Home ଓଡ଼ିଶା ପ୍ରବାସୀ ଓଡିଆଙ୍କ ରାସ୍ତାରେ ମୃତ୍ୟୁ ନେଇ ଶୋକର ଛାୟା

ପ୍ରବାସୀ ଓଡିଆଙ୍କ ରାସ୍ତାରେ ମୃତ୍ୟୁ ନେଇ ଶୋକର ଛାୟା

177

ଓଡିଆପୁଅ(ଦେବୀପ୍ରସାଦ ଆଚାର୍ଯ୍ୟ);ନୟାଗଡ ଜିଲ୍ଲା ରଣପୁର ଥାନା ଶଙ୍ଖମୂଳ ଗ୍ରାମର ପ୍ରଶାନ୍ତ କୁମାର ପ୍ରଧାନ(୪୬)ଗୁଜୁରାଟର ସୁରତର ରିଲାନ୍ସ କମ୍ପାନୀରେ ଦିର୍ଘ ୭ବର୍ଷ କାର୍ଯ୍ୟ କରୁଥିଲେ । ସେଠାରେ ତାଙ୍କର ଦେହ ଖରାପ ହେବାରୁ ତାଙ୍କୁ ଚିକିତ୍ସାଧିନ ଅବସ୍ଥାରେ ଘରକୁ ଫେରାଇ ଆଣିବା ପାଇଁ ଖବର ଆସିବାରୁ ତେଣୁ ପ୍ରଶାନ୍ତଙ୍କ ସ୍ତ୍ରୀ ଝୁନୁଲତା ପ୍ରଧାନ ଏବଂ କିଶୋର ବଳିଆର ସିଂ ସୁରତରେ ପହନ୍‌ଚି ଏକ ଆମ୍ବୁଲାନ୍‌ସ ଯୋଗେ ଏପ୍ରିଲ୍ ୧୫ ତାରିଖରେ ଘରକୁ ନେଇ ଆସୁଥିଲେ । କିନ୍ତୁ ରାସ୍ତାରେ ଆସୁଥିବା ସମୟରେ ଛତିଶଗଡଠାରେ ଏପ୍ରିଲ୍ ୧୬ ତାରିଖ ମଧ୍ୟରାତିରେ ଆମ୍ବୁଲାନ୍‌ସ ଭିତରେ ପ୍ରଶାନ୍ତଙ୍କ ମୃତ୍ୟୁ ଘଟିଲା ।

 

 

ଘରେ ପହଂଚିବା ପରେ ତାଙ୍କୁ ସରକାରୀ ଡାକ୍ତରଖାନାରେ ପହଂଚି ଡାକ୍ତରଙ୍କୁ ଦେଖାଇବା ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କଲେ । ମୃତ ପ୍ରଶାନ୍ତଙ୍କ ବାପା ସୁବଳ ଚରଣ ପ୍ରଧାନ ରଣପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଡାକ୍ତରଖାନାରେ ପହଂଚି ଶବ ଜବତ କରିଥିଲେ । କରୋନାର ୨ୟ ଲହରୀ ଚାଲିଥିବା ବେଳେ ମୃତ ପ୍ରଶାନ୍ତଙ୍କ କରୋନା ଟେଷ୍ଟ୍ କରାଯାଇଥିଲା । କରୋନା ନେଗେଟିଭ୍ ରିପୋଟ୍ ବାହାରିବା ପରେ ଶବ ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । ପ୍ରଶାନ୍ତଙ୍କ ମୃତଦେହ ଗାଁରେ ପହଂଚିବା ପରେ ପଂଚାୟତ ସାରା ଏକ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.