Home ଜିଲ୍ଲା ପରିକ୍ରମା ପୂଣ୍ୟାତ୍ମା ନବକୃଷ୍ଣ ଚୌଧୁରୀଙ୍କ ଜନ୍ମ ଦିବସରେ ନିଶା ନିବାରଣ ସଚେତନତା ସଭା

ପୂଣ୍ୟାତ୍ମା ନବକୃଷ୍ଣ ଚୌଧୁରୀଙ୍କ ଜନ୍ମ ଦିବସରେ ନିଶା ନିବାରଣ ସଚେତନତା ସଭା

20

ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଥିଲେ ସମାଜର ଗରିବ ମେହନତି, ଦଳିତ, ଆଦିବାସୀଙ୍କର ତ୍ରାଣକର୍ତ୍ତା। ସେ ଥିଲେ ଯୁଗଜନ୍ମା ଶ୍ରମିକ – କୃଷକ ସମାଜର ମଉଡ଼ମଣି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଜମିଦାର ଉଚ୍ଛେଦ ଆଇନ, ଭୂ-ସଂସ୍କାର ଆଇନ, ପ୍ରଜାସତ୍ତ୍ୱ ଆଇନ, ଓଡ଼ିଆ ଭାଷାକୁ ରାଜଭାଷାରେ ପରିଣତ କରିବା ପାଇଁ ଭାଷା ସୁରକ୍ଷା ଆଇନ – ୧୯୫୪ ଏବଂ ସର୍ବୋପରି ନିଶା ନିବାରଣ ଆଇନ – ୧୯୫୬କୁ ଓଡ଼ିଶା ବିଧାନସଭାରେ ପାଶ୍ କରିଥିଲେ। ସାଂପ୍ରତିକ ପରିସ୍ଥିତିରେ ଓଡ଼ିଶା ସମେତ ସାରା ଭାରତ ବର୍ଷ ନିଶାସକ୍ତ। ପାଖାପାଖି ୬୩ଲକ୍ଷ ଲୋକ ପ୍ରତ୍ୟେକ ଦିନ ନିଶା ଦ୍ୱାରା ରୋଗଗ୍ରସ୍ତ ହେଉଛନ୍ତି। ରାଜସ୍ୱ ନାମରେ ସରକାରଙ୍କ ଦ୍ୱାରା ମଦ ପ୍ରଚଳନ, ଭାରତ ସମେତ ଓଡ଼ିଶା ରାଜ୍ୟ ନିଶାମୁକ୍ତ ହେବା ଦରକାର। ଏହି ଆଭିମୁଖ୍ୟରେ ନବକୃଷ୍ଣ ଚୌଧୁରୀଙ୍କ ଆଭିମୁଖ୍ୟକୁ ସାଫଲ୍ୟ କରିବା ପାଇଁ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ରାଜ୍ୟ କମିଟି ଆହ୍ୱାନ କ୍ରମେ ଅପରାହ୍ଣ ୩ଟା ସମୟରେ ଭଦ୍ରକ ଜିଲ୍ଳା କମିଟି ପକ୍ଷରୁ ଭାଗବତ କଲ୍ୟାଣ ମଣ୍ଡପ ଠାରେ ସଂଗଠନ ସଭାପତି ବର୍ଷୀୟାନ ନେତା ଆଜୀବନ ସଂଗ୍ରାମୀ ନିରାକାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଓଡ଼ିଶାକୁ ନିଶାମୁକ୍ତ କରି ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ବକ୍ତାମାନେ ଆହ୍ୱାନ ଦେଇଥିଲେ।

ଓଡ଼ିଶା ସରକାର ୧୯୫୬ ମସିହାରେ ନିଶା ନିବାରଣ ଆଇନକୁ ଆବଶ୍ୟକୀୟ ସଂଶୋଧନ କରି ଓଡ଼ିଶାରେ ଲାଗୁ କରିବା ଆବଶ୍ୟକ। ସୁସ୍ଥ ସମାଜ ଗଠନ ପାଇଁ ଯୁବ-ଛାତ୍ର ମାନଙ୍କୁ ପ୍ରୋତ୍ସାହନ ଦେବା ଆବଶ୍ୟକ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ଏହି ସଭାରେ ମିଳିତ ନିଶା ନିବାରଣ ଅଭିଯାନ, ଭଦ୍ରକ ଜିଲ୍ଲା ସମ୍ପାଦକ ଆଡଭୋକେଟ ଗରିଧାରୀ ନାଥ ପ୍ରାରମ୍ଭିକ ସୂଚନା ଏବଂ ସ୍ୱାଗତ ସମ୍ଭାଷଣ ଦେଇଥିଲେ। ଅତିଥି ଭାବେ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ ନାୟକ, ଗାନ୍ଧୀ ବିଚାର ମଞ୍ଚର ଉପସଭାପତି ଏସ୍‌.ଏମ. ଫାରୁକ ରାଜ୍ୟ ଏବଂ ଦେଶରୁ ନିଶା ହଟାଇବା ପାଇଁ ଆହ୍ୱାନ ଦେଇଥିଲେ। ସଂଗଠନର ସଭ୍ୟା ଅନ୍ନପୂର୍ଣ୍ଣା ସାହୁ, ଜଗନ୍ନାଥ ରାୟ, ସହସମ୍ପାଦକ ସମର ବଳ, ଜ୍ୟୋତିପ୍ରକାଶ ମହାନ୍ତି, ନାରୀନେତ୍ରୀ ସୁରଜିତା ନାୟକ, ସମାଜସେବୀ ସୁଧାକର ରାଉତ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗଗନ ବିହାରୀ ରାଉତ, କୃଷକ ନେତା ଚନ୍ଦ୍ରଶେଖର ନାୟକ, ଶ୍ରମିକ ନେତା ଦିବ୍ୟସିଂହ ନାୟକ ପ୍ରମୁଖ ନବକୃଷ୍ଣ ଚୌଧୁରୀଙ୍କୁ ଶ୍ରଦ୍ଧା ସୁମନ ଅପଣ କରିବା ସହିତ ଓଡ଼ିଶାକୁ ମଦମୁକ୍ତ କରିବା ପାଇଁ ଆହ୍ୱାନ ଦେଇଥିଲେ। ଆଡ୍‌ଭୋକେଟ ସ୍ନିଗ୍‌ଧା ଜେନା, ଅଧ୍ୟାପିକା ଉଷା ଜେନା, ଆଇନଜୀବୀ ମନୋରଂଜନ ଦାସ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ସଂଗଠନର ଉପସଭାପତି ଆଇନଜୀବୀ ଅଗଣି ଚରଣ ଜେନା ମଞ୍ଚ ଆହ୍ୱାନ କରିବା ସଂଗେସଂଗେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାକୁ ଜୟନ୍ତୀ ବିଶ୍ୱାଳ, ଦେବୀକିଙ୍କର ପାଣିଗ୍ରାହୀ, ବିଜୟ କୁମାର ରାଉତ, ଆଇନଜୀବୀ ଅମର କୁମାର ବାରିକ, ବିନୋଦ କୁମାର ସାହୁ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.