Home ଜିଲ୍ଲା ପରିକ୍ରମା ରାସ୍ତା ଅବସ୍ଥା ଶୋଚନୀୟ: ମରାମତି କରିବାକୁ ନାରାଜ

ରାସ୍ତା ଅବସ୍ଥା ଶୋଚନୀୟ: ମରାମତି କରିବାକୁ ନାରାଜ

397

କୋଲାବିରା, ୬।୭ (ଓଡିଆ ପୁଅ/ନିଶିତ କୁମାର ବହିଦାର) କୋଲାବିରା ବ୍ଲକ୍ ଅର୍ନ୍ତଗତ ପରମାଣପୁର ପସଂଚାୟତର ପତ୍ରାପାଲି ଠାରୁ କଁଟାଟିକ୍ରା ଦେଇ ଅଯୋଧ୍ୟାନଗରକୁ ସଂଯୋଗ କରିଥିବା ପଂଚାୟତ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ସାମାନ୍ୟ ବର୍ଷାରେ ଏପରି ଅବସ୍ତା ହେଉଛି ଯେ ଗ୍ରାମବାସୀ ଗାଁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ରାସ୍ତରେ ଆଣ୍ଠୁଏ ଲେଖାଏ ଖାଳଖମା, ପାଣି କାଦୁଅରେ ଅବସ୍ଥା ଯାହା ହୋଇଛି ସେହି ବାଟ ଦେଇ ଯାନବାହନ ତ ଦୁରର କଥା ପାଦଚଲା ରାସ୍ତା ମଧ୍ୟ ମିଲୁନି। ପରମାଣପୁର, କାଲିବାହାଲ, ପତ୍ରାପାଲି, ଚନ୍ଦ୍ରଡିହି, କଁଟାଟିକ୍ରା, ପାଚେରବନ୍ଧ ଆଦି ଗ୍ରାମର ଗ୍ରାମବାସୀ ଏହି ରାସ୍ତା ଦେଇ ପତ୍ରାପାଲି ଏବଂ ରଘୁନାଥପାଲି(ଅଯୋଧ୍ୟାନଗର)ଛକକୁ ଆସି ବିଭିନ୍ନ ସ୍ଥାନକୁ ଯାତାୟାତ କରିବାକୁ ବସ ଆଦି ସାଧନ ଧରିଥାନ୍ତି। ରାସ୍ତା ଖରାପ ଯୋଗୁଁ ଗ୍ରାମବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବାବଦରେ ପରମାଣପୁର ସରପଂଚ ଗୁଣନିଧି ପଧାନଙ୍କ ନିକଟରେ ବହୁବାର ଅଭିଯୋଗ କରିସାରିଛନ୍ତି ତେବେ କୈାଣସି ପ୍ରକାର ସୁଫଲ ମିଲୁନଥିବା ନେଇ ଗ୍ରାମବାସୀ ଜଣେଇଛନ୍ତି। ସୂଚନା ଯୋଗ୍ୟ ଯେ ବର୍ଷାଋତୁ ଆରମ୍ଭ ପୁର୍ବରୁ ଯାଇତାହି ଭାବରେ ଉକ୍ତ ରାସ୍ତା ଉପରେ ପଂଚାୟତ ତରଫରୁ ମମୋରମ ବିଛା ଯାଇଥିଲା ତେବେ ଉପଯୁକ୍ତ ଭାବରେ ରୋଲିଂ ହୋଇନଥିବାରି ତାହା ମୁଣ୍ଡବ୍ୟଥାର କାରଣ ସାଜିଛି ବୋଲି କୁହୁଛନ୍ତି ଲୋକେ। ଯଥାଶୀଘ୍ର ରାସ୍ତାର ମରାମତି କରାଯାଇ ବ୍ୟବହାର ଉପଯୋଗି କରିବାକୁ ପୁଣିଥରେ ସରପଂଚଙ୍କ ନିକଟରେ ଦାବି ଜଣେଇଛନ୍ତି। ଗ୍ରାମବାସୀଙ୍କ ଯାତାୟାତ ଜନିତ ଅସୁବିଧାର ଯଥାର୍ଥତାକୁ ହୃଦୟଙ୍ଗମ କରିବା ସହ ଜିଲ୍ଲା ପ୍ରଶାସନ ମଧ୍ୟ ଏଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.