Home କୋରାପୁଟ କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ରର ହାଇଡ୍ରୋ ପାଓାର ପ୍ରକଳ୍ପ ନିମନ୍ତେ ସର୍ଭେ

କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ରର ହାଇଡ୍ରୋ ପାଓାର ପ୍ରକଳ୍ପ ନିମନ୍ତେ ସର୍ଭେ

81

କୋରାପୁଟ ୦୧-୧୨(ଓଡିଆ ପୁଅ /ରଂଜନ ଦାସ)କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ଜାରି ରହିଛି ।ଆଜି ଆନ୍ଧ୍ରର  ପୋଲିସ ସିଆଇ ଓ ଏନଆରଇଡି ଅଧିକାରୀ ମାନେ କୋଟିଆ ଗ୍ରାମପୁଞ୍ଜରେ ଅନୁପ୍ରବେଶ କରିଥିବା  ସୂଚନା ମିଳିଛି ।କୋଟିଆ ଗ୍ରାମପୁଞ୍ଜର ଧୂଳିପଦର ,ନେରେଡିବାଲସା ଓ ତାଡିବାଲସା ଗ୍ରାମ ପରିଦର୍ଶନ କରିଥିବା ଜଣାପଡିଛି ।କୋଟିଆ ଗ୍ରାମପୁଞ୍ଜରେ ହାଇଡ୍ରୋ ପାଓାର ପ୍ରକଳ୍ପ ନିମନ୍ତେ ସର୍ଭେ ଆରମ୍ଭ କରିଥିବା ଜଣାପଡିଛି ।ବିଜୟନଗରମ ଜିଲ୍ଲାର ଏନଆରଇଡି ଏବଂ ଦିଲ୍ଲୀର ଏନପିଟିସିର ଅଧିକାରୀମାନେ କୋଟିଆ ଗ୍ରାମପୁଞ୍ଜରେ ପ୍ରସ୍ତାବିତ ପମ୍ପ ଷ୍ଟୋରେଜ ପାଓାର ପ୍ରକଳ୍ପ ନିମନ୍ତେ କ୍ଷେତ୍ର ପରିଦର୍ଶନ କରିଥିଲେ ।ନଭେମ୍ବର ମାସ ୯ ତାରିଖ ଦିନ ଓଡିଶା ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରଠାରେ ଆଲୋଚନା କରୁଥିବା ବେଳେ ଆନ୍ଧ୍ର ତରଫରୁ ସେହିଦିନ ଧୂଳିପଦର ଗ୍ରାମରେ ଗ୍ରାମସଭା ଆୟୋଜନ କରିଥିବା ବେଳେ ନଭେମ୍ବର ମାସ ୨୦ ତାରିଖ ଦିନ ଆନ୍ଧ୍ରର କୋଟିଆ ପୋଲିସ ଅଧିକାରୀ ଧୂଳିପଦର ,ନେରେଡିବାଲସା ଓ ତାଡିବାଲସା ଗ୍ରାମରେ ଅନୁପ୍ରବେଶ କରିଥିଲେ ।ନଭେମ୍ବର ମାସ ୨୧ ତାରିଖ ଦିନ ବିଜୟନଗରମ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀମାନେ ଦେଓମାଳି ଓ ଗାଲିଗାବଦାର ପରିଦର୍ଶନ କରିଥିଲେ ।ନଭେମ୍ବର ମାସ ୨୮ ତାରିଖ ଦିନ ପାର୍ବତୀପୁରମ ଆଇଟିଡିଓ ପିଓ କୋଟିଆ ଗ୍ରାମପୁଞ୍ଜରେ ଅନୁପ୍ରବେଶ କରି ଯୁବକମାନଙ୍କୁ ଖେଳ ସାମଗ୍ରୀ ପ୍ରଦାନ କରିଥିଲେ ।ଆନ୍ଧ୍ରର ବାରମ୍ବାର ଅନୁପ୍ରବେଶକୁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ତରଫରୁ ବିରୋଧ କରିବାର ଆବଶ୍ୟକତା ରହିଥିବା ବେଳେ  କାହିଁକି ବିରୋଧ କରାଯାଉ ନାହିଁ ବୋଲି ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।କୋରାପୁଟ ଜିଲ୍ଲାର ବିଧାୟକମାନେ ବିଧାନସଭାରେ କୋଟିଆ ସଂପର୍କରେ ଆଲୋକପାତ କରିବାକୁ ଦାବି ହେଉଛି ।ସେହିପରି କୋରାପୁଟ ସାଂସଦ ମଧ୍ୟ ଲୋକସଭାରେ କୋଟିଆରେ ଆନ୍ଧ୍ର କାହିଁକି ବାରମ୍ବାର ଅନୁପ୍ରବେଶ କରୁଛି ବୋଲି ପ୍ରଶ୍ନ କରିବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.