Home କଳାହାଣ୍ଡି କଳାହାଣ୍ଡି ପୋଲିସର ସଫଳତା, ମୋଟେର ଡକାୟତି ଘଟଣାର ଅଭିଯୁକ୍ତ ଗିରଫ

କଳାହାଣ୍ଡି ପୋଲିସର ସଫଳତା, ମୋଟେର ଡକାୟତି ଘଟଣାର ଅଭିଯୁକ୍ତ ଗିରଫ

39

କଳାହାଣ୍ଡି ୦୩.୦୨.୨୦୨୧ ( ଓଡିଆପୁଅ) କୋକସରା ପୋଲିସ ପକ୍ଷରୁ ତନାଘନା ତଦନ୍ତ କରାଯାଇ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ ଦ୍ୱାରା ମୋଟେର ଠାରେ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା  ଶିକ୍ଷକଙ୍କ ଘରୁ ହୋଇଥିବା ଲୁଟ ଘଟଣାରେ ଅଭିଯୁକ୍ତ ମାନଙ୍କୁ ଧରିବାକୁ ସକ୍ଷମ ହୋଇଥିବା ପ୍ରକାଶ । ପୋଲିସ ପକ୍ଷରୁ ଅଭିଯୁକ୍ତ  ମାନଙ୍କଠାରୁ ଲୁଟ ହୋଇଥିବା ପ୍ରାୟ ନଅଲକ୍ଷ ଟଙ୍କାର ସାମଗ୍ରୀ ଜବତ କରି ଅଭିଯୁକ୍ତ (୧) ବାପି ଓରଫ ବାପିନା ବେହେରା (୨୬) ପିତା- ଜଳଧର ବେହେରା  ଗ୍ରାମ- ବାଉନଶକିନା, ଥାନା ଭୂବନ ଜିଲ୍ଲା- ଢେଙ୍କାନାଳ (୨) ଦୀପୁ ଓରଫ ଦୀପକ କୁମାର ସ (୨୪) ପିତା- ରାମ କୁମାର ସ ଗ୍ରାମ- ବେଦବ୍ୟାସ ରାଉରକେଲା ଥାନା- ବ୍ରାହ୍ମଣି ତରଙ୍ଗ ଜିଲ୍ଲା ସୁନ୍ଦରଗଡ (୩) ସୂରଜ କୁମାର ମାଝୀ (୨୫) ପିତା ଉଦ୍ଧବ ମାଝୀ ଗ୍ରାମ ବାନ୍ଦୋପଲା ଥାନା ଟିଟିଲାଗଡ ଜିଲ୍ଲା ବଲାଙ୍ଗୀର  କୁ ଗିରଫ କରି ସେମାନଙ୍କ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ । ପୋଲିସ ପକ୍ଷରୁ କଳାହାଣ୍ଡି ଏସପି ଶବଚ୍ଚ ବିବେକ ଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବହୁଚର୍ଚ୍ଚିତ ଏହି ଲୁଟ ଘଟଣାର ଚାନଭିନ କରାଯାଇ ସଫଲ ହୋଇଥିବା ଜଣାପଡିଛି । ଅଭିଯୁକ୍ତ ମାନେ ଅନେକ ଆନ୍ତଜିଲ୍ଲା ଡକାୟତିରେ ସଂଶ୍ଳିଷ୍ଟ ଥିବା ପୋଲିସ ସୂତ୍ରରୁ ପ୍ରକାଶ ।


ସୂଚନା ଯୋଗ୍େୟଯ, ଗତ ଡିସେମ୍ବର ଶେଷ ସପ୍ତାହରେ ମୋଟେର ଠାରେ ବନ୍ଧୁକ ମୁନ ରେ ଶିକ୍ଷକ ଯଯାତି ପଟ୍ଟେଯାଷୀଙ୍କ ଘରୁ ପାଂଚଜଣ ଲୁଟେରା ଡକାୟତି କରିଥିବା ଅଭିଯୋଗ ହୋଇଥିଲା । ପୋଲିସ ପକ୍ଷରୁ କେଶ ନଂ. ୨୮୬/୨୦୨୦ ରେ ଏକ ମାମଲା ରୁଜ୍ଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିଲା । ପୋଲିସ ପକ୍ଷରୁ ଏଭଲି ସଫଳତା ପାଇଁ ସାଧାରଣରେ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.