Home Top News ଆଦାନୀ ପ୍ରସଂଗକୁ ନେଇ ସଂସଦ ବାହାରେ ବିରୋଧୀ ଦଳଗୁଡ଼ିକର ବିରୋଧ ପ୍ରଦର୍ଶନ : ଜେପିସି ଯାଞ୍ଚ...

ଆଦାନୀ ପ୍ରସଂଗକୁ ନେଇ ସଂସଦ ବାହାରେ ବିରୋଧୀ ଦଳଗୁଡ଼ିକର ବିରୋଧ ପ୍ରଦର୍ଶନ : ଜେପିସି ଯାଞ୍ଚ ପାଇଁ ଦାବି

29

ନୂଆ ଦିଲ୍ଲୀ (ଓଡିଆ ପୁଅ) ୬-୨ : ବିରୋଧୀ ଦଳ ସୋମବାର ସଂସଦ ବାହାରେ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ବିରୋଧ କରି ହିଣ୍ଡନବର୍ଗ-ଆଦାନୀ ପ୍ରସଂଗରେ ମିଳିତ ସଂସଦୀୟ କମିଟି ତଦନ୍ତ କିମ୍ବା ସୁପ୍ରିମକୋର୍ଟଙ୍କ ତଦାରଖରେ ତଦନ୍ତ ପାଇଁ ଦାବି କରିଛନ୍ତି।

ANI ସୂତ୍ର ଅନୁଯାୟୀ ବିରୋଧୀ ଦଳ ନିଷ୍ପତ୍ତି ନେଇଛନ୍ତି ଯେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଉଭୟ ଗୃହରେ ସ୍ଥଗିତାଦେଶ ପ୍ରସ୍ତାବ ଆଣିବେ। ଏଏନଆଇ ସୂତ୍ରରୁ ଖବର ପ୍ରକାଶିତଯେ, ବିରୋଧୀ ଦଳଗୁଡ଼ିକ ସଂସଦରେ ଆଦାନୀ ପ୍ରସଙ୍ଗ ବ୍ୟତୀତ ଅନ୍ୟ କୌଣସି ପ୍ରସଂଗ ଉପରେ ଆଲୋଚନା ନକରିବାକୁ ନିଷ୍ପତ୍ତି ନେଇଛନ୍ତି।

ବିରୋଧୀ ଦଳ ବିରୋଧୀଦଳର ନେତାମାନେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଚାମ୍ବରରେ ସଂସଦରେ ସାକ୍ଷାତ କରି ଆଦାନୀ-ହିଣ୍ଡନବର୍ଗ ରିସର୍ଚ୍ଚ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ରଣନୀତି ପ୍ରସ୍ତୁତ କରିଛନ୍ତି। ଏହି ସଭାରେ ଯେଉଁ ଦଳ ଅଂଶଗ୍ରହଣ କରିଥିଲେ ସେମାନେ ହେଲେ କଂଗ୍ରେସ, ଡିଏମକେ, ଏନସିପି, ବିଆରଏସ, ଜେଡି (ୟୁ), ଏସପି, ସିପିଏମ, ସିପିଆଇ, କେରଳ କଂଗ୍ରେସ (ଜୋସେ ମଣି), ଜେଏମଏମ, ଆରଏଲଡି, ଆରଏସପି, ଏଏପି, ଆଇୟୁଏମଏଲ, ଆରଜେଡି ଏବଂ ଶିବସେନା।

ଜାନୁଆରୀ ୨୪ ରେ ଆମେରିକାର ଏକ ରିସର୍ଚ୍ଚ ଫାର୍ମ ହିଣ୍ଡନବର୍ଗ ରିସର୍ଚ୍ଚର ଏକ ରିପୋର୍ଟ ସାମ୍ନାକୁ ଆସିଥିଲା। ଏହି ରିପୋର୍ଟରେ ଆଦାନୀ ଗୋଷ୍ଠୀର ବ୍ୟବସାୟିକ ମୌଳିକତା ଦୁର୍ବଳ ଏବଂ ଏହି ସମୂହର କଂମ୍ପାନୀଗୁଡ଼ିକର ଷ୍ଟକ୍ ମ୍ୟାନିପୁଲେସନ୍ ଏବଂ ଆକାଉଣ୍ଟିଂ ଠକେଇ ଜଡିତ ସୂଚନା ଥିଲା।

ଏହି ରିପୋର୍ଟ ପରେ ସମସ୍ତ ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକର ସେୟାର ପ୍ରାଇସରେ ୫୦% ରୁ ଅଧିକ ହ୍ରାସ ପରିଲକ୍ଷିତ ହୋଇଛି। ଏହି ସମୟରେ କଂଗ୍ରେସ, ଲାଇଫ ଇନସୁରାନ୍ସ କର୍ପୋରେସନ (ଏଲଆଇସି) କାର୍ଯ୍ୟାଳୟ ଏବଂ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଶାଖା ସମ୍ମୁଖରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ।

ଯଦିଓ ଆଦାନୀ ପ୍ରସଙ୍ଗରେ କଂଗ୍ରେସ ଅନ୍ୟ ବିରୋଧୀ ଦଳର ସମର୍ଥନ ହାସଲ କରୁଛି, ତଥାପି ଦେଖିବାକୁ ମିଳୁଛି ଯେ ଏହି ବୈଠକରେ ଭାରତ ରାଷ୍ଟ୍ର ସମିତି, ଆମ୍ ଆଦମୀ ପାର୍ଟି ଏବଂ ତ୍ରିନାମୂଳ କଂଗ୍ରେସ ଭଳି ଦଳ କଂଗ୍ରେସ ସହିତ ଯୋଗଦେବେ କି ପ୍ରଦର୍ଶନ କରିବେ ଯାହାକି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେବେ ବହୁଜନ ସମାଜବାଦୀ ପାର୍ଟି (ବିଏସପି) ଏବଂ ଜନତା ଦଳ (ସିକ୍ୟୁଲାର) ଏହି ପ୍ରସଙ୍ଗରେ କଂଗ୍ରେସଠାରୁ ଦୂରରେ ରହିଛନ୍ତି।

ବିରୋଧୀଦଳଙ୍କ ଦ୍ୱାରା ଯୁକ୍ତି କରାଯାଉଛି ଯେ ଏସବିଆଇ ଏବଂ ଏଲଆଇସି ପରି ସରକାରୀ କ୍ଷେତ୍ର ବ୍ୟାଙ୍କଗୁଡିକରେ ଆଦାନୀ ଗୋଷ୍ଠୀର ବିନିଯୋଗ ମଧ୍ୟବିତ୍ତଙ୍କ ସଞ୍ଚୟ ଉପରେ ବହୁତ ପ୍ରଭାବ ପକାଇଛି।

ବିରୋଧୀଦଳ ଗୁଡ଼ିକର ସାଂସଦମାନେ କହିଛନ୍ତି ଯେ ସଂସଦରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହେବାକୁ ସରକାର ଅନୁମତି ଦେଉନାହାଁନ୍ତି। ସଂସଦରେ ଉତ୍ତେଜନା ପରେ ଉଭୟ ସଂସଦର ଗୃହ ପ୍ରକ୍ରିୟା ଫେବୃଆରୀ ୬ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.