୟ ବୋଲରମାନେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ଙ୍କୁ ବହୁତ ଅସୁବିଧାରେ ପକାଇଥିଲେ, କେବଳ ଭଲ ପ୍ରଦର୍ଶନ କରିବା ପରେ ଇଂରାଜୀ ଦଳ ପକ୍ଷରୁ କେବଳ ଜେସନ ରୟ ୩୫ ବଲରେ ୪୬ ରନ୍ ସଂଗ୍ରହ କରିଥିଲେ। ଏହି ମ୍ୟାଚରେ କେଉଁ ଦଳ ଜିତିବ, ସେମାନଙ୍କ ପାଇଁ ସିରିଜ୍ ମଧ୍ୟ କରିବାର ସୁଯୋଗ ମିଳିବ। ତେବେ ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚ୍ ରେ ସମାନ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରି ଜିତିଛି। ଆଜି ଇଂଲଣ୍ଡ ଦଳ ପ୍ରଥମେ ବୋଲିଂ କରୁଛି, ଟିମ୍ ଇଣ୍ଡିଆକୁ ପ୍ରଥମେ ବ୍ୟାଟିଂ କରିବାକୁ ପଡିବ।

ଭାରତ: ଇଶାନ କିଶନ, ରୋହିତ ଶର୍ମା, କେ.ଏଲ୍ ରାହୁଲ, ବିରାଟ କୋହଲି, ଋଷଭ ପନ୍ତ, ଶ୍ରେୟସ୍, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ଭୁବନେଶ୍ୱର କୁମାର, ୟୁଜଭେନ୍ଦ୍ର ଚହଲ
ଇଂଲଣ୍ଡ: ଜାସନ୍ ରୟ, ଜୋସ୍ ବଟଲର୍, ଡେଭିଡ୍ ମାଲାନ୍, ଜୋନି ବେୟାରଷ୍ଟୋ, ଇଏନ୍ ମୋର୍ଗାନ୍, ବେନ୍ ଷ୍ଟକ୍, ସାମ କରନ୍, କ୍ରିସ୍ ଜୋର୍ଡାନ୍, ଜୋଫ୍ରା ଆର୍ଚର, ଆଦିଲ ରସିଦ, ମାର୍କ ଉଡ୍

୨୦:୩୩ – ବିରାଟଙ୍କ ଛକ୍କା, ଛକ୍କା, ଚୌକା – ବିରାଟ୍‌ ୬୬, ୧୮ ଓଭର ପରେ ଭାରତ ୧୩୧/୫

୮:୨୮ – ବିରାଟଙ୍କ ଅର୍ଦ୍ଧ ଶତକ – ୩୭ ବଲ୍‌ ଖେଳି ମାରିଲେ ୫୦ ୪ଟି ଚୌକା ୨ଟି ଛକ୍କା ସାମିଲ୍‌

୮:୨୨ –

ବର୍ତ୍ତମାନ ବିରାଟ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଖେଳୁଛନ୍ତି।
ବିରାଟ କୋହଲି ୩୩ ଟି ବଲ୍‌ ଖେଳି ୩୯ ରନ୍‌ କରିଛନ୍ତି ଏଥିରେ ୩ଟି ଚୌକା ଗୋଟିଏ ଛକ୍କା ସାମିଲ୍‌ ଅଛି।
ହାର୍ଦ୍ଦିକ ପାଣ୍ଡ୍ୟା ୪ ଟି ବଲ୍‌ ଖେଳି ୧ ରନ୍‌ କରିଛନ୍ତି।
୧୬ ଓଭର ପରେ ଭାରତ ୧୦୦ ରନ୍‌।

Live – ୮:୧୮ –
ଋଷଭ ପନ୍ତ ରନ୍‌ ଆଉଟ୍ (ଜୋସ୍ ବଟଲର୍ / ସାମ୍ କୁରାନ୍) ୨୦ ବଲ୍‌ ଖେଳି ୨୫ ରନ୍‌ କରିଥିଲେ ୩ ଟି ଚୌକା ସାମିଲ୍‌
ମାର୍କ ଉଡ୍‌ଙ୍କ ବଲ୍‌ରେ ଶ୍ରେୟସ୍ ଆୟାର୍ ଡେଭିଡ୍ ମାଲାନ୍ ଙ୍କ ହାତକୁ କ୍ୟାଚ୍‌ ଟେକି ଦେଇଥିଲେ ସେ ୯ଟି ବଲ୍‌ ଖେଳି ୯ ରନ୍‌ ସଂଗ୍ରହ କରିଛନ୍ତି ସେଥିରେ ଗୋଟିଏ ଚୌକା ସାମିଲ୍‌ ଅଛି।

Live -୮:୧୩ : ଭାରତକୁ ପଞ୍ଚମ ଝଟକା – ଶ୍ରେୟସ୍‌ ଆୟାର (୯) ଆଉଟ୍, c ଡେଭିଡ୍ ମାଲାନ୍ b ମାର୍କ ଉଡ୍‌, ୮୭/୫।

Live -୮:୦୩ : ଭାରତକୁ ୪ର୍ଥ ଝଟକା – ଋଷଭ ପନ୍ଥ (୨୫) ଆଉଟ୍‌ – ଭାରତ ୭୪/୪
ବର୍ତ୍ତମାନ ବିରାଟ ଏବଂ ଶ୍ରେୟସ୍‌ ଆୟାର ଖେଳୁଛନ୍ତି।
ବିରାଟ କୋହଲି ୨୨ ଟି ବଲ୍‌ ଖେଳି ୨୨ ରନ୍‌ କରିଛନ୍ତି ଏଥିରେ ୩ଟି ଚୌକା ସାମିଲ୍‌ ଅଛି।
ଶ୍ରେୟସ୍‌ ଆୟାର ୬ ଟି ବଲ୍‌ ଖେଳି ୬ ରନ୍‌ କରିଛନ୍ତି ଏଥିରେ ୧ ଚୌକା ସାମିଲ୍‌ ଅଛି।

