Home ଓଡ଼ିଶା କେନ୍ଦୁଝର ସାମ୍ବାଦିକଙ୍କୁ ପୁଲିସର ଦୁର୍ବ୍ୟବହାର ନେଇ ଯୋଡା ପ୍ରେସ କ୍ଲବର ନିନ୍ଦା ପ୍ରସ୍ତାବ

କେନ୍ଦୁଝର ସାମ୍ବାଦିକଙ୍କୁ ପୁଲିସର ଦୁର୍ବ୍ୟବହାର ନେଇ ଯୋଡା ପ୍ରେସ କ୍ଲବର ନିନ୍ଦା ପ୍ରସ୍ତାବ

219

ଯୋଡା, ୨୨ । ୪ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ନେଇ ଥିବା ଦୃଢ ପଦକ୍ଷେପ ଗୁଡିକୁ ଜନ ମାନସରେ ପ୍ରଚାର ପ୍ରସାର କରିବା ପାଇଁ ସାମ୍ବାଦିକ ମାନେ ଅହରହ ଉଦ୍ୟମ ଜାରି ରଖିଛନ୍ତି । ଡାକ୍ତର, ସ୍ୱାସ୍ଥ୍ୟ କର୍ମି, ପୁଲିସ, ପ୍ରଶାସନିକ ଅଧିକାରୀ ମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନୀତ କରାଯାଉଥିବା ବେଳେ ଜଣେ ସାମ୍ବାଦିକ ନିଜ ଜୀବନ ତଥା ପରିବାରକୁ ବାଜି ଲଗାଇ ତାର କର୍ତବ୍ୟ ସମ୍ପାଦନ କରୁଥିଲେ ମଧ୍ୟ ଜିଲ୍ଲା ପୁଲିସ ପକ୍ଷରୁ ଯଥାର୍ଥ ସମ୍ମାନ ପ୍ରଦର୍ଶନ କରାଯାଉନାହିଁ । କେନ୍ଦୁଝର ଜିଲ୍ଲା ସମ୍ବାଦ ଖବର କାଗଜର ଜିଲ୍ଲା ପ୍ରତିନିଧି ସୁବ୍ରତ ସ୍ୱାଇଁଙ୍କୁ ବୁଧବାର ସକାଳେ ସେ ତାଙ୍କର ୫ ବର୍ଷର ପୁଅକୁ ଡାକ୍ତରଖାନା ନେଇଯାଉଥିବା ସମୟରେ ଏସ୍‌.ଆଇ. ଆଶୁତୋଷ ମହାନ୍ତି ତାଙ୍କୁ ଅଶ୍ରାଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ମାଡ ମାରିବା ଘଟଣା କେନ୍ଦୁଝର ଜିଲ୍ଲା ସମ୍ବାଦିକ ମହଲରେ ଦୃଢ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଘଟଣାକୁ ନେଇ ବୁଧବାର ଅପରାହ୍ନ ୫ଟା ସମୟରେ ଯୋଡା ବସ୍ ଷ୍ଟାଣ୍ଡ ନିକଟରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ ସମସ୍ତ ସାମ୍ବାଦିକ ଏକତ୍ରିତ ହୋଇ ଏହାର ଦୃଢ ନିନ୍ଦା କରିବା ସହ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ପର୍ଯ୍ୟନ୍ତ ପୁଲିସ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିବା ସହ କୌଣସି ଖବର ପ୍ରକାଶ ନକରିବା ପାଇଁ ସପଥ ଗ୍ରହଣ କରିଥିଲେ । ଏ ସଂକ୍ରାନ୍ତରେ ଯୋଡା ପ୍ରେସ କ୍ଲବ ପକ୍ଷରୁ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, କେନ୍ଦୁଝର, ମୁଖ୍ୟମନ୍ତ୍ରୀ, ଓଡିଶା, ପୁଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ପ୍ରତିବାଦ ସଭାରେ ବରିଷ୍ଠ ସାମ୍ବାଦିକ ଶିରିଶ ଚନ୍ଦ୍ର ମହାନ୍ତି, ପ୍ରକାଶ କୁମାର ମହନ୍ତି, ଗଣେଶ ଚନ୍ଦ୍ର ସାହୁ, ବେଣୁଧର ବେହେରା, ମାନସ ମହାନ୍ତି, ଦୁର୍ଗା ପ୍ରସାଦ ମହାନ୍ତି, ସୁନିଲ କୁମାର ବାଷୋତିଆ, ରତ୍ନାକର ମହାପାତ୍ର, ଦିଗାମ୍ବର ବେହେରା, ପବିତ୍ର ଦାସ, ବିନୟ କୁମାର ସାହୁ, ମନୋରଞ୍ଜନ ଲେଙ୍କା, ସୁଶାନ୍ତ କୁମାର ବେବର୍ତ୍ତା, ମନିନ୍ଦ ବାରିକ୍‌, ସୁନିଲ ସାମଲ, ଆନନ୍ଦ ହୁରାଦ, ଜାବିର ମହମ୍ମଦ, ସୁନ୍ତୋଷ ନାଏକ, ସଞ୍ଜିତ୍ ବାରିକ୍‌, ପୃଥିରାଜ ପାତ୍ର, ସଞ୍ଜିବ୍ ମୁଣ୍ଡା, ଶିରିଶ କୁମାର ବେହେରା, ସୁମିତ ଦାସ, ନିରୋଧ ନାଏକ, ଭଗବାନ ଗିରି, ମନୋଜ ସାହୁ, ପାର୍ଥ ସାରଥି ସରଙ୍ଗି ପ୍ରମୁଖ ସାମ୍ବାଦିକ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.