Home ଓଡ଼ିଶା ଶ୍ରୀମନ୍ଦିରରେ ସହସ୍ରାକୁମ୍ଭାଭିଷେକ ଦେବୀ ଉଥାପନ ନୀତି ପାଳିତ

ଶ୍ରୀମନ୍ଦିରରେ ସହସ୍ରାକୁମ୍ଭାଭିଷେକ ଦେବୀ ଉଥାପନ ନୀତି ପାଳିତ

54

ପୁରୀ, ୧୦/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ବୁଧବାର ଆଶ୍ୱିନ କୃଷ୍ଣ ସପ୍ତମୀ ତିଥିରେ ଶ୍ରୀମନ୍ଦିରରେ ଦୁର୍ଗାଙ୍କର ସହସ୍ରାକୁମ୍ଭାଭିଷେକ ନୀତି ଯଥାରିତୀ ଅନୁଷ୍ଠିତ ହୋଇଯାଇଛି। ସକାଳଧୂପ ବଢିଲା ପରେ ଭଣ୍ଡାରଘର ଦୁର୍ଗାଦେବୀ ପତିମାହାପତ୍ରଙ୍କ ହାତରେ ସିଂହାସନ କୁ ବିଜେ ହେଲାପରେ ଆଜ୍ଞାମାଳ ପାଇ ସୋମନାଥ ମଣ୍ଡପ ଖଟକୁ ବିଜେ ହୋଇଥିଲେ। ପୂଜାପଣ୍ଡା, ପତି ମହାପାତ୍ର, ମୁଦିରସ୍ତ, ଆଚାର୍ଯ୍ୟ, ବ୍ରହ୍ମାବାରଣ ହୋଇ ଦୁର୍ଗାଦେବୀଙ୍କୁ କୋଠ ଭୋଗ ପାଣିଆ ଯୋଗାଇଥିବା ୧୦୦୦ ଗରା ଜଳ ଲାଗି ପରେ ଶ୍ରୀଅଙ୍ଗ ପୋଛାଯାଇ ନୁଆଲୁଗା ଲାଗି ହୋଇ ବେଶ ହୋଇଥିଲେ। ପରେ ପାଣି ପଡି ଶୀତଳ ଭୋଗ ବଢାହେଲା ପରେ ମୁଦିରସ୍ତ ପ୍ରସାଦ ଲାଗି କରିଥିଲେ। ପୂଜାପଣ୍ଡା ସାମନ୍ତ ପଂଚଉପଚାରରେ ଭୋଗ ସାରିବା ପରେ ବନ୍ଦାପନା ନୀତି ବଢିଥିଲା। ଏହାପରେ ଦୁର୍ଗାଦେବୀ ବାହୁଡା ବିଜେ ହୋଇ ଭଣ୍ଡାର ଦୁଆରକୁ ଆସିଥିଲେ। ପରେ ମାଧବ ଆଜ୍ଞାମାଳ ପାଇ ଭଣ୍ଡାର ଦୁଆରକୁ ଆସିବା ପରେ କୋଠସୁଆଁସିଆ ଯୋଗାଇଥିବା ଭଦ୍ରାସନରେ ଦୁର୍ଗାଦେବୀଙ୍କ ସହ ଉଭୟ ଦେବାଦେବୀ ଏକତ୍ର ରୁନ୍ଧା ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.