Home ଜିଲ୍ଲା ପରିକ୍ରମା ଧୁଷୁରୀ ଥାନା କାହା ଇଙ୍ଗିତରେ ଚାଲିଛି ; ଲୋକେ ନ୍ୟାୟ ପାଇଁ ବାରଦ୍ୱାର ଶୁଣ୍ଢିପିଣ୍ଡା

ଧୁଷୁରୀ ଥାନା କାହା ଇଙ୍ଗିତରେ ଚାଲିଛି ; ଲୋକେ ନ୍ୟାୟ ପାଇଁ ବାରଦ୍ୱାର ଶୁଣ୍ଢିପିଣ୍ଡା

73

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧୁଷୁରୀ ଥାନା ଅଂଚଳରେ ଅନେକ ମାମଲା ଦିନକୁ ଦିନ ବୃଦ୍ଧି ପାଉଛି । ଅଭିଯୋଗ ମଧ୍ୟ ବଢି ଚାଲିଛି, ହେଲେ ଥାନାରେ ଥାନା ବାବୁ ନ୍ୟାୟ ଦେବାରେ ଅକ୍ଷମ । ଅନେକ ଘଟଣା ଏଠାରେ ଘଟୁଥିଲେ ହେଁ ପୁଲିସ୍ ମାମଲା ସମାଧାନ କରିବାରେ ଫେଲ୍ ମାରୁଛି । ଫଳରେ ସ୍ଥାନୀୟ ଲୋକେ ଅସନ୍ତୋଷ ହୋଇ ନ୍ୟାୟ ନପାଇ ଏସ୍‌ପିଙ୍କ ଦ୍ୱାରସ୍ଥ ହେଉଛନ୍ତି । ଧୁଷୁରୀ ଥାନାଧିକାରୀ ଥିଲେ ମଧ୍ୟ ସେଠି ଅନ୍ୟ ଜଣେ ପୁଲିସ୍ ବାବୁ ଏବେ ପାୱାରଫୁଲ୍ । ଥାନା ବାବୁ ସବୁବେଳେ ଛୁଟିରେ ଥାନ୍ତି । ଆମେ ଅନେକଥର ଯୋଗାଯୋଗ ପାଇଁ ଫୋନ୍ କଲେ ଶୁଣିବାକୁ ମିଳେ ମୁଁ ଛୁଟିରେ ଅଛି । ସେଠି ଜଣେ ନାୟକ ବାବୁ ଏବେ ସବୁକିଛି ବୁଝୁଥିବା ଘଟଣା ଚର୍ଚ୍ଚାରେ ଅଛି । ଏମିତି ଅନେକ ଅଭିଯୋଗ ଆମ ପାଖରେ ଆସୁଥିବାବେଳେ ଥାନା ବାବୁ କାହିଁକି ସମସ୍ତ ଘଟଣାକୁ ହାଲୁକା ନେଉଛନ୍ତି, ତାହା ବୁଝା ପଡୁନାହିଁ । ଏହି ଥାନା କାହା ନିର୍ଦ୍ଦେଶରେ ସ କାହା ଇଙ୍ଗିତରେ ଚାଲିଛି, ତାହା ଏବେ ବଡ ପ୍ରଶ୍ନ । ଗତ ୧୦ ତାରିଖରେ ଏହି ଥାନା ଅଧୀନସ୍ଥ କୁରୁଆ ଗ୍ରାମର ଶାନ୍ତିଲତା ନାଥ ନାମକ ମହିଳା ନିଜ ଘର ପାଖରେ ପଡୋଶୀଙ୍କ ଦ୍ୱାରା ନିର୍ଯ୍ୟାତିତା ହେବା, ଧମକ ଚମକ ପାଇବା ସହିତ ପିଇବା ପାଣି ଟ୍ୟୁବ୍‌ୱେଲ୍‌କୁ ବନ୍ଦ କରି ସେଠାରେ ଜୋର ଜବରଦସ୍ତ ବାଡ ବୁଜିଦେବା ଓ ତାଙ୍କ ଝିଅକୁ ଆକ୍ରମଣ କରିବା ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଥିଲେ । ହେଲେ ଆଜକୁ ୭ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ୍ ଚୁପ୍ । ଆସାମୀ ଫେରାର । ଫଳରେ ଏହି କରୋନା ସମୟରେ ପୀଡିତା ପରିବାର ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେଲେ କେହି ଶୁଣିବାକୁ ନାହାଁନ୍ତି । ସେମାନେ ଅନ୍ୟ ଉପାୟ ନପାଇ ଶେଷରେ ଭଦ୍ରକ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାର ନୂଆ କୋଭିଡ୍ ନିୟମ ଅନୁଯାୟୀ କେହି ଅଭିଯୋଗ ପାଇଁ ଥାନାକୁ ଯିବେନାହିଁ, କେବଳ ଫୋନ୍ ମାଧ୍ୟମରେ ଅଭିଯୋଗ କରିପାରିବେ । ହେଲେ ଏଠି ନିୟମ ଓଲଟା, ଥାନାରେ ଅଭିଯୋଗ ପରେ ମଧ୍ୟ ଫଳ ଶୂନ । କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଅଭିଯୋଗକୁ ଭିତ୍ତିକରି ପୁଲିସ୍‌କୁ ଯୋଗାଯୋଗ କରିବାରୁ ଥାନା ବାବୁ କହୁଛନ୍ତି ମୁଁ ଛୁଟିରେ ଅଛି । ଅନ୍ୟଜଣେ ଦାୟିତ୍ୱରେ ଥିବା ବାବୁ କହୁଛନ୍ତି ମୁଁ କେଶ୍ କରିଛି, ହାଇକୋର୍ଟର ନିର୍ଦ୍ଦେଶ ଏବେ କାହାକୁ ଗିରଫ କରିବୁ ନାହିଁ । ତେଣୁ ଆମେ ସମୟ ଦେଖି ମାମଲା ବୁଝିବୁ । ତାହାହେଲେ ଯଦି ଏହି ଅଞ୍ଚଳରେ ହତ୍ୟା, ବଳତ୍କାର କିମ୍ବା ଡକାୟତି ହୁଏ, ତାହାହେଲେ ପୁଲିସ୍ କରିବ କଣ ବୋଲି ପ୍ରଶ୍ନ ଉଠିଛି । ଲୋକଙ୍କୁ ସୁରକ୍ଷା ଦେବା ଦାୟିତ୍ୱ କାହାର । ତେବେ ଯାହାହେଉ ଏପରି ଛୋଟିଆ ଘଟଣାକୁ ନେଇ ଆଗକୁ ବଡ ଘଟଣା ନଘଟେ, ସେଥିପ୍ରତି ଧୁଷୁରୀ ପୁଲିସ୍ ଦୃଷ୍ଟି ଦେବା ଆବଶ୍ୟକ, ଯାହାପାଇଁ ନିଜେ ଯେପରି ଉତ୍ତରଦାୟୀ ନହୁଏ । ପୁଲିସ୍ ଯଥାଶୀଘ୍ର ଘଟଣାସ୍ଥଳରେ ଯାଇ ସେମାନଙ୍କୁ ସୁରକ୍ଷା ଦେବାପାଇଁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.