Home ଓଡ଼ିଶା ନୟାଗଡ଼: ଜଙ୍ଗଲରେ ନିଆଁ, ଅସହ୍ୟ ଝାଞ୍ଜି ପବନରେ ଲୋକେ ଅସ୍ତବ୍ୟସ୍ତ

ନୟାଗଡ଼: ଜଙ୍ଗଲରେ ନିଆଁ, ଅସହ୍ୟ ଝାଞ୍ଜି ପବନରେ ଲୋକେ ଅସ୍ତବ୍ୟସ୍ତ

33

ନୟାଗଡ଼, ୨ା୩ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ) ଜିଲ୍ଲାରେ ଏବେ ଅସହ୍ୟ ଖରା ସହିତ ପ୍ରଚଣ୍ଡ ଝାଞ୍ଜି ଯୋଗୁଁ ଲୋକମାନେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ଅପରାହ୍ନ ୧୧ଟା ପରେ ପଦାକୁ ବାହାରିବା ଅସମ୍ଭବ ହୋଇପଡ଼ିଛି। ଝାଞ୍ଜିରେ ଖାଲି ନିଆଁ ବୋହୁଛି। ଏହାର କାରଣ ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ତାତି ବଢୁଥିବା କୁହାଯାଉଛି। ଜଙ୍ଗଲ ବିଭାଗର ଏଥିପ୍ରତି ଲଗାମ ନଥିବା ଅଭିଯୋଗ ହେଉଛି। ଜଲ୍ଲାର ବିଭିନ୍ନ ବନାଚଂଳରେ ନିଆଁ ଏବେ ଅସମ୍ଭାଳ କରୁଛି। ନୟାଗଡ଼ ଜିଲ୍ଲାର ପଂଚିରିଡ଼ା ବନାଂଚଳ ଅଧିନରେ ଥିବା ସୁକରମଲ୍ଲ, ଭଣ୍ଡାର ପାହାଡ଼, ବାଣିଝରି, ଝାଡେଶ୍ୱରୀ ତଥା ହାତୀମୁଣ୍ଡା ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଅଙ୍ଗାର ସଂଗ୍ରହ କରିବାକୁ ଏପରି ନିଆଁ ଲଗାଯାଇଥିବା କୁହାଯାଉଥିବାବେଳେ ବନବିଭାଗ ଓ ଠେଙ୍ଗାପାଳି ଦ୍ୱାରା ଜଙ୍ଗଲ ଜଗାଯାଇଥିବା ଗ୍ରାମ୍ୟଲୋକମାନେ ସଚେତନତା କରୁଥିବା ଦେଖିବାକୁ ମିଳୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.