Home ଜିଲ୍ଲା ପରିକ୍ରମା ସାରର ଅତ୍ୟଧିକ ଦର ବୃଦ୍ଧି ପ୍ରତ୍ୟାହାର ଦାବି, ଓଡ଼ିଶା କୃଷକ ସଭା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର

ସାରର ଅତ୍ୟଧିକ ଦର ବୃଦ୍ଧି ପ୍ରତ୍ୟାହାର ଦାବି, ଓଡ଼ିଶା କୃଷକ ସଭା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର

75

ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାଷ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଡିଏପି (୫୦ କେଜି) ପ୍ରତି ୧୨ ଶହ ଟଙ୍କାରୁ ୧୯ ଶହ ଟଙ୍କା, ଏନ୍‌ପିକେ-୧, ୧୧୭୫ ଟଙ୍କା ରୁ ୧୭୭୫ ଟଙ୍କା, ଏନ୍‌ପିକେ-୨, ୧୧୮୫ ରୁ ୧୮୦୦, ଏନ୍‌ପି ୯୨୫ ଟଙ୍କାରୁ ୧୩୫୦ ଟଙ୍କାକୁ ବୃଦ୍ଧି ପାଇଛି । ସାର କ୍ଷେତ୍ରରେ ମୂଲ୍ୟଧାର୍ଯ୍ୟ କରିବା ପାଇଁ କଂପାନୀମାନଙ୍କ ଉପରେ ଥିବା ସରକାରୀ କଟକଣାକୁ ମୋଦି ସରକାର ବାତିଲ କରିଥିବା ଯୋଗୁଁ ଏହାର ଅତ୍ୟଧିକ ଦରବୃଦ୍ଧି ଘଟିଛି ବୋଲି ଓଡ଼ିଶା କୃଷକ ସଭା ପକ୍ଷରୁ ଅଭିଯୋଗ ହୋଇଛି । କରୋନା ଜନିତ ତାଲାବନ୍ଦୀ ପରିସ୍ଥିତି ଯୋଗୁଁ କୃଷିଜାତ ଦ୍ରବ୍ୟ ଗୁଡିକର ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇ କୃଷକମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ସେହି ସମୟରେ ଏଭଳି ସାରର ମୂଲ୍ୟ ବୃଦ୍ଧି ବେଡି ଉପରେ କୋରଡା ମାଡ ସଦୃଶ ହୋଇଛି ବୋଲି କୃଷକ ସଭା ଅଭିଯୋଗ କରିଛି । ଏବଂ ଏହା ବିରୁଦ୍ଧରେ ଆଜି ଭଦ୍ରକ ଜିଲା କମିଟି ପକ୍ଷରୁ ଜିଲା ସଭାପତି ଚନ୍ଦ୍ରଶେଖର ନାୟକ, ଯୁଗ୍ମ ସଂପାଦକ ବିକାଶ ନାଥ, ବରିଷ୍ଠ ନେତା ନିରଂଜନ ପାଣି, ଚାଷୀ ନେତା ନିରଂଜନ ସେଠୀ ପ୍ରମୁଖ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.