Home ଜିଲ୍ଲା ପରିକ୍ରମା ବାଲେଶ୍ୱର-ଭଦ୍ରକ ଜିଲା ସେବା ସମବାୟ ସମିତି କର୍ମଚାରୀ ସଂଘର ଗଣଧାରଣା

ବାଲେଶ୍ୱର-ଭଦ୍ରକ ଜିଲା ସେବା ସମବାୟ ସମିତି କର୍ମଚାରୀ ସଂଘର ଗଣଧାରଣା

23

ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତବର୍ଷ ଧାନକିଣାରେ ସେବା ସମବାୟ ସମିତି କର୍ମଚାରୀମାନଙ୍କୁ ଯଦି ସୁରକ୍ଷା ଦିଆନଯାଏ, ତେବେ କୌଣସି ସମିତି ଧାନକ୍ରୟରେ ଏଗ୍ରିମେଣ୍ଟ ଓ ଅଂଶଗ୍ରହଣ କରିବେ ନାହିଁ ବୋଲି ଆଜି ବାଲେଶ୍ୱର-ଭଦ୍ରକ ଜିଲା ସେବା ସମବାୟ ସମିତି କର୍ମଚାରୀ ସଂଘ ବାଲେଶ୍ୱର, ବାସୁଦେବପୁର ଓ ତିହିଡି ଶାଖା ପକ୍ଷରୁ ଚେତାବନୀ ଦିଆଯାଇଛି । ଆଜି ସମବାୟ ସମିତି ସମୂହ ଭଦ୍ରକ ସର୍କଲ ଅଧିକାରୀ (ଏଆରସିଏସ୍‌) ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଘ ପକ୍ଷରୁ ହୋଇଥିବା ଗଣଧାରଣା ଓ ଅନଶନରେ ସଭାପତି ନିରଂଜନ ସାହୁ, ସାଧାରଣ ସଂପାଦକ ଅରୁଣ ଉଦୟ ପାତ୍ର ଚେତାବନୀ ଦେଇଛନ୍ତି । ଆଜିର ଏହି ଗଣଧାରଣା ଓ ଅନଶନରେ ବାସୁଦେବପୁର ଶାଖା ସଂପାଦକ ଚିନ୍ମୟ କୁମାର ମଲ୍ଳିକ, ତିହିଡିର ମାୟାଧର ବେହେରା, ଭଦ୍ରକର ଗୌରାଙ୍ଗ ଚରଣ ନାୟକ, କାର୍ଯ୍ୟକାରୀ କମିଟି ସଭ୍ୟ ଜ୍ଞାନରଂଜନ ମିଶ୍ର, ବଳଭଦ୍ର ମହାପାତ୍ର, ଶେଷଦେବ ପରିଡା, ବୃନ୍ଦାବନ ଭଳ, ଅମୂଲ୍ୟ ନାୟକ ଓ ବନମାଳୀ ମହାକୁଡ ପ୍ରମୁଖ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦେଇଥିବା ଅଭିଯୋଗ ପତ୍ର ମୂଳେ ସମବାୟ ସମିତି ସମୂହ ଭଦ୍ରକ ସର୍କଲ ଅଧିକାରୀ, ବାସୁଦେବପୁର ଓ ତିହିଡି ବ୍ଲକ୍ ଶାଖାର ପ୍ରଶାସନିକ ଅଧିକାରୀ ନିଜ ଉପରୁ ଦୋଷ ଛଡାଇବାକୁ ଯାଇ ଧାନ ପଂଜିକରଣକୁ ଆଳ କରି ରାହାଞ୍ଜ, ସରସଦା, ମାଳଦା ଭଳି ସେବା ସମବାୟ ସମିତିର ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ଭାବେ କେତେକ ସଂପାଦକ ଓ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିଲମ୍ବନ କରିବା ସହ କେତେକ ସଂପାଦକଙ୍କୁ ଚାର୍ଜଫ୍ରେମ୍ କରିଛନ୍ତି । ଯାହାର ପ୍ରତିବାଦ ସ୍ୱରୂପ ଆଜି ଏହି ଗଣଧାରଣା ଓ ଅନଶନ କରାଯାଇ ଉକ୍ତ ଘଟଣାର ବିରୋଧ କରି ଉପରୋକ୍ତ ଅନ୍ୟାୟ ଆଦେଶ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଏହି ଗଣଧାରଣା ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.