Home Top News ଚାଟୁକାରୀ କରିବାକୁ ଯାଇ ଶାଳୀନତା ହରାଉଛନ୍ତି ବିଜେଡି ନେତ୍ରୀ: ଯାହା ଘର କାଚରେ ତିଆରି, ସେ...

ଚାଟୁକାରୀ କରିବାକୁ ଯାଇ ଶାଳୀନତା ହରାଉଛନ୍ତି ବିଜେଡି ନେତ୍ରୀ: ଯାହା ଘର କାଚରେ ତିଆରି, ସେ ପର ଘରକୁ ପଥର ଫିଙ୍ଗିବା ଅନୁଚିତ୍ ..

49

ଭୁବନେଶ୍ୱର: ଚାଟୁକାରୀ କରିବାକୁ ଯାଇ ଶାଳୀନତା ହରାଉଛନ୍ତି ବିଜେଡି ନେତ୍ରୀ! ଶାସକ ବିଜୁ ଜନତା ଦଳ ନେତ୍ରୀଙ୍କୁ ଟାର୍ଗେଟ୍ କରି ଏପରି କହିଛନ୍ତି ଅଖିଳ ଭାରତ ହିନ୍ଦୁ ମହାସଭା ତଥା ବିଜେପି ଫାୟାରବ୍ରାଣ୍ଡ ଯୁବାନେତ୍ରୀ ହରପ୍ରିୟା ସାହୁ। ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଟାର୍ଗେଟ୍ କରି ହରପ୍ରିୟା କହିଛନ୍ତି, ନିକଟରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ଆକ୍ଷେପ କରି ଟ୍ୱିଟ କରିଥିଲେ ଯେ, “ଆମେ ଶୁଣିଥିଲୁ ଜୟନାରାୟଣ ମିଶ୍ର ମାନସିକ ଚିକିତ୍ସା ପାଇଁ ଯାଇଥିଲେ। ଚିକିତ୍ସାର ସମ୍ପୂର୍ଣ୍ଣ କୋର୍ସ ଶେଷ ହେବା ପୂର୍ବରୁ ସେ ପଳାଇଥିଲେ। ତାଙ୍କ ପାଇଁ ଆମର ପ୍ରାର୍ଥନା, ଶୀଘ୍ର ସୁସ୍ଥ ହୁଅନ୍ତୁ। ତାଙ୍କ ଅତୀତର ଆଚରଣକୁ ଦେଖି ତାଙ୍କଠାରୁ ନିରାପଦ ଦୂରତା ରଖିବାକୁ ଆମେ ଗଣମାଧ୍ୟମ ଏବଂ ଓଡିଶା ବିଜେପି ନେତାମାନଙ୍କୁ ପରାମର୍ଶ ଦେଉଛୁ।” ଏହାକୁ ନେଇ ହରପ୍ରିୟା କହିଛନ୍ତି, ଜୟ ନାରାୟଣ ମିଶ୍ରଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ଥିଲା ଏବଂ ସେ ଚିକିତ୍ସିତ ହୋଇ ଫେରିଛନ୍ତି ଏହା ସତ୍ୟ। ତେବେ, କୁତ୍ସିତ ରାଜନୀତି କରିବା ପାଇଁ ଏପରି ସମୟରେ ଜଣଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଏହିଭଳି ଭାବରେ ଆକ୍ଷେପ କରି କହିବା ହୀନ ମାନସିକତାର ପରିଚୟ। ଟିକେଟ୍ ପାଇବା ଆଶାରେ ଚାଟୁକାରୀ କରିବାକୁ ଯାଇ ନିଜର ମର୍ଯ୍ୟଦା ହରାଉଛନ୍ତି ବିଜେଡି ନେତ୍ରୀ। ଜଣେ ବାପ ବୟସର ବ୍ୟକ୍ତି ତଥା ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତାଙ୍କୁ ସେ ଏକ ପ୍ରକାର ପାଗଳ ବୋଲି କହିଛନ୍ତି। ତେବେ, ଆମେ ଯଦି କହିବୁ ବାସ୍ତବରେ ପାଗଳ କିଏ? ୫- ଟି ସଚିବ ଭି. କେ ପାଣ୍ଡିଆନଙ୍କୁ ଖୁସି କରାଇବା ପାଇଁ, ତାଙ୍କ ଚାଟୁକାରୀ କରିବାକୁ ଯାଇ ଶ୍ରୀମୟୀ ମିଶ୍ର ତାଙ୍କ ମୁଖିଆ ନବୀନ ବାବୁଙ୍କ ସ୍ୱାସ୍ଥ୍ୟବସ୍ଥା, ତାଙ୍କ ଚାଲିଚଳନ, ଆଚରଣ ବ୍ୟବହାର ବୋଧେ ସବୁ ଭୁଲି ଯାଇଛନ୍ତି?ଗୃହମନ୍ତ୍ରୀ ଦାୟିତ୍ୱରେ ଥାଇ ଗୃହବନ୍ଦୀ ହୋଇ ରହିଥିବା ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଅବସ୍ଥା ଏବେ ଯେ କ’ଣ, ଏବେ ସେ କିପରି ଅଛନ୍ତି ନେଇ ସାରା ଓଡ଼ିଶାବାସୀ ସନ୍ଦିହାନ। ଏମିତିରେ କହିବାକୁ ଗଲେ ଜଣେ ପାଗଳକୁ ହିଁ ଗୃହବନ୍ଦୀ କରି ରଖାଯାଇଥାଏ। ତେଣୁ ଅନ୍ୟକୁ ଆକ୍ଷେପ କରିବା ପୂର୍ବରୁ ନିଜ ଅବସ୍ଥା ପ୍ରଥମେ ଦେଖିନେବା ଉଚିତ। ଯାହାର ଘର କାଚରେ ତିଆରି, ସେ ପର ଘରକୁ ପଥର ଫିଙ୍ଗିବା ଅନୁଚିତ ବୋଲି ଶ୍ରୀମୟୀ ମିଶ୍ରଙ୍କୁ କଟାକ୍ଷ କରି କହିଛନ୍ତି ହରପ୍ରିୟା ସାହୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.