Home ଜିଲ୍ଲା ପରିକ୍ରମା ବାହାଘର ନିର୍ବନ୍ଧକୁ ନେଇ ଗଣ୍ଡଗୋଳ, ଜଣେ ଗିରଫ

ବାହାଘର ନିର୍ବନ୍ଧକୁ ନେଇ ଗଣ୍ଡଗୋଳ, ଜଣେ ଗିରଫ

15

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଧୂଷୁରୀ ଥାନା ଅଂଚଳର ରଇପୁର ପଂଚାୟତର ନିଧିବିନ୍ଧା ଗ୍ରାମର ବିବାହ ଓ ନିର୍ବନ୍ଧକୁ କେନ୍ଦ୍ରକରି ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିବା ଦ୍ୱାରା ଏଥିରେ ୪ଜଣ ଆହତ ହେବା ସହିତ ପୋଲିସ ଜଣକୁ ଗିରଫ କରିଛି । ପ୍ରକାଶ ଥାଉକି ଉକ୍ତ ଗ୍ରାମର ଏହି ନିର୍ବନ୍ଧକୁ କେନ୍ଦ୍ରକରି ମଙ୍ଗରାଜ ସାହୁ ଓ ପ୍ରମିଳା ସାହୁଙ୍କ ପରିବାର ମଧ୍ୟରେ କଥା କଟାକଟି ଓ ଗଣ୍ଡଗୋଳ ହୋଇଥିଲା । ପରେ ମାରପିଟ ହେବା ଦ୍ୱାରା ଏଥିରେ ମଧ୍ୟ ୪ଜଣ ଆହତ ହୋଇଥିଲେ । ଏଥିରେ ମଙ୍ଗରାଜ ସାହୁଙ୍କ ଅଭିଯୋଗ କ୍ରମେ ଉମାକାନ୍ତ ସାହୁ ଓ ସାତ ଜଣଙ୍କ ନାମରେ ପୋଲିସ କେସ କରିଥିବାବେଳେ ସେଥିମଧ୍ୟରୁ ଉମାକାନ୍ତଙ୍କୁ ଗିରଫ କରିଥିଲେ । ତେବେ ଉମାକାନ୍ତଙ୍କର କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ତାଙ୍କୁ ପୋଲିସ ଘରୋଇ ସଂଗରଦ୍ଧ କେନ୍ଦ୍ରରେ ରଖିଥିଲେ । ସେହିପରି ପ୍ରମିଳା ସାହୁଙ୍କ ଅଭିଯୋଗ କ୍ରମେ କୁନା ସାହୁଙ୍କ ସମେତ ୮ଜଣଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଏମାନଙ୍କ ମଧ୍ୟରୁ ପୋଲିସ କାହାରିକୁ ଗିରଫ କରିନାହିଁ । ଏମାନେ ମଧ୍ୟ ବାରମ୍ବାର ପ୍ରମିଳା ସାହୁଙ୍କ ପରିବାରକୁ ଧମକ ଚମକ ମଧ୍ୟ ଦେଉଛନ୍ତି । ତୁରନ୍ତ ପୋଲିସ ଫେରାର ଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରିବାପାଇଁ ପ୍ରମିଳା ଦାବି କରିଛି । ଏ ସମ୍ପର୍କରେ ଧୂଷୁରୀ ଥାନାର ତଦନ୍ତକାରୀ ଅଧିକାରୀ କୂଳମଣୀ ମାତ୍ର କୁହନ୍ତି ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.