Home ଜିଲ୍ଲା ପରିକ୍ରମା ବିଜେପି ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବିଜେପି ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

22

ଭଦ୍ରକ, ୨୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଲକର ବାରିକପୁର ମା’ କାଳିତିରା ପୀଠରେ ଭାରତୀୟ ଜନତା ପାର୍ଟି ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଗିରିଶ ଚନ୍ଦ୍ର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଉପସଭାପତି ଜଗବନ୍ଧୁ ଦାସଙ୍କ ସଂଚାଳନାରେ ଅନୁଷ୍ଠିତ ଏହି ବୈଠକକୁ ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ ଉଦଘାଟନ କରି ଆଗାମୀ ୩୦ ତାରିଖରୁ ଏକମାସ ବ୍ୟାପୀ ଦଳର ମହାଜନସମ୍ପର୍କ ଅଭିଯାନ ସମ୍ପର୍କରେ ସୂଚନା ଦେଇଥିଲେ । ଏଥିରେ ଦଳର ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ ଯୋଗଦେଇ କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ଯୋଜନା ଆଧାରରେ ବୁଥସ୍ତରରେ ଦଳକୁ ଅଧିକ ସଙ୍ଗଠିତ ଓ କ୍ରୀୟାଶୀଳ କରିବାକୁ ପ୍ରତ୍ୟେକ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ । ସାଧାରଣ ସମ୍ପାଦକ ଭାସ୍କର ବେହେରା ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ଖିଲାର, ରାମଚନ୍ଦ୍ର ରାଉତ, ବାବାଜି ଜେନା, ମୁକ୍ତିକାନ୍ତ ଜେନା, ରତ୍ନାକର ପାତ୍ର, ବିଦ୍ୟାଧର ସେଠୀ, ଯୁବମୋର୍ଚ୍ଚା ସଭାପତି ପ୍ରତାପ ଦ୍ୱିବେଦୀ, ତରଣୀସେନ ଜେନା, ସଞ୍ଜୟ ପଣ୍ଡା, ନିରାକାର ସାହୁ, ପ୍ରଭାକର ରାଉତ, ତପନ ପାତ୍ର, ବଳରାମ ରାଉତ, କରୁଣାକର ସାହୁ, ବୈଦ୍ୟନାଥ ଦାଶ, ଗୋବିନ୍ଦ ରାଉତ ପ୍ରମୁଖ ବୈଠକରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.