Home ଆନ୍ତର୍ଜାତୀୟ ଦୁବାଇରେ ଦୁର୍ଦ୍ଦଶା ଗ୍ରସ୍ତ ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶା ସମାଜ ୟୁ-ଏ-ଇ ର ସହାୟତା

ଦୁବାଇରେ ଦୁର୍ଦ୍ଦଶା ଗ୍ରସ୍ତ ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶା ସମାଜ ୟୁ-ଏ-ଇ ର ସହାୟତା

163

ଦୁବାଇ ୦୪-୧୦ (ଓଡ଼ିଆ ପୁଅ) -: ଦୁବାଇ ରେ ଅଟକବନ୍ଦୀ ହୋଇ ରହିଥିବା ୧୭ ଜଣ ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶା ସମାଜ ୟୁନାଇଟେଡ଼ ଆରବ ଏମିରେଟସ (ଓ-ସ-ୟୁ-ଏ- ଇ ) ଦ୍ୱାରା ଉଦ୍ଧାର କରାଯାଇଛି। ଓ-ସ-ୟୁ-ଏ- ଇ ର ସଭାପତି ଅମୀୟ ମିଶ୍ର, ସାଧାରଣ ସଂପାଦକ ପ୍ରିତୀଶ ଦାଶ, ଉପସଭାପତି ସୁଶାନ୍ତ କୁମାର ପଣ୍ଡା, କାର୍ଯ୍ୟକାରୀ କମିଟି ସଦସ୍ୟ ଚିନ୍ମୟ ଜେନା ଏବଂ ଜ୍ୟୋତି ରଞ୍ଜନ ପଣ୍ଡା, ଭାରତ ସରକାରଙ୍କ ର ଦୁବାଇ ସ୍ଥିତ କନସୁଲେଟ ରେ ଅବସ୍ଥାପିତ ଶ୍ରମ ବ୍ୟପାର ର କନସଲ ଅଧିକାରୀ ଜୀତେନ୍ଦ୍ର ନେଗୀଙ୍କର ସହାୟତା ରେ ନିର୍ଯାତନା ଭୋଗ କରୁଥିବା ଏହି ଯୁବକ ମାନଂକୁ ଠାବ କରିବାରେ ସକ୍ଷମ ହୋଇଛନ୍ତି।ଶ୍ରମିକ ମାନେ ବିନା କାମ ଦାମ ରେ ଓପାସ ଭୋକରେ କାଳ କାଟୁଥିବା ସହିତ ଗଭୀର ମାନସିକ ଯନ୍ତ୍ରଣା ମଧ୍ୟରେ ରହିଥିବା ସେମାନଂକୁ ଭେଟିବାକୁ ଯାଇଥିବା ବେଳେ, ଏହି ପ୍ରତିନିଧି ମାନଂକୁ ଜଣାଇଛନ୍ତି। ସେମାନଙ୍କର ନିୟୁକ୍ତିକାରୀ ମାଲିକ, ଶ୍ରମିକ ମାନଙ୍କର ପାସପୋର୍ଟ ନଫେରାଇ କମ୍ପାନୀ ବନ୍ଦ କରି ଦେଶ ଛାଡ଼ି ଚାଲି ଯାଇଥିବା ସେମାନେ ସୁଚାଇଛନ୍ତି।ସେମାନଙ୍କର ମୁଣ୍ଡ ଗୁଞ୍ଜିବା ପାଇଁ ବାସସ୍ଥାନ ବା ଦୁବାଇ ଭଳି ଦାମୀ ସହରରେ ଚଳିବା ପାଇଁ ହାତରେ ପଇସା ଶୂନ ଥିବା ସେମାନେ ପ୍ରକାଶ କରିଛନ୍ତି। ଯୁବକ ମାନଂକର ଦୁର୍ଦ୍ଦଶା ସଂପର୍କରେ ଅବଗତ ହେବା ପରେ କନସୁଲେଟ ଅଧିକାରୀ ଶ୍ରୀ ନେଗୀଙ୍କର ସହଯୋଗ ରେ ଓଡ଼ିଶା ସମାଜ ୟୁ-ଏ-ଇ- ତରଫ ରୁ ସେମାନଙ୍କର ତୁରନ୍ତ ଓଡ଼ିଶା ଫେରିବା ପାଇଁ ନିଃଶୁଳ୍କ ବିମାନ ଯାତ୍ରା ର ବ୍ୟବସ୍ଥା କରାଯାଇଛି। ଚାଟାର୍ଡ଼ ବିମାନ ବା ବନ୍ଦେ ଭାରତ ମିଶନ ମାଧ୍ୟମ ରେ ଆନ୍ତର୍ଜାତୀକ ବିମାନ ଯାତ୍ରା ର ଦିନ ଠିକ ହେବା ପର୍ଯ୍ୟନ୍ତ ଏହି ଅତ୍ୟାଚାରିତ ଶ୍ରମିକ ମାନଂକୁ ଦୁବାଇ ରେ ରହିବା ଏବଂ ଦୈନିକ ଖାଇବାର ଖର୍ଚ୍ଚ ଓ-ସ-ୟୁ-ଏ-ଇ-ଓ ଭାରତୀୟ କନସୁଲେଟ ମିଳିତ ଭାବେ ବହନ କରିବେ ବୋଲି ପ୍ରାପ୍ତ ସୂଚନା ରୁ ପ୍ରକାଶ।

