Home କୋରାପୁଟ କୋରାପୁଟ ଜିଲ୍ଲା ପ୍ରଶାସନ ବାତ୍ୟା ଜଓାଦ ପାଇଁ  ପ୍ରସ୍ତୁତ ରହିଛି

କୋରାପୁଟ ଜିଲ୍ଲା ପ୍ରଶାସନ ବାତ୍ୟା ଜଓାଦ ପାଇଁ  ପ୍ରସ୍ତୁତ ରହିଛି

38

କୋରାପୁଟ ୦୩-୧୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲା ପ୍ରଶାସନ  ବାତ୍ୟା ଜଓାଦ ପାଇଁ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ପ୍ରକାଶ କରିଛନ୍ତି ।ବାତ୍ୟାର ପ୍ରଭାବ ଜିଲ୍ଲାରେ ନ ଥିବା ବେଳେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ସେ ସୂଚନା ଦେଇଛନ୍ତି ।ବାତ୍ୟା ଗୁଲାବ ଯେଉଁ ସ୍ଥାନରେ ପ୍ରଭାବ ରହିଥିଲା ଉକ୍ତ ସ୍ଥାନ ପ୍ରତି ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି ।ଗର୍ଭବତୀ ମହିଳା ,ଦିବ୍ୟାଙ୍ଗ ଓ ବୃଦ୍ଧବୃଦ୍ଧାମାନଙ୍କୁ ଆଶ୍ରୟସ୍ଥଳକୁ ନେବା ନିମନ୍ତେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି ।ଭୂସଂଖଳନ ଆଶଙ୍କା ଥିବା ସ୍ଥାନରେ ମେସିନ ମହଜୁଦ ରହିଥିବା ସେ ସୂଚନା ଦେଇଛନ୍ତି ।ଉତ୍ପାଦିତ ଶସ୍ୟ ଅମଳ କରି ଜରି ଘୋଡାଇବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି ।କୋରାପୁଟ ଜିଲ୍ଲାର ଚାଷୀମାନେ ଧାନ ଅମଳ କରିସାରି ଖଳାରେ ଜରି ଘୋଡାଇ ରଖୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.