Home ଓଡ଼ିଶା ଅଟଳ ଭୂ-ଜଳ ଯୋଜନାକୁ କ୍ୟାବିନେଟ ମଞ୍ଜୁରି

ଅଟଳ ଭୂ-ଜଳ ଯୋଜନାକୁ କ୍ୟାବିନେଟ ମଞ୍ଜୁରି

160

ନୂଆ ଦିଲ୍ଲୀ ୨୪-୧୨ (ଓଡ଼ିଆ ପୁଅ) ଯୋଜନା ପାଇଁ ମୋଟ ୬ହଜାର କୋଟି ଟଙ୍କା ବ୍ୟୟ ଅଟକଳ ୨୦୨୦-୨୧ ରୁ ୨୦୨୪-୨୫ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ହେବ ଲାଗୁ ୭୮ଟି ଜିଲ୍ଲାର ୮୩୫୦ ଗ୍ରାମ ପଂଚାୟତକୁ ମିଳିବ ଲାଭ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅଟଳ ଭୂ-ଜଳ ଯୋଜନା (ଅଟଳ ଜଳ)ର କାର୍ଯ୍ୟାନ୍ୱୟନ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ଏହି ଯୋଜନା ପାଇଁ ମୋଟ ୬ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ଏବଂ ଏହା ୨୦୨୦-୨୧ ଠାରୁ ୨୦୨୪-୨୫ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ଲାଗୁ ହେବ।

ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ୭ଟି ରାଜ୍ୟ- ଗୁଜରାଟ, ହରିୟାଣା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଓ ଉତର ପ୍ରଦେଶର ପ୍ରାଥମିକତା ଆଧାରରେ ଚିହ୍ନଟ କ୍ଷେତ୍ରରେ ଗୋଷ୍ଠୀ ଭାଗିଦାରୀ ମାଧ୍ୟମରେ ଭୂ-ଜଳ ପରିଚାଳନାରେ ସୁଧାର ଆଣିବା। ଏହି ଯୋଜନାର କାର୍ଯ୍ୟାନ୍ୱୟନ ଫଳରେ ଏସବୁ ରାଜ୍ୟର ୭୮ଟି ଜିଲ୍ଲାରେ ପାଖାପାଖି ୮୩୫୦ ଗ୍ରାମ ପଂଚାୟତକୁ ଲାଭ ମିଳିବ। ଅଟଳ ଜଳ ଗ୍ରାମ ପଂଚାୟତ ନେତୃତ୍ୱରେ ଭୂତଳ ଜଳ ପରିଚାଳନାକୁ ପ୍ରାଥମିକତା ଦେବା ସହିତ ବ୍ୟବହାର ପରିବର୍ତ୍ତନକୁ ପ୍ରୋତ୍ସାହନ ଦେବ।

୬ ହଜାର କୋଟି ଟଙ୍କାର ମୋଟ ବ୍ୟୟ ଅଟକଳର ୫୦ ପ୍ରତିଶତ ବିଶ୍ୱ ବ୍ୟାଙ୍କ ଋଣ ଆକାରରେ ସଂଗ୍ରହ କରାଯିବ ଯାହାକୁ କେନ୍ଦ୍ର ସରକାର ଭରଣା କରିବେ। ବାକି ୫୦ ପ୍ରତିଶତ ନିୟମିତ ବଜେଟ ସହାୟତାରୁ କେନ୍ଦ୍ରୀୟ ଅନୁଦାନ ଭାବେ ଉପଲବ୍ଧ କରାଯିବ। ବିଶ୍ୱ ବ୍ୟାଙ୍କର ସମ୍ପୂର୍ଣ୍ଣ ଋଣ ଉପାଦାନ ଏବଂ କେନ୍ଦ୍ରୀୟ ସହାୟତା ରାଜ୍ୟଗୁଡ଼ିକୁ ଅନୁଦାନ ଆକାରରେ ଦିଆଯିବ।

