Home ଓଡ଼ିଶା ବଲାଙ୍ଗୀର ଜିଲ୍ଲାରେ ଏକ ସପ୍ତାହ ଦୋକାନ ବଜାର ବନ୍ଦ ରଖିବାକୁ ବଣିକ ସଙ୍ଘ ତରଫରୁ ନିଷ୍ପତ୍ତି

ବଲାଙ୍ଗୀର ଜିଲ୍ଲାରେ ଏକ ସପ୍ତାହ ଦୋକାନ ବଜାର ବନ୍ଦ ରଖିବାକୁ ବଣିକ ସଙ୍ଘ ତରଫରୁ ନିଷ୍ପତ୍ତି

84

ବଲାଙ୍ଗୀର, ୨୭-୦୯ (ଓଡ଼ିଆ ପୁଅ) ବଲାଙ୍ଗୀର ଜିଲ୍ଲାରେ ଏକ ସପ୍ତାହ ଦୋକାନ ବଜାର ବନ୍ଦ ରଖିବାକୁ ବଣିକ ସଙ୍ଘ ତରଫରୁ ନିଷ୍ପତ୍ତି ନିଆଯାଇଛି।

ଘାରୁଛି କରୋନା ଭୟ। ସରକାର ଲକଡାଉନ ଓ ସଟଡାଉନ କଟକଣା ଉଠାଇ ଦେଇଛନ୍ତି। ହେଲେ କରୋନା ନିୟନ୍ତ୍ରଣ ହୋଇ ପାରୁନି। ଅନେକ ଲୋକେ ଅକାଳରେ ମୃତ୍ୟୁର ଶିକାର ହେଉଛନ୍ତି। ଏଣୁ ସରକାରୀ ସ୍ତରରେ ଯାହା କରାଯାଉ ବା ନ ଯାଉ, ନିଜ, ନିଜ ଦୋକାନ ସପ୍ତାହକ ପାଇଁ ବଜାର ବନ୍ଦ ରଖିବାକୁ ବଲାଙ୍ଗୀର ବଣିକ ସଙ୍ଘ ଆହ୍ବାନ ଦେଇଛି।

ବଲାଙ୍ଗୀର ଜିଲ୍ଲାରେ କରୋନା ପରିସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ପ୍ରତିଦିନ କାହାର ନା କାହର ମୃତ୍ୟୁବରଣରେ ଅନେକ ପରିବାର ସର୍ବସ୍ୱାନ୍ତ ହେଲେଣି। ଏ ନେଇ ଆଜି ଜିଲ୍ଲା ବଣିକ ସଙ୍ଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଭଳି ସ୍ଥିତିରେ ଜନସାଧାରଣ ଏକଜୁଟ ହୋଇ ଜାଗ୍ରତ ହେବା ସହ କରୋନା ସଂକ୍ରମଣର ମୁକାବିଲା ଦାୟିତ୍ୱ ହାତକୁ ନେବାକୁ ହେବ ବୋଲି କୁହାଯାଇଛି। ସହରରେ କରୋନା ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବାକୁ ହେଲେ ସ୍ବଇଚ୍ଛାରେ ୨୫ ତାରିଖରୁ ଅକ୍ଟୋବର ୦୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରଖୀବାକୁ ଅନୁରୋଧ କରାଯାଇଛି। ଜରୁରୀ କାଳୀନ ସେବା, ତଥା ପାନ, ଚା’ ଭଳି ରାସ୍ତା କଡ଼ ଦୋକାନ ବା ଉଠା ଦୋକାନୀଙ୍କ ପାଇଁ ଦିନ ୧ ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରଖିବାକୁ ହେବ ବୋଲି ବଣିକ ସଙ୍ଘ ଆହ୍ୱାନ ଦେଇଛି।

ପ୍ରକାଶ ଯୋଗ୍ୟ ଯେ, ବିଗତ କିଛି ସପ୍ତାହରେ ବଲାଙ୍ଗିର ରେ କରୋନା ପରିସ୍ଥିତି ଭୟଙ୍କର ରୂପ ଧାରଣ କରିଛି। ପ୍ରତିଦିନ କେହି ନା କେହି ଅକାଳ ବିୟୋଗର ଖବର ନଜର କୁ ଆସୁଛି। ଏହି ପରିସ୍ଥିତିର ମୁକାବିଲା ପାଇଁ ଜାଗ୍ରତ ହୋଇ ଜିଲ୍ଲା ବଣିକ ସଂଘ ଏକ ସର୍ବଦଳୀୟ ବୈଠକର ଡାକରା ଦେଇଥିଲା। ବଣିକ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସହରର ବିଭିନ୍ନ ବ୍ୟବସାୟୀ, ସାମଜିକ ଅନୁଷ୍ଟାନ, ରାଜନୈତିକ ଦଳର କର୍ମକର୍ତା ମାନେ ଯୋଗଦାନ କରିଥିଲେ। ସହରରେ ବର୍ତ୍ତମାନ କରୋନା ସମସ୍ୟା ଉପରେ ସଂଘ ଉପସ୍ଥିତ ବୁଦ୍ଧିଜୀବୀଙ୍କ ମତ ମାଗିଥିଲା।

ଉପସ୍ଥିତ ସଭ୍ୟଗଣ ନିଜ ନିଜ ମତ ବ୍ୟକ୍ତ କରିଥିଲେ। ଶେଷରେ ସର୍ବ ସମ୍ମତି କ୍ରମେ କୋଭିଡ ନିୟନ୍ତ୍ରଣ ପାଇଁ ଏକ କମିଟି ଗଠନ କରାଯାଇ ଆସନ୍ତା ସାତ ଦିନ ପାଇଁ ସହରରେ ଦିନ ଗୋଟାଏ ଯାଏଁ ଦୋକାନ ବଜାର ଖୋଲାଯିବା ସହ ଅବଶିଷ୍ଟ ସମୟରେ ଦୋକାନ ବଜାର ବନ୍ଦ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହା ଦ୍ୱାରା ସହରରେ କିଛିକାଂଶରେ ସଂକ୍ରମଣର ଶୃଙ୍ଖଳକୁ ଭଙ୍ଗା ଯାଇ ପାରିବ। ତେବେ ଏହି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ସେବା ଯେପରି ସମସ୍ତେ ପାଇ ପାରିବେ ତାହା ପ୍ରତି ବିଶେଷ ଧ୍ୟାନ ଦିଆଯିବା ନେଇ ସମ୍ମତି ପ୍ରକାଶ ପାଇଥିଲା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.