ଏଠାରେ ପ୍ରକାଶ ଥାଉକି ଦୁବାଇ ରେ ଅଟକି ଥିବା ଏହି ଶ୍ରମିକ ମାନଂକର ଦୟନୀୟ ସ୍ଥିତି ସଂପର୍କରେ ସେମାନେ ପ୍ରଥମେ ଚ୍ଚିତ୍ରତାରକା ସବ୍ୟସାଚୀ ମିଶ୍ରଙ୍କୁ ଟୁଇଟ୍‌ କରି ଜଣାଇଥିଲେ।ଶ୍ରୀ ମିଶ୍ର ଏହାର ଉତ୍ତର ରେ ରିଟୁଇଟ କରି ଦୁବାଇ ବେଶୀ ଦୂର ନୁହେଁ ବ୍ୟସ୍ତ ନ ହେବାକୁ କହି ସେମାନଂକୁ ସହାୟତା ର ଆଶ୍ୱାସନା ଦେଇଥିଲେ। ଶ୍ରୀ ମିଶ୍ରଙ୍କର ରିଟୁଇଟ ସଂପର୍କରେ ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ, ଓଡ଼ିଶା ସମାଜ ୟୁ-ଏ-ଇ- ର ସାଧାରଣ ସଂପାଦକ ପ୍ରିତୀଶ ଦାଶଙ୍କର ଦୃଷ୍ଟି ଆକର୍ଷଣ କରିବା ପରେ ସେ ସମ୍ପୂର୍ଣ ସାହାଯ୍ୟ ର ପ୍ରତିଶୃତି ଦେଇଥିଲେ। ଏହାପରେ ଶ୍ରୀ ଦ୍ୱିବେଦୀ ଓ ସମାଜସେବୀ ପ୍ରତ୍ୟୁଷ ପଣ୍ଡା ଟୁଇଟ୍‌ କରି ଶ୍ରୀ ମିଶ୍ରଙ୍କୁ ଓ ଶ୍ରମିକ ମାନଙ୍କୁ ଓ-ସ-ୟୁ-ଏ- ଇ ର ସହାୟତା ନେଇ ଭରସା ସଂପର୍କରେ ଉଲ୍ଲେଖ କରିବା ସହିତ ସାଧାରଣ ସଂପାଦକ ଶ୍ରୀ ଦାଶଙ୍କର ମୋବାଇଲ ନମ୍ବର ମଧ୍ୟ ପ୍ରଦାନ କରିଥିଲେ। ପରେ ପରେ ଓ-ସ-ୟୁ-ଏ- ଇ ଓ କନସୁଲେଟ ର ପ୍ରତିନିଧି ଦଳ ଶ୍ରମିକ ମାନଙ୍କର ଅଟିକିଥିବା ସ୍ଥାନକୁ ଯାଇ, ସେମାନଙ୍କୁ ସାକ୍ଷାତ କରି ସମସ୍ତ ପ୍ରକାର ସାହାଯ୍ୟ, ସହଯୋଗ, ସମର୍ଥନ, ସହାନୁଭୂତି ଓ ସଦ୍ଦିଚ୍ଛା ପ୍ରଦାନ କରିବା ନେଇ ଆଶ୍ୱସ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.