ଅଟଳ ଜଳର ଦୁଇଟି ପ୍ରମୁଖ ଉପାଦାନ ରହିଛି-

ରାଜ୍ୟରେ ସ୍ଥାୟୀ ଭୂତଳ ଜଳ ପରିଚାଳନା ଲାଗି ସଂସ୍ଥାଗତ ଦୃଢ଼ତା ଓ କ୍ଷମତା ନିର୍ମାଣ ଉପାଦାନ ଅର୍ନ୍ତଗତ ନେଟୱାର୍କ ଅନୁଧ୍ୟାନ ଏବଂ କ୍ଷମତା ନିର୍ମାଣରେ ସୁଧାର ତଥା ଜଳ ଉପଯୋଗକାରୀ ସଂଘକୁ ସୁଦୃଢ଼ କରିବା ଆଦି ସାମିଲ ରହିଛି।ଡାଟା ସମ୍ପ୍ରସାରଣ, ଜଳ ସୁରକ୍ଷା ଯୋଜନା ପ୍ରସ୍ତୁତ କରିବା, ଯୋଜନା ସମନ୍ୱୟ ମାଧ୍ୟମରେ ପରିଚାଳନା ପ୍ରୟାସକୁ ଲାଗୁ କରିବା, ଉନ୍ନତ ଭୂତଳ ଜଳ ପରିଚାଳନା ପ୍ରକ୍ରିୟାର ଉପଲବ୍ଧି ନିମନ୍ତେ ରାଜ୍ୟଗୁଡ଼ିକୁ ପ୍ରୋତ୍ସାହନ।ଅଟଳ ଜଳ ଫଳରେ :

ବିଭିନ୍ନ ସ୍ତରରେ ହିତାଧିକାରୀଙ୍କ କ୍ଷମତା ନିର୍ମାଣ ତଥା ଭୂ-ଜଳ ଅନୁଧ୍ୟାନ ନେଟୱାର୍କରେ ସୁଧାର ଫଳରେ ଭୂତଳ ଜଳ ଡାଟା ସଂରକ୍ଷଣ, ବିନିମୟ, ବିଶ୍ଳେଷଣ ଓ ବିସ୍ତାରକୁ ପ୍ରୋତ୍ସାହନ ମିଳିବ।ଉନ୍ନତ ଡାଟାବେସ ଦ୍ୱାରା ଜଳ ପରିଚାଳନା ଏବଂ ପଂଚାୟତ ସ୍ତରରେ ଗୋଷ୍ଠୀ ନେତୃତ୍ୱାଧୀନ ଜଳସୁରକ୍ଷା ଯୋଜନାକୁ ପ୍ରସ୍ତୁତ କରିବାଭାରତ ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସମନ୍ୱୟ ମାଧ୍ୟମରେ ଜଳ ସୁରକ୍ଷା ଯୋଜନା ଲାଗୁ କରିବା, ଯାହାଦ୍ୱାରା ସ୍ଥାୟୀ ଭୂତଳ ଜଳ ପରିଚାଳନା ଲାଗି ପାଣ୍ଠିର ଯୁକ୍ତିଯୁକ୍ତ ଓ ପ୍ରଭାବୀ ଉପଯୋଗରେ ସହାୟତା ମିଳିବ।କ୍ଷୁଦ୍ର ଜଳସେଚନ, ଫସଲ ବିବିଧତା, ବିଦ୍ୟୁତ ଫିଡର ପୃଥକୀକରଣ ଉପରେ ଧ୍ୟାନ ଦେଇ ଭୂତଳ ଜଳ ସମ୍ବଳର ଉଚିତ ଉପଯୋଗ କରିବା।

ପ୍ରଭାବ
ସକ୍ରିୟ ଗୋଷ୍ଠୀ ଭାଗିଦାରୀତାରେ ଜଳ ଜୀବନ ମିଶନର କାର୍ଯ୍ୟକାରିତାକୃଷକଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ଯୋଗଦାନଭାଗିଦାରୀ ଭୂ-ଜଳ ପରିଚାଳନାକୁ ପ୍ରୋତ୍ସାହନବ୍ୟାପକ ପରିମାଣରେ ପରିଷ୍କୃତ ଜଳ ଉପଯୋଗରେ ନିପୁଣତା ଓ ଉନ୍ନତ ଫସଲ ପଦ୍ଧତିକୁ ପ୍ରୋତ୍ସାହନଭୂ-ଜଳ ସମ୍ବଳର ନିପୁଣ ଓ ସମାନ ଉପଯୋଗ ତଥା ଗୋଷ୍ଠୀସ୍ତରରେ ବ୍ୟବହାରିକ ପରିବର୍ତ୍ତନକୁ ପ୍ରୋତ୍ସାହନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.