Live -୮:୦୦ : ଭାରତକୁ ୪ର୍ଥ ଝଟକା – ଋଷଭ ପନ୍ଥ (୨୫) ଆଉଟ୍‌ – ଭାରତ ୬୯/୪
ବର୍ତ୍ତମାନ ବିରାଟ ଏବଂ ଶ୍ରେୟସ୍‌ ଆୟାର ଖେଳୁଛନ୍ତି।
ବିରାଟ କୋହଲି ୨୦ ଟି ବଲ୍‌ ଖେଳି ୨୧ ରନ୍‌ କରିଛନ୍ତି ଏଥିରେ ୩ଟି ଚୌକା ସାମିଲ୍‌ ଅଛି।
ଶ୍ରେୟସ୍‌ ଆୟାର ୫ ଟି ବଲ୍‌ ଖେଳି ୬ ରନ୍‌ କରିଛନ୍ତି ଏଥିରେ ୧ ଚୌକା ସାମିଲ୍‌ ଅଛି।

Live -୭-୫୪ : ବର୍ତ୍ତମାନ ବିରାଟ ଏବଂ ଋଷବ ପନ୍ଥ ଖେଳୁଛନ୍ତି।
ବିରାଟ କୋହଲି ୧୭ ଟି ବଲ୍‌ ଖେଳି ୧୮ ରନ୍‌ କରିଛନ୍ତି ଏଥିରେ ୩ଟି ଚୌକା ସାମିଲ୍‌ ଅଛି।
ଋଷଭ ପନ୍ତ ୧୯ ଟି ବଲ୍‌ ଖେଳି ୨୩ ରନ୍‌ କରିଛନ୍ତି ଏଥିରେ ୩ ଚୌକା ସାମିଲ୍‌ ଅଛି।

Live -୭-୪୮ : ବର୍ତ୍ତମାନ ବିରାଟ ଏବଂ ଋଷବ ପନ୍ଥ ଖେଳୁଛନ୍ତି।
ବିରାଟ କୋହଲି ୧୪ ଟି ବଲ୍‌ ଖେଳି ୧୪ କରିଛନ୍ତି ଏଥିରେ ୨ଟି ଚୌକା ସାମିଲ୍‌ ଅଛି।
ଋଷଭ ପନ୍ତ ୧୬ ଟି ବଲ୍‌ ଖେଳି ୨୦ ରନ୍‌ କରିଛନ୍ତି ଏଥିରେ ୩ ଚୌକା ସାମିଲ୍‌ ଅଛି।

Live -୭-୪୮ : ବର୍ତ୍ତମାନ ବିରାଟ ଏବଂ ଋଷବ ପନ୍ଥ ଖେଳୁଛନ୍ତି।
ବିରାଟ କୋହଲି ୧୪ ଟି ବଲ୍‌ ଖେଳି ୧୪ କରିଛନ୍ତି ଏଥିରେ ୨ଟି ଚୌକା ସାମିଲ୍‌ ଅଛି।
ଋଷଭ ପନ୍ତ ୧୬ ଟି ବଲ୍‌ ଖେଳି ୨୦ ରନ୍‌ କରିଛନ୍ତି ଏଥିରେ ୩ ଚୌକା ସାମିଲ୍‌ ଅଛି।

7:43 –

ରୋହିତ ଶର୍ମା ମାର୍କ ଉଡ୍‌ଙ୍କ ବଲ୍‌ରେ ଜୋଫ୍ରା ଆର୍ଚରଙ୍କ ହାତକୁ କ୍ୟାଚ୍‌ ଟେକିଦେଲେ। ୧୭ ଟି ବଲ୍‌ରେ ୧୫ ରନ୍‌ କରିଛନ୍ତି। ଏଥିରେ ୨ଟି ଚୌକା ସାମିଲ୍‌ ଅଛି।

କେଏଲ୍‌ ରାହୁଲ ବୋଲ୍ଡ ମାର୍କ ଉଡ୍‌ – ଶୂନରେ ଆଉଟ, ୪ଟି ବଲ୍‌ ଖେଳିଛନ୍ତି।

ଇଶାନ୍ କିଶାନ୍ କ୍ରିସ୍ ଜୋର୍ଡାନ୍ ଙ୍କ ବଲ୍‌ରେ ଜୋସ୍ ବଟଲର୍ ଙ୍କ ହାତକୁ କ୍ୟାଚ୍‌ ଟେକିଦେଲେ ୯ଟି ବଲ୍‌ ଖେଳି କେବଳ ୪ ରନ୍‌ କରି ଆଉଟ୍‌।

୭:୩୦ – କିଶାନ (୪) ଆଉଟ୍, c ଜୋସ୍ ବଟଲର୍ ବି କ୍ରିସ୍ ଜୋର୍ଡାନ୍, ୨୪/୩।

୭:୨୫ – ୱିକେଟ୍! ରୋହିତ ଶର୍ମା (୧୫) ଆଉଟ୍, c ଜୋଫ୍ରା ଆର୍ଚର ବୋଲିଂ ମାର୍କ ଉଡ୍‌, ଭାରତ ୨୦/୨।

-ଶୂନରେ ଆଉଟ୍‌ ହେଲେ କେଏଲ୍‌ ରାହୁଲ୍‌ -ଭାରତ ୭/୧, ଉଡ୍‌ଙ୍କ ବଲ୍‌ରେ ବୋଲ୍ଡ!

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.