Home ଜିଲ୍ଲା ପରିକ୍ରମା ଲୋକେ ପାଙ୍ଗାକୁ ମାରୁ ମାରୁ ମାରୁଦେଲେ

ଲୋକେ ପାଙ୍ଗାକୁ ମାରୁ ମାରୁ ମାରୁଦେଲେ

50

ନୟାଗଡ଼, ୨ା୩ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାରେ ବିଭିନ୍ନ ରାହାଜାନୀ, ଡକାୟତି, ଚୋରୀ ଓ ଲୁଟ୍ ଭଳି ଘଟଣା ଘଙ୍କାଇଥିବା କୁଖ୍ୟାତ ଅଭିଯୁକ୍ତ ପ୍ରଭାତ କୁମାର ରାଉତ ଓରପ ପାଙ୍ଗା(୩୫)କୁ ସ୍ଥାନୀୟ ଲୋକେ ଗଛରେ ବାନ୍ଧି ପିଟି ପିଟି ତାକୁ ମାରୁ ମାରୁ ମାରିଦେଇଥିବା ଜଣାପଡ଼ିଛି। ପାଙ୍ଗୁର ଘର ଓଡ଼ଗାଁ ବ୍ଳକର ଡିମିସର ଗାଁରେ। ନୟାଗଡ଼ ସଦରଥାନା ବାରବାଟି ଗ୍ରାମର ଅବସର ପ୍ରାପ୍ତ ହାଇସ୍କୁଲ ଶିକ୍ଷକ ଅରକ୍ଷିତ ଭଟ୍ଟ କୌଣସି କାମରେ ଯଦୁପୁର ନିକଟ ଜାମୁବଣ ପାଶ୍ୱର୍କୁ ଯାଇଥିଲାବେଳେ କୁଖ୍ୟାତ ପାଙ୍ଗା ହାବୁଡ଼ରେ ପଡ଼ିଯାଇଥିଲେ। ପାଙ୍ଗା ଶ୍ରୀ ଭଟ୍ଟଙ୍କ ଠାରୁ ମୋବାଇଲ୍ ଆଦି ଛଡ଼େଇବାରୁ ସେ ଚତ୍କାର କରିଥିଲେ। ଏହାପରେ ପାଙ୍ଗା ଖସିଯିବାକୁ ଚେଷ୍ଟା କରୁଥିବାବେଳେ ଶ୍ରୀ ଭଟ୍ଟ ପାଟି କରିଥିଲେ। ଫଳରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ତାକୁ ଗଛରେ ବାନ୍ଧି ନିର୍ଧୁମ ପିଟିଥିଲେ। ପାଙ୍ଗା ଲୋକଙ୍କ ମାଡ଼ରେ ଗୁରୁତର ହୋଇପଡ଼ିଥିଲାବେଳେ ତାକୁ ନୟାଗଡ଼ ମେଡିକାଲ ନିଆଯାଇଥିଲା ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପାଙ୍ଗୀର ଶବ ବ୍ୟବଚ୍ଛେଦ କରାଯାଇଥିବାବେଳେ ନୟାଗଡ଼ ସଦର ଥାନା ପକ୍ଷରୁ ୩୪/୨୧ରେ ଏକ ମାମଲା ରୁଜୁ ହୋଇଥିବା ଥାନା ପକ୍ଷରୁ ଜଣାପଡ଼ିଛି। ପାଙ୍ଗା ନାମରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.