Home କୋରାପୁଟ ବ୍ୟାଟେରୀ ଚାଳିତ ଗାଡି ଓ ସେସପୋଲ ଲୋକାର୍ପିତ

ବ୍ୟାଟେରୀ ଚାଳିତ ଗାଡି ଓ ସେସପୋଲ ଲୋକାର୍ପିତ

48

କୋରାପୁଟ ୨୬-୦୧(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ମ୍ୟୁନସିପାଲଟି ଦ୍ୱାରା ସହରରେ ମଇଲା ଉଠାଇବା ନିମନ୍ତେ ୧୦ ଟି ବ୍ୟାଟେରୀ ଚାଳିତ ଗାଡି କ୍ରୟ କରାଯାଇଥିଲା ।ଏହି ଗାଡି ପରିଚାଳନା ନିମନ୍ତେ କିନ୍ନର ଓ ଏସଏଚଜିମାନଙ୍କୁ ଦାୟିତ୍ୱ ଦିଆଯିବା ସହ ସେମାନଙ୍କୁ ତାଲିମ ମଧ୍ୟ ପ୍ରଦାନ କରାଯାଇଥିଲା ।ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ବ୍ୟାଟେରୀ ଚାଳିତ ଗାଡି ଓ ସେସପୋଲକୁ  ପତାକା ଦେଖାଇ ଲୋକାର୍ପିତ କରିଥିଲେ ।କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ରଘୁରାମ ପଡାଲ ,କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ,ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ପ୍ରମୁଖ ଉପସ୍ଥିତ ଥିଲେ ।କୋରାପୁଟ ମ୍ୟନସିପାଲଟିର ନିର୍ବାହୀ ଅଧିକାରୀ ଆଲୋକ ରଞନ ସାମନ୍ତରାୟ ଯୋଗଦେଇ କାର୍ଯ୍ୟକ୍ରର ପରିଚାଳନା କରିଥିବା ବେଳେ କାର୍ଯ୍ୟାଳୟର ସିମାଞଳ ପଢିହାରୀ , ସହକାରୀ ଯନ୍ତ୍ରୀ ସୁଧିର କୁମାର ଦାଶ  ଓ ଅନ୍ୟାନ୍ୟ କର୍ମଚାରୀ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.