Home କେନ୍ଦୁଝର ନେଟୱାର୍କ ନରହିବାରୁ ତହସିଲରେ ଛାତ୍ରଛାତ୍ରୀଙ୍କ ଭିଡ

ନେଟୱାର୍କ ନରହିବାରୁ ତହସିଲରେ ଛାତ୍ରଛାତ୍ରୀଙ୍କ ଭିଡ

81

ହାଟଡିହି-୨୧/୯ (ଓଡିଆପୁଅ/ବିକାଶ ବିଶ୍ୱାଳ) ଆଜି ଠାରୁ ଯୁକ୍ତ ଦୁଇରେ ନାମଲେଖା ଆରମ୍ଭ ହୋଇ ଥିବାବେଳେଏଥିପାଇଁ ଆବଶ୍ୟକ ସାଟିଫିକେଟ ଖୋଲିବାପାଇଁ ତହସିଲ କାର୍ଯ୍ୟାଳୟ ରେ ଛାତ୍ରାଛାତ୍ରୀ ତଥା ଅଭିଭାବକଙ୍କ ଭିଡ ପରିଲଖିତ ହୋଇଥିଲା । ଆଜି ନାମଲେଖା ପାଇଁ ଶେଷ ତାରିଖ ଥିବାରୁ ଓ ତହସିଲ କାର‌୍ୟ୍ୟାଳୟ ଦୁଇଦିନ ଛୁଟି ରହିବାରୁ ଛାତ୍ରଛାତ୍ରୀ ମାନେ ଜାତିଗତ ପ୍ରମାଣପାତ୍ର, ରେସିଡେଣ୍ଟ ସାଟିଫିକେଟ, ଇନକମ ସାଟିଫିକେର୍ଟ ଆଦି ଖୋଲିବାକୁ ଆଜି ସକାଳୁ ସକାଳୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଭିଡ ଜମାଇଥିବାବେଳେ ବିଏସଏନଏଲ ନେଟୱାର୍କ ନଥିବାରୁ ତହସିଲରୁ ଏହି ସାଟିଫିକେଟ ବାହାରିବାରେ ନାନା ସମସ୍ୟା ଦେଖା ଦେଇଥିଲା । ଫଳରେ ଘଣ୍ଟା ଘଣ୍ଟା ଧରି ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ବାହାରେ ଠିଆ ହୋଇଥିଲେ । ଅନେକ ସମୟରେ ବିଏସଏନଏଲ ନେଟୱାର୍କ ଖରାପ ରହୁଥିବାରୁ ତହସିଲ କାର୍ଯ୍ୟାଳୟ ରେ ଅଚଳାବସ୍ଥା ସୃଷ୍ଟି ହେଉଛି । ଏଣୁ ତହସିଲ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.