Home Top News “ଦ୍ରୌପଦୀ ରାଷ୍ଟ୍ରପତି ହେଲେ ପାଣ୍ଡବ କିଏ?” ରାମ ଗୋପାଳ ବର୍ମାଙ୍କ ଏପରି ବିବାଦୀୟ ଟ୍ୱିଟ ପରେ...

“ଦ୍ରୌପଦୀ ରାଷ୍ଟ୍ରପତି ହେଲେ ପାଣ୍ଡବ କିଏ?” ରାମ ଗୋପାଳ ବର୍ମାଙ୍କ ଏପରି ବିବାଦୀୟ ଟ୍ୱିଟ ପରେ ବିଜେପିର ଅଭିଯୋଗ

133

ନୂଆ ଦିଲ୍ଲୀ ୨୫-୬ (ଓଡ଼ିଆ ପୁଅ) ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଉପରେ ବଲିଉଡ଼ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା ଏକ ବିବାଦୀୟ ଟ୍ୱିଟ କରିଛନ୍ତି। ଯାହା ଉପରେ ବିବାଦ ଦେଖାଦେଇଛି। ରାମଗୋପାଲଙ୍କ ଏହି ଟ୍ୱିଟକୁ ନେଇ ହାଇଦ୍ରାବାଦ ପୋଲିସ ନିକଟରେ ଫିଲ୍ମ ନିର୍ମାତାଙ୍କ ବିରୋଧରେ ବିଜେପି ଅଭିଯୋଗ କରିଛି।

ଏଥିନେଇ ପୋଲିସ କହିଛି ଯେ ସେମାନେ ଶୀଘ୍ର ଏହି ମାମଲାରେ ଏକ ଅପରାଧିକ ମାମଲା ପଞ୍ଜିକରଣ ହେବ।

ସୂଚନାଯୋଗ୍ୟଯେ, ରାମ ଗୋପାଳ ଭର୍ମା ଏକ ଟ୍ୱିଟରେ ପ୍ରଶ୍ନ କରିଛନ୍ତିଯେ, ଯଦି ଦ୍ରୌପଦୀ ରାଷ୍ଟ୍ରପତି ହେବେ, ତେବେ ପାଣ୍ଡବ କିଏ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୌରବ କିଏ ? ଅନ୍ୟପକ୍ଷରେ ବିଜେପି ନେତା ଗୁଡୁର ନାରାୟଣ ରେଡ୍ଡୀ ଅଭିଯୋଗ ଦାଖଲ କରିଛନ୍ତି ଏବଂ ସେ କହିଛନ୍ତିଯେ, ଏହି ଟୁଇଟ୍ ଏସସି-ଏସଟି ଲୋକଙ୍କୁ ଅପମାନିତ କରିବା ସହ ସମାନ ଅଟେ। ପୋଲିସକୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିବା କହିଛନ୍ତି।

ବିବାଦ ପରେ ରାମ ଗୋପାଳ ବର୍ମା ପୁନଃ ଟ୍ୱିଟ କରି ସ୍ପଷ୍ଟ କରିଛନ୍ତି ଯେ ‘କୌଣସି କୌଣସି ଉଦ୍ଦେଶ୍ୟ ନଥାଇ ଦ୍ରୌପଦୀ ମହାଭାରତରେ ମୋର ପ୍ରିୟ ଚରିତ୍ର, କିନ୍ତୁ ଏହି ନାମ ଏତେ ବିରଳ, ତେଣୁ ମୁଁ ଏହା ସହ ଜଡିତ ଅନ୍ୟ ଚରିତ୍ରଗୁଡ଼ିକୁ ମନେ ପକାଉଥିଲି। କାହାର ଭାବନାକୁ ଆଘାତ କରିବା ମୋର ଉଦ୍ଦେଶ୍ୟ ନୁହେଁ’।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.