Home ଓଡ଼ିଶା ହବିଷ୍ୟାଳିଙ୍କ ପୁରୀ ରହଣି ପାଇଁ ଦରଖାସ୍ତ ଆହ୍ୱାନ

ହବିଷ୍ୟାଳିଙ୍କ ପୁରୀ ରହଣି ପାଇଁ ଦରଖାସ୍ତ ଆହ୍ୱାନ

60

କେନ୍ଦ୍ରାପଡ଼ା, ୧୪ା୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କାର୍ତ୍ତିକ ମାସରେ ଜଗନ୍ନାଥଙ୍କ ଦର୍ଶନ ଓ କରୁଣା ଲାଭ ଉଦ୍ଦେଶ୍ୟରେ ହବିଷ୍ୟାଳି ମାନଙ୍କ ପାଇଁ ଅକ୍ଟୋବର ୧୦ତାରିଖ ଠାରୁ ନଭେମ୍ବର ୮ତାରିଖ ପର୍ଯ୍ୟନ୍ତ ପୁରୀରେ ମାଗଣା ରହିବା ଓ ଖାଇବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ଚଳିତ ବର୍ଷ କର୍ତ୍ତିକ ମାସରେ କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳିମାନେ ପୁରୀରେ ମାଗଣା ରହିବା ଓ ଖାଇବା ସହିତ ଶଯ୍ୟା, ବେଡସିଟ, କମ୍ବଳ, ତକିଆ, ସ୍ୱଚ୍ଛ ପାନୀୟ ଜଳ, ମେଡିକାଲ ସୁବିଧା ତଥା ଅନାନ୍ୟ ମୌଳିକ ସୁବିଧା ପାଇପାରିବେ ବୋଲି ପୁରୀ ଜିଲ୍ଲାପାଳ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ଅବଗତ କରିଛନ୍ତି। ହବିଷ୍ୟାଳିମାନେ ଚଳିତ ବର୍ଷ ୧୩ ସପ୍ଟେମ୍ବର ଠାରୁ ୨୯ସେପ୍ଟେମ୍ବର ମଧ୍ୟରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦରଖାସ୍ତ ଦାଖଲ କରିପାରିବେ ବୋଲି ସୂଚନା ପ୍ରଦାନ କରାଯାଇଛି। ଦରଖାସ୍ତକାରୀ ଉପଯୁକ୍ତ ଭାବେ ଦରଖାସ୍ତ ଫର୍ମ ପୁରଣ କରିବା ସହିତ ଗୋଟିଏ ରଙ୍ଗୀନ ଫଟୋ, ସ୍ଥାୟୀ ଠିକଣା ପାଇଁ ଭୋଟର ବା ଆଧାର କାର୍ଡର ଜେରକ୍ସ କପି ଓ କୋଭିଡ ଡବଲ ଡୋଜର ଟିକା ନେଇଥିବା ସାର୍ଟିଫିକେଟ ଫର୍ମ ସହିତ ସଲଗ୍ନ କରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଆବେଦନ କରିପାରିବେ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ଏହାର ସବିଶେଷ ବିବରଣୀ ପୁରୀ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ୱେବସାଇଟ୍‌ରେ ଉପଲବ୍ଧ ରହିଥିବା ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.