Home ଜିଲ୍ଲା ପରିକ୍ରମା ବଲାଙ୍ଗୀର ଜିଲ୍ଲାପାଳଙ୍କ କଣ୍ଟାବାଞ୍ଜି ସହରକୁ ଅଚାନକ ଗସ୍ତ

ବଲାଙ୍ଗୀର ଜିଲ୍ଲାପାଳଙ୍କ କଣ୍ଟାବାଞ୍ଜି ସହରକୁ ଅଚାନକ ଗସ୍ତ

67

ବଲାଙ୍ଗୀର, ୨୭-୦୯ (ଓଡ଼ିଆ ପୁଅ/ସନ୍ତୋଷନାୟକ) ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା କଂଟାବଂଜି ସହରକୁ ଶୁକ୍ରବାର ଅପରାହ୍ନରେ ପ୍ରଥମ କରି ଅଚାନକ ପରିଦର୍ଶନ କରିଛନ୍ତି। ସେ କଂଟାବାଂଜିକୁ ପାଦ ଦେବାର ପ୍ରଥମ ପାହାଚରେ ସ୍ଥାନୀୟ ଡାକ୍ତରଖାନାକୁ ଅଚାନକ ପରିଦର୍ଶନ କରିଛନ୍ତି। ତାଙ୍କ ପରିଦର୍ଶନ ବେଳେ ସେ ଡାକ୍ତରଖାନାର ବିଭିନ୍ନ ସମସ୍ୟା ଅନୁଧ୍ୟାନ କରିଛନ୍ତି। ଏପରିକି ସେ ସମସ୍ତ ୱାର୍ଡ ବୁଲି ରୋଗୀମାନଙ୍କ ସମସ୍ୟା ବୁଝିଥିଲେ। ପୁଣି ଡାକ୍ତରଖାନାର ଅନ୍ତେବାସୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ବିଭିନ୍ନ ଅସୁବିଧାର ସମାଧାନ ପାଇଁ ମେଡିକାଲ ଅଫିସର ଡାଃ ଏସ ପି ଡି ପଣ୍ଡାଙ୍କ ସହ ଆଲୋଚନା କରି ଯଥାଶୀଘ୍ର ସମାଧାନ କରିବା ପାଇଁ କହିଛନ୍ତି।

ଏହାପରେ ସେ ଏନଏସିର ସଭାଗୃହରେ ଗଣମାଧ୍ୟମ ପ୍ରତିନିଧି ଏବଂ କର୍ମଚାରୀଙ୍କ ସହ କୋଭିଡ-୧୯ର ଜନ ସଂପର୍କ ଶିବିରରେ ଯୋଗ ଦେଇଥିଲେ। ଏହି ଶିବିରରେ କଂଟାବାଂଜି ସହରରେ ଅମାନିଆଁଙ୍କୁ ସଚେତନ କରିବା ସହିତ ନିଜର ସୁରକ୍ଷା ସଂଗେ ସଂଗେ ଅନ୍ୟକୁ ସୁରକ୍ଷା କରି ସହର ଏବଂ ଜନସାଧାରଣଙ୍କୁ କୋଭିଡ ମହାମାରୀ ରୋଗରୁ ଦୂରେଇ ରଖିବା ପାଇଁ ସହଯୋଗ ଲୋଡିଥିଲେ। ପରେ ସହରରେ କୋଭିଡ ପୋଜିଟିଭ୍‌ ହୋଇଥିବା କିଛି ବ୍ୟକ୍ତିଙ୍କୁ ସାକ୍ଷାତ କରି ସେମାନଙ୍କ ସମସ୍ୟା ବୁଝିଥିଲେ। ଏପରିକି ଖବରଦାତାମାନେ ମଧ୍ୟ ୱାର୍ଡ କମିଟୀ ଜରିଆରେ ଜନସାଧାରଣଙ୍କୁ ସଚେତନତା କରିବା ପାଇଁ ଅନୁରୋଧ କରିଛନ୍ତି। ଏହି ଜନ ସଂପର୍କ ଶିବିରରେ ଏନଏସି ନିର୍ବାହୀ ଅଧିକାରିଣୀ ବିଷ୍ଣୁପ୍ରିୟା ମିଶ୍ର, ନୋଡାଲ ଅଫିସର ଚନ୍ଦ୍ରଶେଖର ଭୋଇ, ଥାନା ଆଇଆଇସି, ସହକାରୀ ନିର୍ବାହୀ ଯନ୍ତ୍ରୀ ତଥା ସମସ୍ତ ପ୍ରିଂଟ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନଧି ସାମିଲ ହୋଇ ନିଜ ନିଜ ମତାମତ ରଖିଛନ୍ତି।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.