Home ଓଡ଼ିଶା ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିର କୃଷି ଇନ୍‌ପୁଟ୍ ସବସିଡ୍ ୩ଗୁଣା ବୃଦ୍ଧି,...

ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିର କୃଷି ଇନ୍‌ପୁଟ୍ ସବସିଡ୍ ୩ଗୁଣା ବୃଦ୍ଧି, ରିଲିଫ୍ କୋର୍ଡ଼ ଓ ଭୂ-ସଂସ୍କାର ଆଇନର ସଂଶୋଧନ ପାଇଁ ସରକାରଙ୍କଠାରେ ଦାବିକଲା ପିସିସି କିଷାନ କଂଗ୍ରେସ

166

ଭୁବନେଶ୍ୱର, ୧୫/୯ (ଓଡ଼ିଆ ପୁଅ) – ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଚାଷୀ ଫସଲ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଫଳରେ ଜୀବନ ଓ ଜୀବିକା ପାଇଁ ପରବର୍ତ୍ତୀ ଚାଷ କରି ବଂଚିବା କାଠିକର ପାଠ୍। ସରକାରଙ୍କ ପ୍ରଚଳିତ ରିଲିଫ୍ କୋର୍ଡ଼ ଓ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିରେ କୃଷି ଇନ୍‌ପୁଟ୍ ବାବଦରେ ଦିଆଯାଉଥିବା ସବ୍‌ସିଡ଼୍ ଚାଷୀର କ୍ଷତି ଭରଣାରେ ସମ୍ଭବ ନୁହେଁ। ଚଳିତବର୍ଷ ବନ୍ୟାଯୋଗୁଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ବର୍ତମାନ ଚାଷୀକୁଳ ଅଂଟା ସଳଖିବା କାଠିକର ପାଠ୍। ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ଯେଉଁ ସହାୟତା ଘୋଷଣା କରାଯାଇଛି ତାହା ସମୁଦ୍ରକୁ ସଙ୍ଖେ ବୋଲି ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିରେ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଚଳିତ ନିୟମ ଅନୁଯାୟୀ ଯେଉଁ କୃଷି ଇନ୍‌ପୁଟ୍ ସହାୟତା ଅଣ ଜଳସେଚିତ ଅଂଚଳ ପାଇଁ ପ୍ରତି ହେକ୍ଟର ପିଚ୍ଛା ୬ ହଜାର ୮ଶହ ଓ ଜଳସେଚିତ ଜମି ପାଇଁ ୧୩ ହଜାର ୫ଶହ ଟଙ୍କା ପ୍ରଦାନ କରାଯାଉଛି ଏଥିରେ ଚାଷୀ ପ୍ରକୃତପକ୍ଷେ ଚାଷୀ ଫସଲ କ୍ଷତିର ଭରଣା ପାଇପାରୁ ନାହାନ୍ତି। ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଚଳିତ ନିୟମକୁ ପରିବର୍ତ୍ତନ କରି ପ୍ରତି ଏକର ପିଚ୍ଛା କୃଷି ଇନପୁଟ୍ ସବସିଡ଼୍ ୩ ଗୁଣା ବୃଦ୍ଧି କରିବା, ବନ୍ୟା ଯୋଗୁଁ ୩୩ ପ୍ରତିଶତ ଫସଲ କ୍ଷତିହୋଇଥିଲେ ସମସ୍ତ ଚାଷୀଙ୍କୁ ଏହି ସହାୟତାରେ ଅନ୍ତର୍ଭୁକ୍ତ କରିବା, ପ୍ରଚଳିତ ରିଲିଫ୍ କୋର୍ଡ଼ର ସଂଶୋଧନ, ଭୂସଂସ୍କାର ଆଇନର ସଂଶୋଧନ କରି ଭାଗଚାଷୀମାନଙ୍କ ପାଇଁ ସହାୟତା ପାଇବାର ଅଧିକାର, ଶତକଡ଼ା ୯୦ ପ୍ରତିଶତ ସବସିଡ଼୍‌ରେ ଚାଷୀଙ୍କୁ ପମ୍ପସେଟ୍ ଯୋଗାଣ, ଅଚଳ ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକୁ ଆଶୁ କାର୍ଯ୍ୟକାରୀ, ରବି ଚାଷ ପାଇଁ ନିର୍ଦ୍ଧାରିତ ସମୟରେ ମାଗଣାରେ ସଅଳ କିସମ ପ୍ରାମାଣିକ ଧାନ ଓ ଅନ୍ୟାନ୍ୟ ବିହନ ଯୋଗାଣ, ଖରିଫ୍ ଋଣ ସମ୍ପୂର୍ଣ୍ଣ ଛାଡ଼ ଓ ରବି ଚାଷ ପାଇଁ ବିନା ସୁଧରେ କୃଷିଋଣ ଯୋଗାଣ, ମନରେଗାରେ କୃଷି କ୍ଷେତ୍ର ପାଇଁ ସର୍ବାଧିକ ଗୁରୁତ୍ୱ, ଫସଲ ବୀମାଭୂକ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ସହାୟତା, ଏହି ସବୁ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ କୃଷି, ଉଦ୍ୟାନ ଓ ସମବାୟ, ମତ୍ସ୍ୟ ଓ ପଶୁପାଳନ, ଜଳସେଚନ ବିଭାଗଗୁଡ଼ିକରେ ଖାଲି ପଡ଼ିଥିବା ଅଧିକାରୀ ଓ କ୍ଷେତ୍ରକର୍ମଚାରୀମାନଙ୍କୁ ତୁରନ୍ତ ନିଯୁକ୍ତି ଦିଆଯିବାକୁ ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ୍ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଦୃଢ଼ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.