Home ଓଡ଼ିଶା ସର୍ବଭାରତୀୟ ଇଂରାଜୀ ରଚନା ପରିକ୍ଷାରେ ଦିତୀୟ ସ୍ଥାନ ଅଧିକାର କଲେ ସାଇ ସୁମନ

ସର୍ବଭାରତୀୟ ଇଂରାଜୀ ରଚନା ପରିକ୍ଷାରେ ଦିତୀୟ ସ୍ଥାନ ଅଧିକାର କଲେ ସାଇ ସୁମନ

48

ବଡ଼ବିଲ, ତା ୨୨ ନଭେମ୍ବର (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ସର୍ବଭାରତୀୟ ଇଂରାଜୀ ରଚନା ପରିକ୍ଷାରେ ଦିତୀୟ ସ୍ଥାନ ଅଧିକାର କରିଛନ୍ତି କେନ୍ଦୁଝର ଜିଲ୍ଲା ଚମ୍ପୁଆର ଝିଅ ସାଇ ସୁମନ ହୋତା । ସେ କଠିନ ପରିଶ୍ରମ ଓ ନିଷ୍ଠା ବଳରେ ସବୁକିଛି ସମ୍ଭବ ହୋଇପାରେ ବୋଲି ପ୍ରମାଣିତ କରିଛନ୍ତି । ଚମ୍ପୁଆର ଡାକ୍ତର ମାନସ ରଞ୍ଜନ ହୋତାଙ୍କ ୧୩ ବର୍ଷର ଝିଅ ସାଇ ସୁମନ ଆଜି କେନ୍ଦୁଝର ଜିଲ୍ଲାର ନାମକୁ ଉଚ୍ଚା କରିଛନ୍ତି । ମା ସାଇ ସମ୍ମିତା ହୋତା ଜଣେ ଓଡ଼ିଶା ପ୍ରଶାସନିକ ଅଧିକାରିଣୀ ତଥା ଚମ୍ପୁଆ ତହସିଲଦାର ଭାବେ କାର୍ଯ୍ୟରତ ଅଛନ୍ତି । ବାପା ମା ଦୁହେଁ ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରି ଝିଅକୁ ଦେଇଥାନ୍ତି । ତା ପରେ ବି ଝିଅ ନିଜ ମାଉସୀ ପାଖରେ (ବାମାକ୍ଷାନଗରରେ ) ରହି ପାଠ ପଢ଼ୁଛନ୍ତି । ବାପା ବଡ଼ବିଲରେ ଡାକ୍ତର ଥିବାରୁ ଝିଅ ସାଇ ସୁମନ ବଡ଼ବିଲସ୍ଥିତ ଜିନ୍ଦଲ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢ଼ନ୍ତି । ମାଉସୀ ଘରେ ରହି ଅନଲାଇନରେ ପାଠ ପଢୁଥିବା ବେଳେ ଅନଲାଇନରେ ସର୍ବଭାରତୀୟ ସ୍ତରରେ ଇଂରାଜୀରେ ଏକ ରଚନା ABC of life is always be cheerfull ବିଷୟରେ ୯୦ ମିନିଟରେ ୧୫୦୦ ୱାଡ ଭିତରେ ଲେଖିବା ପାଇଁ ଆସିଥିବା ନିମନ୍ତ୍ରଣକୁ ଆବେଦନ କରି ଚଳିତ ୭ ତାରିଖ ଅନଲାଇନ ପରୀକ୍ଷା ଦେଇଥିଲେ । ଯେଉଁଥିରେ ୩ଟି ବର୍ଗ ଥିଲା । ସେଥିମଧ୍ୟରୁ ଗତ କାଲି ଦିତୀୟ ବର୍ଗରେ ସେ ୨ୟ ସ୍ଥାନ ଅଧିକାର କରିଥିଲେ । ଏଥିରେ ସେ ବହୁତ ଖୁସି । ତାଙ୍କ ପରିଶ୍ରମର ସମସ୍ତ ଶ୍ରେୟ ସେ ତାଙ୍କ ପରିବାରକୁ ଦେଇଛନ୍ତି । ଆଗକୁ ସେ ପାଠ ପଢ଼ି ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବାକୁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.